ମାରାଗୁଡ଼ା ଲୋକ ମହୋତ୍ସବ ଉଦ୍‌ଘାଟିତ ସମ୍ବଲପୁରୀ ନାଚଗୀତରେ ଝୁମିଲେ ଦର୍ଶକ

ନୂଆପଡ଼ା,୨।୪(ମକାରୁ ବେମାଲ): ସ୍ଥାନୀୟ ଲୋକ ସଂସ୍କୃତି, ପରମ୍ପରା, ଐତିହ୍ୟକୁ ନେଇ ନୂଆପଡା ମିନି ଷ୍ଟାଡିୟମଠାରେ ମଙ୍ଗଳବାର ମାରାଗୁଡା ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାସଙ୍କ ନେତୃତ୍ୱରେ ସକାଳେ କଣାଭଏଁରା ମନ୍ଦିର-ସାଲିହା ସ୍ମୃତିପୀଠରୁ ମଶାଳ ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଖୋଦ ଜିଲାପାଳ ମୃଦଙ୍ଗ ଓ ଏସ୍‌ପି ଢୋଲ ବଜାଇଥିଲେ। ସନ୍ଧ୍ୟାରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝ ମୁଖ୍ୟଅତିଥି, ଜିଲା […] The post ମାରାଗୁଡ଼ା ଲୋକ ମହୋତ୍ସବ ଉଦ୍‌ଘାଟିତ ସମ୍ବଲପୁରୀ ନାଚଗୀତରେ ଝୁମିଲେ ଦର୍ଶକ appeared first on Dharitri Odia News.

ମାରାଗୁଡ଼ା ଲୋକ ମହୋତ୍ସବ ଉଦ୍‌ଘାଟିତ ସମ୍ବଲପୁରୀ ନାଚଗୀତରେ ଝୁମିଲେ ଦର୍ଶକ

ନୂଆପଡ଼ା,୨।୪(ମକାରୁ ବେମାଲ): ସ୍ଥାନୀୟ ଲୋକ ସଂସ୍କୃତି, ପରମ୍ପରା, ଐତିହ୍ୟକୁ ନେଇ ନୂଆପଡା ମିନି ଷ୍ଟାଡିୟମଠାରେ ମଙ୍ଗଳବାର ମାରାଗୁଡା ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାସଙ୍କ ନେତୃତ୍ୱରେ ସକାଳେ କଣାଭଏଁରା ମନ୍ଦିର-ସାଲିହା ସ୍ମୃତିପୀଠରୁ ମଶାଳ ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଖୋଦ ଜିଲାପାଳ ମୃଦଙ୍ଗ ଓ ଏସ୍‌ପି ଢୋଲ ବଜାଇଥିଲେ। ସନ୍ଧ୍ୟାରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝ ମୁଖ୍ୟଅତିଥି, ଜିଲା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର, ସଦର ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲା ପରିଷଦ ଅବନୀ ରଞ୍ଜନ ଯୋଶୀ, ଜିଲା ପରିଷଦ ସଦସ୍ୟା ଯାଜ୍ଞସିନୀ କଟା, ଶିକ୍ଷାବିତ ଓ ସାହିତି୍ୟକ ମହେନ୍ଦ୍ର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର କୁଳପତି ପ୍ରାଧ୍ୟାପକ ପ୍ରସନ୍ନ ସ୍ବାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ମାରାଗୁଡା ମହୋତ୍ସବ ପୁରାଣ ଇତିହାସର ଗାଥା କହିବ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ କୁରୁମପୁରିର ମା’ ତାରିଣୀ ଶୁଆନାଚ, ପଲସଦା ସେବାଶ୍ରମ ଛାତ୍ରୀଛାତ୍ରଙ୍କ ଦ୍ୱାରା ସମ୍ବଲପୁରୀ ନାଚ, ବୋଡେନର ଆଦିବାସୀ ରାମକାଠି ନାଚ, ଟିଟିଲାଗଡ ଢାପ ଲୋକ ନୃତ୍ୟ, କୋରାପୁଟ କୋଟପାଡର ଢେମସା ପରିବେଷଣ କରାଯାଇଥିଲା। ପ୍ରଥମ ଦିନରୁ ଦର୍ଶକ ସମ୍ବଲପୁରୀ ନାଚଗୀତରେ ଝୁମି ଉଠିଥିଲେ। ଏହା ପରେ ଅନ୍ତରା ଚକ୍ରବର୍ତୀ ଓ ସାଧି ଙ୍କ ଦ୍ୱାରା ମେସଲୋଡି କାଯର୍‌ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସହାୟକ ବିଭୂଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

The post ମାରାଗୁଡ଼ା ଲୋକ ମହୋତ୍ସବ ଉଦ୍‌ଘାଟିତ ସମ୍ବଲପୁରୀ ନାଚଗୀତରେ ଝୁମିଲେ ଦର୍ଶକ appeared first on Dharitri Odia News.