ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ଶହୀଦ, ୫ ଗୁରୁତର, ଜାରି ରହିଛି ଗୁଳି ବିନିମୟ
ନୂଆଦିଲ୍ଲୀ,୮।୭: ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗୁଳି ଚଳାଇବା ସହ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛନ୍ତି। ଯେଉଁଥିରେ ୫ ଜଣ ଯବାନ ଶହୀଦ ଏବଂ ୫ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଆତଙ୍କବାଦୀ ଏବଂ ଭାରତୀୟ ସେନାର ମୁକାବିଲା ଜାରି ରହିଛି। ଏହା ସହିତ ସେନା ଏକ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ଏହି ପ୍ରସଙ୍ଗରେ ସୂଚନା ପ୍ରଦାନ କରି ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, କଠୁଆର ମାଚେଡି ଅଞ୍ଚଳରେ […] The post ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ଶହୀଦ, ୫ ଗୁରୁତର, ଜାରି ରହିଛି ଗୁଳି ବିନିମୟ appeared first on Dharitri Odia News.
ନୂଆଦିଲ୍ଲୀ,୮।୭: ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗୁଳି ଚଳାଇବା ସହ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛନ୍ତି। ଯେଉଁଥିରେ ୫ ଜଣ ଯବାନ ଶହୀଦ ଏବଂ ୫ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ଆତଙ୍କବାଦୀ ଏବଂ ଭାରତୀୟ ସେନାର ମୁକାବିଲା ଜାରି ରହିଛି। ଏହା ସହିତ ସେନା ଏକ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ କରିଛି।
ଏହି ପ୍ରସଙ୍ଗରେ ସୂଚନା ପ୍ରଦାନ କରି ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, କଠୁଆର ମାଚେଡି ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସେନାର ୫ ଜଣ ଯବାନ ଶହୀଦ ହୋଇଥିବା ୫ ଜଣ ଆହତ ହୋଇଛନ୍ତି। ଏହି ଏନକାଉଣ୍ଟର ଚାଲିଛି। ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ଆକ୍ରମଣରେ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଥିଲେ ଏବଂ ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ।
The post ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ଶହୀଦ, ୫ ଗୁରୁତର, ଜାରି ରହିଛି ଗୁଳି ବିନିମୟ appeared first on Dharitri Odia News.