ଜଣାପଡିଲା କାହିଁକି ରାଜନୀତିରୁ ଅବସର ନେଲେ ଜୁଏଲ ଓରାମ! ରାଜନୀତିରେ ହଲଚଲ

ଭୁବନେଶ୍ୱର,୧୨।୭: ଓଡ଼ିଶାର ବରିଷ୍ଠ ଆଦିବାସୀ ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଓଡ଼ିଶା ରାଜନୀତିକୁ ହଲଚଲ କରିଛି। ୮ ଥର ଏମପି ଏବଂ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜୁଏଲ ଓରାମ ଘୋଷଣା କରିଛନ୍ତି ଯେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ। ଏହି ହଠାତ୍‌ ନିଷ୍ପତ୍ତି ପଛରେ କ’ଣ କାରଣ ରହିଛି ତାହା ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସମ୍ବଲପୁରରେ ଅନୁଷ୍ଠିତ ଏକ ରୋଜଗାର […] The post ଜଣାପଡିଲା କାହିଁକି ରାଜନୀତିରୁ ଅବସର ନେଲେ ଜୁଏଲ ଓରାମ! ରାଜନୀତିରେ ହଲଚଲ appeared first on Dharitri Odia News.

ଜଣାପଡିଲା କାହିଁକି ରାଜନୀତିରୁ ଅବସର ନେଲେ ଜୁଏଲ ଓରାମ! ରାଜନୀତିରେ ହଲଚଲ

ଭୁବନେଶ୍ୱର,୧୨।୭: ଓଡ଼ିଶାର ବରିଷ୍ଠ ଆଦିବାସୀ ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଓଡ଼ିଶା ରାଜନୀତିକୁ ହଲଚଲ କରିଛି। ୮ ଥର ଏମପି ଏବଂ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜୁଏଲ ଓରାମ ଘୋଷଣା କରିଛନ୍ତି ଯେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ। ଏହି ହଠାତ୍‌ ନିଷ୍ପତ୍ତି ପଛରେ କ’ଣ କାରଣ ରହିଛି ତାହା ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ସମ୍ବଲପୁରରେ ଅନୁଷ୍ଠିତ ଏକ ରୋଜଗାର ମେଳାରେ ଜୁଏଲ ଓରାମ କହିଛନ୍ତି, “ମୁଁ ୧୦ ଥର ନିର୍ବାଚନ ଜିତି ସାରିଲିଣି। ୮ ଥର ଏମପି ଓ ୨ ଥର ବିଧାୟକ ଭାବେ ମୋର ଦୀର୍ଘ ରାଜନୈତିକ ଯାତ୍ରା ରହିଛି। ଏବେ ମୁଁ ନିର୍ବାଚନୀ ରାଜନୀତିରୁ ବିରତି ନେବାକୁ ଚାହୁଁଛି ଏବଂ ଯୁବପିଢ଼ିଙ୍କୁ ଆଗକୁ ଆସିବାର ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି।” ସେ ଆହୁରି କହିଛନ୍ତି ଯେ, ତାଙ୍କ ଜୀବନରେ କୌଣସି ପଶ୍ଚାତାପ ନାହିଁ ଏବଂ ସେ ଏବେ ଭାଜପାର ସାଂଗଠନିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେବେ।

ସୁନ୍ଦରଗଡ଼ ଲୋକ ସଭା ଆସନରୁ ଦୀର୍ଘ ଦିନ ଧରି ପ୍ରତିନିଧିତ୍ୱ କରିଥିବା ଜୁଏଲ ଏକ ଜଣାଶୁଣା ଆଦିବାସୀ ନେତା ଭାବେ ପରିଚିତ। ତାଙ୍କର ଏହି ଘୋଷଣା ଭାଜପା ଦଳ ଭିତରେ ନୂଆ ନେତୃତ୍ୱକୁ ଆଗେଇ ଆଣିବାର ଏକ ପ୍ରୟାସ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମତ ଦେଇଛନ୍ତି।

ଜୁଏଲଙ୍କ ଅବସର ଘୋଷଣା ସୁନ୍ଦରଗଡ଼ ଅଞ୍ଚଳରେ ଭାଜପାର ରାଜନୈତିକ ଗତିବିଧି ଉପରେ ପ୍ରଭାବ ପକାଇପାରେ। ତାଙ୍କ ସ୍ଥାନରେ କିଏ ନେତୃତ୍ୱ ନେବେ, ତାହା ଏବେ ଚର୍ଚ୍ଚାର ବିଷୟ। ଓଡ଼ିଶା ଭାଜପାରେ ଯୁବ ନେତାମାନଙ୍କୁ ଆଗେଇ ଆଣିବାରେ ଜୁଏଲଙ୍କ ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ।

The post ଜଣାପଡିଲା କାହିଁକି ରାଜନୀତିରୁ ଅବସର ନେଲେ ଜୁଏଲ ଓରାମ! ରାଜନୀତିରେ ହଲଚଲ appeared first on Dharitri Odia News.