୧୮ ବର୍ଷର IPL ଇତିହାସରେ ପ୍ରଥମଥର ଘଟିଲା ଏମିତି; ଇତିହାସ ରଚିଲେ ପ୍ୟାଟ୍‌ କମିନ୍ସ

ନୂଆଦିଲ୍ଲୀ,୬।୫: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ କମିନ୍ସ ଆଇପିଏଲ ଟୁର୍ନାମେଣ୍ଟରେ ଚମତ୍କାର ରେକର୍ଡ କରିଛନ୍ତି। ଏମିତି ରେକର୍ଡ ୧୮ ବର୍ଷ ମଧ୍ୟରେ କୌଣସି ଅଧିନାୟକ କରିପାରି ନାହାଁନ୍ତି। କମିନ୍ସଙ୍କ ଅଧିନାୟକତ୍ୱରେ, ସନରାଇଜର୍ସ ହାଇଦ୍ରାବାଦ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦୃଢ଼ ବୋଲିଂ କରିଥିଲେ। ଏହି ମ୍ୟାଚ୍‌ରେ ପାୱାର ପ୍ଲେରେ ହିଁ ଦିଲ୍ଲୀ କ୍ୟାପିଟାଲ୍ସର ୩ଟି ଉଇକେଟ ନେଇଥିଲେ। କମିନ୍ସ ଏପରି କରିବାରେ ପ୍ରଥମ ବୋଲିଂ ଅଧିନାୟକ ହୋଇଛନ୍ତି। ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ କୌଣସି ଅଧିନାୟକ ଏହି କୃତିତ୍ୱ […] The post ୧୮ ବର୍ଷର IPL ଇତିହାସରେ ପ୍ରଥମଥର ଘଟିଲା ଏମିତି; ଇତିହାସ ରଚିଲେ ପ୍ୟାଟ୍‌ କମିନ୍ସ appeared first on Dharitri Odia News.

୧୮ ବର୍ଷର IPL ଇତିହାସରେ ପ୍ରଥମଥର ଘଟିଲା ଏମିତି; ଇତିହାସ ରଚିଲେ ପ୍ୟାଟ୍‌ କମିନ୍ସ

ନୂଆଦିଲ୍ଲୀ,୬।୫: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ କମିନ୍ସ ଆଇପିଏଲ ଟୁର୍ନାମେଣ୍ଟରେ ଚମତ୍କାର ରେକର୍ଡ କରିଛନ୍ତି। ଏମିତି ରେକର୍ଡ ୧୮ ବର୍ଷ ମଧ୍ୟରେ କୌଣସି ଅଧିନାୟକ କରିପାରି ନାହାଁନ୍ତି। କମିନ୍ସଙ୍କ ଅଧିନାୟକତ୍ୱରେ, ସନରାଇଜର୍ସ ହାଇଦ୍ରାବାଦ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦୃଢ଼ ବୋଲିଂ କରିଥିଲେ। ଏହି ମ୍ୟାଚ୍‌ରେ ପାୱାର ପ୍ଲେରେ ହିଁ ଦିଲ୍ଲୀ କ୍ୟାପିଟାଲ୍ସର ୩ଟି ଉଇକେଟ ନେଇଥିଲେ। କମିନ୍ସ ଏପରି କରିବାରେ ପ୍ରଥମ ବୋଲିଂ ଅଧିନାୟକ ହୋଇଛନ୍ତି। ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ କୌଣସି ଅଧିନାୟକ ଏହି କୃତିତ୍ୱ ହାସଲ କରିନାହାଁନ୍ତି।

ସନରାଇଜର୍ସ ହାଇଦ୍ରାବାଦ ଦଳ ବର୍ତ୍ତମାନ ଆଇପିଏଲରେ ଭଲ ସ୍ଥିତିରେ ନାହିଁ। ଏହି ଦଳ ପ୍ଲେଅଫ ଦୌଡ଼ରୁ ବାଦ୍‌ ହୋଇସାରିଛି। ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳିଛି, ଏଥିରେ ଦଳ ୭ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। SRH ଦଳ କେବଳ ୩ଟି ମ୍ୟାଚ ଜିତିଛି। ଏହି ୩ଟି ମ୍ୟାଚ ଜିତି ହାଇଦ୍ରାବାଦ ଦଳ ୬ ପଏଣ୍ଟ ପାଇଛି।

ଦିଲ୍ଲୀ ବିପକ୍ଷ ମ୍ୟାଚ ସମେତ ହାଇଦ୍ରାବାଦର ମୋଟ ଚାରୋଟି ମ୍ୟାଚ ବାକି ଅଛି। ଯଦି SRH ସମସ୍ତ ଚାରୋଟି ମ୍ୟାଚ ଜିତିଯାଏ, ତେବେ ଏହା କେବଳ ୧୪ ପଏଣ୍ଟ ପାଇପାରିବ। ଚଳିତ ବର୍ଷର ଆଇପିଏଲ ସିଜିନକୁ ଦେଖିଲେ ମନେ ହେଉଛି ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିବା ପାଇଁ ହାଇଦ୍ରାବାଦକୁ ୧୬ ପଏଣ୍ଟ ପାଇବା ଆବଶ୍ୟକ।

 

The post ୧୮ ବର୍ଷର IPL ଇତିହାସରେ ପ୍ରଥମଥର ଘଟିଲା ଏମିତି; ଇତିହାସ ରଚିଲେ ପ୍ୟାଟ୍‌ କମିନ୍ସ appeared first on Dharitri Odia News.