ଦମନ, ଗଦର ପରେ ଏବେ ସ୍ତ୍ରୀ-୨ ପାଇଲା ସଫଳତା, ଚର୍ଚ୍ଚାରେ ଦାରିଙ୍ଗବାଡ଼ିର ବରୁଣ
ଦାରିଙ୍ଗବାଡ଼ି,୧୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବରୁଣ ବିଶୋଇ ଜଣେ ସଫଳ ବଲିଉଡ୍ ଫଳି କଳାକାର ଭାବେ ଜଣାଶୁଣା। ସେ ଏବେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ଶତାଧିକ ବଲିଉଡ୍ ଫିଲ୍ମ ସମେତ ଓଡ଼ିଆ ଓ ଅନ୍ୟ ଭାଷାଭାଷୀ ଫିଲ୍ମରେ ଫଳି କଳାକାର ଭାବେ କାର୍ଯ୍ୟକରୀ ସଫଳତା ପାଇଛନ୍ତି। ଓଡ଼ିଆ ଫିଲ୍ମ ଦମନ ଏବେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ଗଦର-୨ ମଧ୍ୟ ଦେଶରେ […] The post ଦମନ, ଗଦର ପରେ ଏବେ ସ୍ତ୍ରୀ-୨ ପାଇଲା ସଫଳତା, ଚର୍ଚ୍ଚାରେ ଦାରିଙ୍ଗବାଡ଼ିର ବରୁଣ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବରୁଣ ବିଶୋଇ ଜଣେ ସଫଳ ବଲିଉଡ୍ ଫଳି କଳାକାର ଭାବେ ଜଣାଶୁଣା। ସେ ଏବେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ଶତାଧିକ ବଲିଉଡ୍ ଫିଲ୍ମ ସମେତ ଓଡ଼ିଆ ଓ ଅନ୍ୟ ଭାଷାଭାଷୀ ଫିଲ୍ମରେ ଫଳି କଳାକାର ଭାବେ କାର୍ଯ୍ୟକରୀ ସଫଳତା ପାଇଛନ୍ତି। ଓଡ଼ିଆ ଫିଲ୍ମ ଦମନ ଏବେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ଗଦର-୨ ମଧ୍ୟ ଦେଶରେ ସଫଳତା ପାଇସାରିଛି। ଏବେ ସଫଳତାର ସହ ସ୍ତ୍ରୀ -୨ ଫିଲ୍ମ ଚର୍ଚ୍ଚାରେ ରହିଆସିଥିବା ବେଳେ ଦାରିଙ୍ଗବାଡ଼ିର ଯୁବ କଳାକାର ବରୁଣ ବିଶୋଇ ଏହି ଫିଲ୍ମରେ ଫଳି କଳାକାର ଭାବେ କାର୍ଯ୍ୟ କରିଛନ୍ତି।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେ ଏହି ଫିଲ୍ମକୁ ଶବ୍ଦ ସଂଯୋଜନା କରିବା ପାଇଁ ବହୁ ପରିଶ୍ରମ କରିଛନ୍ତି। ଏଥିରେ ତାଙ୍କ ସହକର୍ମୀ ଶିବଶମ୍ଭୁ ଦିଗାଲ ଏବଂ ଶ୍ରୀକ୍ଷେତ୍ର ଦିଗାଲ ତାଙ୍କୁ ସହାୟତା ପ୍ରଦାନ କରିଛନ୍ତି। ସେ କୁହନ୍ତି, ପ୍ରଥମେ ସ୍ତ୍ରୀ ଫିଲ୍ମଟି ଗତ ୨୦୧୮ରେ ରିଲିଜ୍ ହୋଇଥିଲା। ଦୀର୍ଘ ୬ ବର୍ଷ ପରେ ପୁଣି ସ୍ତ୍ରୀ -୨ ରିଲିଜ ହୋଇଛି। ତେଣୁ ପ୍ରଥମ ଫିଲ୍ମର ସାଉଣ୍ଡକୁ ନଜରରେ ରଖି ଦିତୀୟ ଫିଲ୍ମକୁ ବହୁ ପରିଶ୍ରମ କରାଯାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ବରୁଣ ଦୀର୍ଘ ୨୨ ବର୍ଷ ହେଲା ଦାରିଙ୍ଗବାଡ଼ିରୁ ଘର ଛାଡ଼ି ମୁମ୍ବାଇ ପହଞ୍ଚିଥିଲେ। ପ୍ରଥମେ ସେ ଜଣେ କ୍ୟାଣ୍ଟିନ୍ ବୟ ଭାବେ କାର୍ଯ୍ୟ ଆରମ୍ଭ କରି ସେଠାରେ ସେ ଫଳି କଳାକାର ଭାବେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ପିଲାଦିନରୁ ସଙ୍ଗୀତ ଗାନ କରିବା ସହ ଜଣେ ଭଲ କଳାକାର ହେବାକୁ ଇଚ୍ଛା ରଖିଥିଲେ। ଯାହାକି ଆଜି ତାଙ୍କୁ ସଫଳତା ଆଣିଦେଇଛି। ସେ ପୂର୍ବରୁ ଅନ୍ୟ ଷ୍ଟୁଡିଓରେ କାର୍ଯ୍ୟ କରୁଥିଲେ। ଏବେ ନିଜର ଷ୍ଟୁଡିଓରେ ସେ ଫଳି ରେକର୍ଡ କରୁଛନ୍ତି। ବଲିଉଡ୍ରେ ଅନେକ ଫିଲ୍ମ ରେକର୍ଡ କରିଥିବା ବେଳେ ଓଡ଼ିଆରେ ଦମନ ସମେତ କୁହୁଡି,ବିଗୁଲ ଆଦି ଫିଲ୍ମରେ ସେ ଫଳି ରେକର୍ଡ୍ର ଭାବେ କାର୍ଯ୍ୟ କରିଛନ୍ତି।
The post ଦମନ, ଗଦର ପରେ ଏବେ ସ୍ତ୍ରୀ-୨ ପାଇଲା ସଫଳତା, ଚର୍ଚ୍ଚାରେ ଦାରିଙ୍ଗବାଡ଼ିର ବରୁଣ appeared first on Dharitri Odia News.