ମା’ଙ୍କ ମୃତ୍ୟୁ ପରେ ନାବାଳକ ପୁଅର ଆତ୍ମହତ୍ୟା

ବେଲପଡ଼ା,୧୮ା୨(ମନୋଜ କୁମାର ମିଶ୍ର)ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ରନ୍ଧନ ଗ୍ୟାସ ସିଲିଣ୍ଡର ପାଇପ ଲିକ୍‌ ହୋଇ ନିଅଁା ଲାଗିଯିବାରେ ୪ଜଣଙ୍କ ମୃତ୍ୟୁ ସହ ଯୋଡିହୋଇଛି ଆଉ ଏକ ଦୁଃଖଦ ଘଟଣା। ରାଉରକେଲାରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମାଳତୀ ମହାଖୁଡ଼ଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତାଙ୍କ ପୁଅ ଦ୍ରୋଣ ମହାଖୁଡ଼(୧୭) ଆତ୍ମହତ୍ୟା କରିଛନ୍ତି। ଦ୍ରୋଣଙ୍କ ଝୁଲନ୍ତା ମୃତଦେହ ଶନିବାର ସକାଳେ ତାଙ୍କ ଘରୁ ଜବତ କରାଯାଇଛି। ମା’ଙ୍କ ଶାଢ଼ିକୁ ବେକରେ ବାନ୍ଧି […] The post ମା’ଙ୍କ ମୃତ୍ୟୁ ପରେ ନାବାଳକ ପୁଅର ଆତ୍ମହତ୍ୟା appeared first on Dharitri Odia News.

ମା’ଙ୍କ ମୃତ୍ୟୁ ପରେ ନାବାଳକ ପୁଅର ଆତ୍ମହତ୍ୟା

ବେଲପଡ଼ା,୧୮ା୨(ମନୋଜ କୁମାର ମିଶ୍ର)ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ରନ୍ଧନ ଗ୍ୟାସ ସିଲିଣ୍ଡର ପାଇପ ଲିକ୍‌ ହୋଇ ନିଅଁା ଲାଗିଯିବାରେ ୪ଜଣଙ୍କ ମୃତ୍ୟୁ ସହ ଯୋଡିହୋଇଛି ଆଉ ଏକ ଦୁଃଖଦ ଘଟଣା। ରାଉରକେଲାରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମାଳତୀ ମହାଖୁଡ଼ଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତାଙ୍କ ପୁଅ ଦ୍ରୋଣ ମହାଖୁଡ଼(୧୭) ଆତ୍ମହତ୍ୟା କରିଛନ୍ତି। ଦ୍ରୋଣଙ୍କ ଝୁଲନ୍ତା ମୃତଦେହ ଶନିବାର ସକାଳେ ତାଙ୍କ ଘରୁ ଜବତ କରାଯାଇଛି। ମା’ଙ୍କ ଶାଢ଼ିକୁ ବେକରେ ବାନ୍ଧି ଘର ଓରାରେ ସେ ଝୁଲି ପଡିଥିବା ପଡୋଶୀମାନେ କହିଛନ୍ତି। ଗ୍ୟାସ୍‌ ନିଆଁରେ ପୋଡ଼ିହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତାଙ୍କ ପୁଅର ଆତ୍ମହତ୍ୟା କାନୁଟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗାଁ ଲୋକଙ୍କଠାରୁ ଖବର ପାଇ ବେଲପଡା ଥାନା ପୋଲିସ ମୃତଦେହ ଜବତ କରି ବେଲପଡା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଥିଲା। ସ୍ବାମୀ ସୁରଥ ମହାଖୁଡ଼ ଓ ବଡପୁଅ ଲଳିତ ମହାଖୁଡ଼ ରାଉରକେଲାରୁ ମାଳତୀଙ୍କ ମୃତଦେହ ନେଇ କାନୁଟ ଆସୁଛନ୍ତି। ଘରେ ଅନ୍ୟ କେହି ନ ଥିବାରୁ ପୋଲିସ ଦ୍ରୋଣଙ୍କ ମୃତଦେହ ବ୍ୟବଚ୍ଛେଦ କରାଇ ଗଁା ଲୋକଙ୍କୁ ହସ୍ତାନ୍ତର କରିଛି। ରାତି ୧ଟା ସୁଦ୍ଧା ଏଠାରେ ମାଳତୀଙ୍କ ମୃତଦେହ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହାପରେ ଗାଁ ଶ୍ମଶାନରେ ମା’ ଓ ପୁଅଙ୍କର ଅନ୍ତିମ ସତ୍କାର କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ଅଶୋକ ମହାପାତ୍ର କହିଛନ୍ତି।
କାନୁଟ ଗ୍ରାମରେ ଗତ ୧୦ତାରିଖରେ ମହେଶ ଅଦାବରିଆଙ୍କ ଘରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ପାଇପ ଲିକ୍‌ ହୋଇ ନିଅଁା ଲାଗିଯିବାରେ ୬ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୧୧ତାରିଖରେ ଭାନୁ ଅଦାବରିଆଙ୍କ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପରେ ଅନ୍ୟ ଆହତମାନଙ୍କୁ ରାଉରକେଲା ଜେପି ବର୍ନିଂ ହସ୍ପିଟାଲ ନିଆଯାଇଥିଲା। ୧୫ତାରିଖ ରାତିରେ ମହେଶ ଅଦାବରିଆ ଓ ଭୈରବୀ ଅଦାବରିଆଙ୍କ ମୃତ୍ୟୁ ଘଟିଥିଲା। ୧୬ତାରିଖରେ ମାଳତୀ ମହାଖୁଡ଼ଙ୍କ ସେଠାରେ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ଏହି ଘଟଣାରେ ଏଯାଏ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଉରକେଲାରେ ଚିକିତ୍ସାଧୀନ ଭାଗ୍ୟବତୀ ଅଦାବରିଆ ଓ ଦୂତି ଅଦାବରିଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଭାଗ୍ୟବତୀଙ୍କ ୨ ମାସର ଶିଶୁକନ୍ୟା ରହିଛି।

The post ମା’ଙ୍କ ମୃତ୍ୟୁ ପରେ ନାବାଳକ ପୁଅର ଆତ୍ମହତ୍ୟା appeared first on Dharitri Odia News.