ପଦ୍ମଶ୍ରୀ ଗ୍ରହଣ କଲେ ଗୋପୀନାଥ, ବିନୋଦ ପଶାୟତ
ଭୁବନେଶ୍ୱର,୨୨।୪(ଶର୍ମିଷ୍ଠା ପାଣିଗ୍ରାହୀ): ପଦ୍ମଶ୍ରୀ ଗ୍ରହଣ କଲେ ୨ ଓଡ଼ିଆ। କୃଷ୍ଣ ଲୀଳାର ସଙ୍ଗୀତକାର ଗୁରୁ ଗୋପୀନାଥ ସ୍ବାଇଁ ଓ ସମ୍ବଲପୁରର ନାଟ୍ୟକାର ତଥା ଗୀତିକାର ବିନୋଦ ପଶାୟତଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଦ୍ମ ପୁରସ୍କାରର ଏହା ପ୍ରଥମ ପର୍ଯ୍ୟାୟ। ଅନ୍ୟ ଏକ ପର୍ଯ୍ୟାୟରେ ଓଡ଼ିଶାର ଅନ୍ୟ ୨ଜଣ ପଦ୍ମଶ୍ରୀଙ୍କୁ ସମ୍ମାନିତ କରାଯିବ। ଚଳିତ ବର୍ଷ ଓଡ଼ିଶାରୁ ୪ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଲୋକକଳାର ବର୍ଷୀୟାନ […] The post ପଦ୍ମଶ୍ରୀ ଗ୍ରହଣ କଲେ ଗୋପୀନାଥ, ବିନୋଦ ପଶାୟତ appeared first on Dharitri Odia News.
ଭୁବନେଶ୍ୱର,୨୨।୪(ଶର୍ମିଷ୍ଠା ପାଣିଗ୍ରାହୀ): ପଦ୍ମଶ୍ରୀ ଗ୍ରହଣ କଲେ ୨ ଓଡ଼ିଆ। କୃଷ୍ଣ ଲୀଳାର ସଙ୍ଗୀତକାର ଗୁରୁ ଗୋପୀନାଥ ସ୍ବାଇଁ ଓ ସମ୍ବଲପୁରର ନାଟ୍ୟକାର ତଥା ଗୀତିକାର ବିନୋଦ ପଶାୟତଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଦ୍ମ ପୁରସ୍କାରର ଏହା ପ୍ରଥମ ପର୍ଯ୍ୟାୟ। ଅନ୍ୟ ଏକ ପର୍ଯ୍ୟାୟରେ ଓଡ଼ିଶାର ଅନ୍ୟ ୨ଜଣ ପଦ୍ମଶ୍ରୀଙ୍କୁ ସମ୍ମାନିତ କରାଯିବ। ଚଳିତ ବର୍ଷ ଓଡ଼ିଶାରୁ ୪ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।
ଲୋକକଳାର ବର୍ଷୀୟାନ ଗୁରୁ ଗୋପୀନାଥ ସ୍ବାଇଁ ୧୦୬ବର୍ଷ ବୟସରେ ପଦ୍ମଶ୍ରୀ ଗ୍ରହଣ କରିଛନ୍ତି। କୃଷ୍ଣ ଲୀଳା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଗଞ୍ଜାମ ଜିଲା ସେରଗଡ଼ ବ୍ଲକର ଗୋବିନ୍ଦପୁର ଗ୍ରାମରେ ୧୯୧୮ରେ ଗୋପୀନାଥଙ୍କ ଜନ୍ମ। ୧୦ବର୍ଷ ବୟସରୁ ସେ କୃଷ୍ଣ ଲୀଳା ଶିଖିବା ଆରମ୍ଭ କରିଥିଲେ। କୃଷ୍ଣଙ୍କ ଅଭିନୟ କରିବା ସହ ଗୀତ ବୋଲୁଥିଲେ। ପରେ ସେ ଗୁରୁ ଭାବେ ଅନ୍ୟକୁ ଶିଖାଇବା ଆରମ୍ଭ କଲେ। ଲୋପ ପାଇଯାଉଥିବା ଅନେକ ରାଗକୁ ସେ ତାଙ୍କ ପ୍ରଦର୍ଶନରେ ପୁଣି ଉଜ୍ଜବୀତ କରିଛନ୍ତି। ଏବେ ବି ସେ ସୁସ୍ଥ ଅଛନ୍ତି ଓ ନିଜର କାର୍ଯ୍ୟ ଜାରି ରଖିଛନ୍ତି। ଲଗାତାର ୧୨ ଘଣ୍ଟା ଧରି ଗୀତ ଗାଇପାରୁଛନ୍ତି। ସେହିପରି ବିନୋଦ ପଶାୟତଙ୍କ ଜନ୍ମ ବଲାଙ୍ଗୀରରେ। ପରେ ସମ୍ବଲପୁରରେ ବାସ କଲେ। ସେ ଜଣେ ପ୍ରସିଦ୍ଧ ସମ୍ବଲପୁରୀ ଲେଖକ ଭାବେ ଜଣାଶୁଣା। ସେ ଅନେକ ସମ୍ବଲପୁରୀ ଗୀତ ଲେଖିଛନ୍ତି। ଏଥିସହ ଜଣେ ନାଟ୍ୟକାର ଭାବରେ ମଧ୍ୟ ପରିଚିତ ଲାଭ କରିଛନ୍ତି। ୧୯୮୧ରେ ରାଉରକେଲା ଓ ୧୯୮୨ରେ ସମ୍ବଲପୁରରେ ମଞ୍ଚସ୍ଥ ହୋଇଥିବା ଉଖି ନାଟକ ସମ୍ବଲପୁରୀ ନାଟକ ଜଗତରେ ବିପ୍ଳବ ଆଣିପାରିଥିଲା। ସେ ଜଣେ ଆକାଶବାଣୀ ଗୀତିକାର। ଯେତେବେଳେ ସମ୍ବଲପୁର ରେଡ଼ିଓ ଷ୍ଟେଶନ ପ୍ରତିଷ୍ଠା ହେଲା ସେତେବେଳେ ଅନୁମୋଦିତ ଗୀତିକାରଙ୍କ ମଧ୍ୟରେ ସେ ପ୍ରଥମ ୫ଜଣଙ୍କ ମଧ୍ୟରେ ଥିଲେ।
The post ପଦ୍ମଶ୍ରୀ ଗ୍ରହଣ କଲେ ଗୋପୀନାଥ, ବିନୋଦ ପଶାୟତ appeared first on Dharitri Odia News.