ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ରହିଥିବା ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବ୍ୟୟ ଅଟକଳ କରାଯାଇ ନିର୍ମାଣ କାର୍ଯ୍ୟ ଚାଲିଥିଲା। ସେ ସମୟରେ ସୁକିନ୍ଦା ବ୍ଲକ ପକ୍ଷରୁ କାଳିଆପାଣି ପଞ୍ଚାୟତ ବିର୍ସାନଗରରେ ଏକ ପୋଖରୀର […] The post ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ appeared first on Dharitri Odia News.

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ରହିଥିବା ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବ୍ୟୟ ଅଟକଳ କରାଯାଇ ନିର୍ମାଣ କାର୍ଯ୍ୟ ଚାଲିଥିଲା। ସେ ସମୟରେ ସୁକିନ୍ଦା ବ୍ଲକ ପକ୍ଷରୁ କାଳିଆପାଣି ପଞ୍ଚାୟତ ବିର୍ସାନଗରରେ ଏକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ଆହ୍ବାନ ବେଳେ ଏକ ପଥର ଛଇକୁ ପୋଖରୀ ଦର୍ଶାଇ ୨୦ ଲକ୍ଷ ବ୍ୟୟବରାଦ କରାଯାଇଥିଲା। ଦୀର୍ଘ ବର୍ଷ ହେବ ସେହି ସ୍ଥାନରେ ମାଙ୍କଡା ପଥର କଟାଯାଇ ଏକ ପୋଖରୀ ସଦୃଶ୍ୟ ଗଭୀର ହୋଇଥିଲା। ଯାହାକୁ ପୋଖରୀ ବୋଲି ଦର୍ଶାଯାଇଥିଲା ା ୨୦୨୨-୨୩ ମସିହାରେ ବ୍ୟୟ ଅଟକଳ କରାଯାଇ ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଜ୍ୟୋତି ବଳ ନାମକ ଠିକାଦାର ସେହି କାମକୁୁ ହାତେଇଥିଲେ । ଚୁକ୍ତି ଅନୁଯାୟୀ ୧୪ ଲକ୍ଷ ୪୦ ହଜାର ୮୪୯ ଟଙ୍କା ଧାର୍ଯ୍ୟ ହୋଇଥିଲା । ହେଲେ ପଥର ଛଇକୁ ପୋଖରୀ ଦର୍ଶାଇ ପ୍ରଥମେ ଭିତ୍ତପ୍ରସ୍ତର ସ୍ଥାପନ ହେଲା ପରେ ଅଳ୍ପ କିଛି ମୋରମ ପଥର ଛଇ ଖାଲରୁ ଉଠାଇ ୨ଟି ପର୍ଯ୍ୟାୟରେ ବିଲ ଉଠାଇ ନିଆଯାଇଥିଲା। ପ୍ରକୃତରେ ପୋଖରୀର କ’ଣ କାମ ହେବ ଫଳକରେ ଉଲ୍ଲେଖ ନ ଥିବା ବେଳେ ଚୁକ୍ତି ପରିମାଣ ଲେଖା ହୋଇଛି। ତେଣୁ ସ୍ଥାନୀୟ ଜନସାଧାରଣ କିଛି ଜାଣି ପାରିଲେ ନାହିଁ। ଠିକାଦାର କାଳିଆପାଣିର କେତେଜଣ ପ୍ରଭାବଶାଳୀ ଲୋକଙ୍କୁ ହାତ କରି ପଥର ଛଇକୁ ପୋଖରୀ ଦର୍ଶାଇ ଅଳ୍ପ କାମ କରି ଲକ୍ଷାଧିକ ଚଳୁ କରିବା ଯୋଗୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କାର୍ଯ୍ୟର ତଦନ୍ତ କରିବା ପାଇଁ କଳିଆପାଣି ଗାଁର ଲୋକମାନେ ଦାବି କରିଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ସୁକିନ୍ଦା ବିଡ଼ିଓ ଅଭିଷେକ ସ୍ବାଇଁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା ା

The post ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ appeared first on Dharitri Odia News.