ଡକାୟତଙ୍କ ନିକଟରୁ ପୁଳା ପୁଳା ସୁନା,ଟଙ୍କା ଜବତ,ବିଭିନ୍ନ ରାଇସ୍ ମିଲ୍ରୁ ଲୁଟୁଥିଲେ
ସମ୍ବଲପୁର୨୪/୭: ସମ୍ବଲପୁର ପୋଲିସକୁ ସଫଳତା । ୧୦ ଆନ୍ତଃରାଜ୍ୟ ଡକାୟତ ଦଳକୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୪୮୦ ଗ୍ରାମ ସୁନା,୧୬୫ ଗ୍ରାମ ରୁପା ଅଳଙ୍କାର,୫ ଲକ୍ଷ ୧୨ ହଜାର ନଗଦ ଟଙ୍କା,୧୧ଟି ମୋବାଇଲ, ୫ଟି ବାଇକ,୨ଟି ବୋଲେରା ଓ ଗୋଟିଏ ଟ୍ରାକ୍ଟର ଜବତ ହୋଇଛି । ଗତ ୧୬ ତାରିଖରେ ବୁର୍ଲା ଥାନା ବାବୁବନ୍ଧ ଠାରେ ରାଇସ୍ ମିଲ୍ ଡକାୟତି ଘଟଣାରେ ଡକାୟତଙ୍କୁ ଧରିବାକୁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ବିଭିନ୍ନ ରାଇସମିଲରେ ହୋଇଥିବା ଡକାୟତି ଘଟଣାକୁ ଷ୍ଟଡି କରିବା ସହ ସିସିଟିଭି ଯାଞ୍ଚ କରି ବିଭିନ୍ନ ସ୍ଥାନରେ ନଜର ରଖିଥିଲା ପୋଲିସ ।ଏହି ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ମୁଣ୍ଡଘାଟ ନିକଟରେ ଲୁଟ୍ପାଟ୍ ପାଇଁ ଯୋଜନା କରୁଥିବାବେଳେ ମାଡି ବସିଥିଲା ପୋଲିସ । ପୂର୍ବରୁ ସମ୍ବଲପୁରରେ ୧୪ଟି ଡକାୟତି ଘଟଣାରେ ଏମାନଙ୍କର ସଂପୃକ୍ତି ରହିଛି । କେବଳ ସେତିକି ନୁହେଁ ବରଗଡ଼, ବଲାଙ୍ଗୀର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏମାନେ ଅପରାଧ କରିଥିବା କହିଛନ୍ତି ସମ୍ବଲପୁର ଏସ୍ପି ମୁକେଶ ଭାମୁ ।
ସମ୍ବଲପୁର୨୪/୭: ସମ୍ବଲପୁର ପୋଲିସକୁ ସଫଳତା । ୧୦ ଆନ୍ତଃରାଜ୍ୟ ଡକାୟତ ଦଳକୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୪୮୦ ଗ୍ରାମ ସୁନା,୧୬୫ ଗ୍ରାମ ରୁପା ଅଳଙ୍କାର,୫ ଲକ୍ଷ ୧୨ ହଜାର ନଗଦ ଟଙ୍କା,୧୧ଟି ମୋବାଇଲ, ୫ଟି ବାଇକ,୨ଟି ବୋଲେରା ଓ ଗୋଟିଏ ଟ୍ରାକ୍ଟର ଜବତ ହୋଇଛି ।
ଗତ ୧୬ ତାରିଖରେ ବୁର୍ଲା ଥାନା ବାବୁବନ୍ଧ ଠାରେ ରାଇସ୍ ମିଲ୍ ଡକାୟତି ଘଟଣାରେ ଡକାୟତଙ୍କୁ ଧରିବାକୁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ବିଭିନ୍ନ ରାଇସମିଲରେ ହୋଇଥିବା ଡକାୟତି ଘଟଣାକୁ ଷ୍ଟଡି କରିବା ସହ ସିସିଟିଭି ଯାଞ୍ଚ କରି ବିଭିନ୍ନ ସ୍ଥାନରେ ନଜର ରଖିଥିଲା ପୋଲିସ ।
ଏହି ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ମୁଣ୍ଡଘାଟ ନିକଟରେ ଲୁଟ୍ପାଟ୍ ପାଇଁ ଯୋଜନା କରୁଥିବାବେଳେ ମାଡି ବସିଥିଲା ପୋଲିସ । ପୂର୍ବରୁ ସମ୍ବଲପୁରରେ ୧୪ଟି ଡକାୟତି ଘଟଣାରେ ଏମାନଙ୍କର ସଂପୃକ୍ତି ରହିଛି । କେବଳ ସେତିକି ନୁହେଁ ବରଗଡ଼, ବଲାଙ୍ଗୀର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏମାନେ ଅପରାଧ କରିଥିବା କହିଛନ୍ତି ସମ୍ବଲପୁର ଏସ୍ପି ମୁକେଶ ଭାମୁ ।