ସରିଲା ନିଳାଦ୍ରୀବିଜେ: ରସଗୋଲା ଦେଇ ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତେ
ବାଲିଗୁଡା,୮।୭:(ସଞ୍ଜୟ କୁମାର ପାଣିଗ୍ରାହୀ): ସରିଲା ଘୋଷଯାତ୍ରା। ୧୨ ଦିନର ଲୀଳାଖେଳା ଶେଷ କରି ନୀଳାଦ୍ରିବିଜେ କରିଛନ୍ତି ନୀଳାଦ୍ରିନାଥ । ରଥରେ ବଡ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାଇଥିଲେ। ହେଲେ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କୁ ନେଇ ନ ଥିଲେ। ଏନେଇ ରୋଷ କରିଥିଲେ ମହାଲକ୍ଷ୍ମୀ। ମହାପ୍ରଭୁ ଶ୍ରୀଜଗନ୍ନାଥ ମା’ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରି ରତ୍ନବେଦୀକୁ ବିରାଜମାନ କରିଥିଲେ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଶ୍ରୀଜଗନ୍ନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ […] The post ସରିଲା ନିଳାଦ୍ରୀବିଜେ: ରସଗୋଲା ଦେଇ ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତେ appeared first on Dharitri Odia News.
ବାଲିଗୁଡା,୮।୭:(ସଞ୍ଜୟ କୁମାର ପାଣିଗ୍ରାହୀ): ସରିଲା ଘୋଷଯାତ୍ରା। ୧୨ ଦିନର ଲୀଳାଖେଳା ଶେଷ କରି ନୀଳାଦ୍ରିବିଜେ କରିଛନ୍ତି ନୀଳାଦ୍ରିନାଥ । ରଥରେ ବଡ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାଇଥିଲେ। ହେଲେ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କୁ ନେଇ ନ ଥିଲେ। ଏନେଇ ରୋଷ କରିଥିଲେ ମହାଲକ୍ଷ୍ମୀ। ମହାପ୍ରଭୁ ଶ୍ରୀଜଗନ୍ନାଥ ମା’ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରି ରତ୍ନବେଦୀକୁ ବିରାଜମାନ କରିଥିଲେ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଶ୍ରୀଜଗନ୍ନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତଙ୍କ ହରିବୋଲ ହୁଳହୁଳିରେ ଶ୍ରୀମନ୍ଦିର ପରିସର ପ୍ରକମ୍ପିତ ହୋଇପଡିଥିଲା।
କାଳିଆ ଠାକୁରଙ୍କୁ ରଥରୁ ଓହ୍ଲାଇ ପହଣ୍ଡି କରି ମନ୍ଦିରକୁ ଅଣାଯାଇଥିବା ବେଳେ ଅଭିମାନ କରି ମହାଲକ୍ଷ୍ମୀ କବାଟ ପକାଇ ଦେଇଥିଲେ। ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ। ଏହି ସମୟରେ ପରମ୍ପରା ଅନୁସାରେ ହୋଇଥିବା ବଚନିକା ପାଠ ଓ ଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ଦେଖିବା ସହ ଆର୍ଶୀବାଦ ଭିକ୍ଷା ଲାଗି ଭକ୍ତଙ୍କ ଭିଡ ଜମିଥିଲା। ଏପରିକି ରସଗୋଲା ନିଳାଦ୍ରି ବିଜେ ଶ୍ରୀଜଗନ୍ନାଥଙ୍କ ପାଖରେ ଭୋଗ ଲାଗି ଥାଏ l ଭୋଗ ଲାଗିସାରିଥିବା ସେହି ରସଗୋଲାକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ସମ୍ବିତ କୁମାର ସ୍ବାଇଁଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା l ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ପର୍ଶୁରାମ ବାହିନୀ, ବ୍ରାହ୍ମଣ ସମିତି, ବିଭିନ୍ନ ଯୁବକ ସଂଘ, ମହିଳା ସଂଘ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ନୀଳାଦ୍ରିବିଜେ ପରିଚାଳନାରେ ସହଯୋଗ କରିଥିଲେ।
The post ସରିଲା ନିଳାଦ୍ରୀବିଜେ: ରସଗୋଲା ଦେଇ ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତେ appeared first on Dharitri Odia News.