ୟୁଜ୍ ଆଣ୍ଡ୍ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର: ଭାଜପା
ନୂଆଦିଲ୍ଲୀ,୨୪ା୨: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଆମ୍ ଆଦ୍ମୀ ପାର୍ଟି (ଏଏପି) ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦ ଶନିବାର ଶେଷ ହୋଇଛି। ଇଣ୍ଡିଆର ଉଭୟ ଦଳ କଂଗ୍ରେସ ଏବଂ ଏଏପି ଆନୁଷ୍ଠାନିକ ଭାବେ ଦିଲ୍ଲୀ, ଗୁଜରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆ ପାଇଁ ସିଟ୍ ବଣ୍ଟନ ଉପରେ ଚୁକ୍ତିନାମା ଘୋଷଣା କରିଛନ୍ତି। ଗୁଜରାଟର ୨୬ଟି ଲୋକ ସଭା ଆସନ ମଧ୍ୟରୁ ୨୪ଟିରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଏଏପି ଦୁଇଟି ଆସନରେ […] The post ୟୁଜ୍ ଆଣ୍ଡ୍ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର: ଭାଜପା appeared first on Dharitri Odia News.
ନୂଆଦିଲ୍ଲୀ,୨୪ା୨: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଆମ୍ ଆଦ୍ମୀ ପାର୍ଟି (ଏଏପି) ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦ ଶନିବାର ଶେଷ ହୋଇଛି। ଇଣ୍ଡିଆର ଉଭୟ ଦଳ କଂଗ୍ରେସ ଏବଂ ଏଏପି ଆନୁଷ୍ଠାନିକ ଭାବେ ଦିଲ୍ଲୀ, ଗୁଜରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆ ପାଇଁ ସିଟ୍ ବଣ୍ଟନ ଉପରେ ଚୁକ୍ତିନାମା ଘୋଷଣା କରିଛନ୍ତି। ଗୁଜରାଟର ୨୬ଟି ଲୋକ ସଭା ଆସନ ମଧ୍ୟରୁ ୨୪ଟିରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଏଏପି ଦୁଇଟି ଆସନରେ ପ୍ରାର୍ଥୀ ଦେବ।
ଏଥି ସହିତ କଂଗ୍ରେସ ଭରୁଚ ଆସନକୁ ଏଏପିକୁ ଦେଇଛି। ଭରୁଚ ଆସନ ଏଏପିକୁ ଦିଆଯିବା ପରେ ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନ ଭାଜପା ମୁଖପାତ୍ର ଜୟବୀର ଶେର୍ଗିଲ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି ଜୟବୀର କହିଛନ୍ତି, କଂଗ୍ରେସ ଦଳ ପାଇଁ ଜୀବନ ଦେଇଥିବା ଅହମ୍ମଦ ପଟେଲଙ୍କ ଦୀର୍ଘ ଦିନର ଗଡ଼ ଏଏପିକୁ ହସ୍ତାନ୍ତର କରି ପ୍ରତିଶୋଧ ନେଇଛି।
ରାହୁଲଙ୍କ ଉପରେ ଖୋଳତାଡ଼ କରି ସେ କହିଛନ୍ତି, ଏହି ଆସନ ସହିତ ତାଙ୍କର ଦୀର୍ଘ ସମୟ ଧରି ସମ୍ପର୍କ ଅଛି। ବର୍ତ୍ତମାନ ଦଳ ଏହାକୁ ଏଏପି ଆକାଉଣ୍ଟରେ ରଖି ସ୍ବର୍ଗତ ଅହମ୍ମଦ ପଟେଲଙ୍କ ପରିବାରକୁ ଅପମାନିତ କରିବାକୁ ଚେଷ୍ଟା କରିଛି। ସେ ଅଭିଯୋଗ କରିଛନ୍ତି ଯେ, ଗାନ୍ଧୀ ପରିବାର ୟୁଜ୍ ଆଣ୍ଡ୍ ଥ୍ରୋ’ରେ ବିଶ୍ୱାସ କରନ୍ତି। ସେ କହିଛନ୍ତି, ପାର୍ଟି ପ୍ରଥମେ ଯାହାକୁ ବହୁଳ ଭାବରେ ବ୍ୟବହାର କରେ ଏବଂ ଯେତେବେଳେ ତାଙ୍କର ଉଦ୍ଦେଶ୍ୟ ପୂରଣ ହୁଏ ସେତେବେଳେ ତାଙ୍କୁ ଫିଙ୍ଗିଦିଏ।
The post ୟୁଜ୍ ଆଣ୍ଡ୍ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର: ଭାଜପା appeared first on Dharitri Odia News.