ଛିଡ଼ା ହୋଇ ତାଳିମାରିଲେ ଦର୍ଶକ, ୧୫ ମାସ ପରେ ପ୍ରତ୍ୟାବର୍ତ୍ତନ ପଡ଼ିଲା ଫିକା, ତଥାପି…
ଚଣ୍ଡିଗଡ଼,୨୩।୩: ଟିମ୍ ଇଣ୍ଡିଆର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଏହାର ୧୫ ମାସ ପରେ ସେ ମଇଦାନକୁ ଫେରିଛନ୍ତି। ଶନିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲାରେ ପନ୍ତ ୪ର୍ଥ ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ଆରମ୍ଭରୁ ଭଲ ଖେଳି ସେ ୧୨ ବଲ୍ରେ ୧୮ ରନ୍ କରିଥିଲେ। ଏହି ସମୟରେ ହର୍ଷଲ ପଟେଲ ତାଙ୍କ ଉଇକେଟ ନେଇଥିଲେ। ପନ୍ତ ନିରାଶ ନଜର ଆସିଥିଲେ ହେଁ କିଛି ସମୟ ବ୍ୟାଟିଂ […] The post ଛିଡ଼ା ହୋଇ ତାଳିମାରିଲେ ଦର୍ଶକ, ୧୫ ମାସ ପରେ ପ୍ରତ୍ୟାବର୍ତ୍ତନ ପଡ଼ିଲା ଫିକା, ତଥାପି… appeared first on Dharitri Odia News.
ଚଣ୍ଡିଗଡ଼,୨୩।୩: ଟିମ୍ ଇଣ୍ଡିଆର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଏହାର ୧୫ ମାସ ପରେ ସେ ମଇଦାନକୁ ଫେରିଛନ୍ତି। ଶନିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲାରେ ପନ୍ତ ୪ର୍ଥ ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ଆରମ୍ଭରୁ ଭଲ ଖେଳି ସେ ୧୨ ବଲ୍ରେ ୧୮ ରନ୍ କରିଥିଲେ। ଏହି ସମୟରେ ହର୍ଷଲ ପଟେଲ ତାଙ୍କ ଉଇକେଟ ନେଇଥିଲେ। ପନ୍ତ ନିରାଶ ନଜର ଆସିଥିଲେ ହେଁ କିଛି ସମୟ ବ୍ୟାଟିଂ ମଧ୍ୟରେ ସେ ପୁରୁଣା ଦିନକୁ ମନେ ପକାଇଥିଲେ। ତାଙ୍କୁ ଦେଖି ସେ ଏତେ ମାସ ଧରି କ୍ରିକେଟରୁ ଦୂରରେ ଥିବା ମନେ ହେଉ ନ ଥିବା ପ୍ରଶଂସକମାନେ ମତ ରଖୁଛନ୍ତି।
ଆଇପିଏଲ୍ର ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲା। ୨ ଉଇକେଟ ଯିବା ପରେ ପନ୍ତ ୯ମ ଓଭରରେ ମଇଦାନକୁ ଆସିଥିଲେ। ଏହାକୁ ଦେଖି ପୁରା ଷ୍ଟାଡିୟମ ତାଳି ମାରି ତାଙ୍କୁ ସ୍ବାଗତ କରିଥିଲା। ପନ୍ତ ଆକାଶକୁ ଚାହିଁ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ। ଧିରେ ଧିରେ ତାଳିର ଗୁଞ୍ଜରଣ ବଢ଼ିବାକୁ ଲାଗିଥିଲା। ଏପରିକି ପଞ୍ଜାବ ଅଧିନାୟକ ଶିଖର ଧାଓ୍ବନ ମଧ୍ୟ ତାଙ୍କ ପାଇଁ ତାଳି ବଜାଇଥିବା ଦେଖାଯାଇଥିଲା।
The post ଛିଡ଼ା ହୋଇ ତାଳିମାରିଲେ ଦର୍ଶକ, ୧୫ ମାସ ପରେ ପ୍ରତ୍ୟାବର୍ତ୍ତନ ପଡ଼ିଲା ଫିକା, ତଥାପି… appeared first on Dharitri Odia News.