କଂଗ୍ରେସ ସାଂସଦ ଇମରାନ ପ୍ରତାପଗଡ଼ିଙ୍କୁ ଆଶ୍ୱସ୍ତି, ଏଫଆଇଆର ରଦ୍ଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ ୨୮/୦୩: କଂଗ୍ରେସ ସାଂସଦ ଇମରାନ ପ୍ରତାପଗଡ଼ିଙ୍କୁ ଆଶ୍ୱସ୍ତି । ଏଫଆଇଆର ରଦ୍ଦ କଲେ ସୁପ୍ରିମକୋର୍ଟ, କହିଲେ ବାକ୍ ସ୍ବାଧୀନତା ଓ ଇଚ୍ଛା ପ୍ରକାଶ କରିବା ସ୍ବାଧୀନତାର ସୁରକ୍ଷା ଲାଗି ଧ୍ୟନ ଦିଅ । ୟେ ଖୁନ କେ ପ୍ୟାସେ ବାତ୍ ଶୁନୋ କବିତା ପୋଷ୍ଟ କରି ଫସିଥିଲେ । ରାଜ୍ୟସଭା ସାଂସଦ ଇମରାନ ପ୍ରତାପଗଡ଼ିଙ୍କ ବିରୋଧରେ ଆଗତ ଏଫଆଇଆରକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । also read...ଭଲ ବନ୍ଧୁତାର ଯୁଗ ଶେଷ...ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କାନାଡାର ପ୍ରଧାନମନ୍ତ୍ରୀଙ୍କ ରୋକ୍ଠୋକ୍ଇନଷ୍ଟାଗ୍ରାମରେ ୟେ ଖୁନ କେ ପ୍ୟାସେ ବାତ୍ ଶୁନୋ ନାମକ ଏକ କବିତାକୁ ପୋଷ୍ଟ କରିବା ପରେ ତାଙ୍କ ବିରୋଧରେ ହୋଇଥିଲା ଏତଲା। ସୁପ୍ରିମକୋର୍ଟ କହିଛନ୍ତି- ବାକ୍ ସ୍ୱାଧୀନତା ଓ ଇଚ୍ଛା ପ୍ରକାଶ କରିବାର ସ୍ୱାଧୀନତାର ସୁରକ୍ଷା ଲାଗି ଅଦାଲତ ଧ୍ୟାନ ଦେବା ଦରକାର।ଜଷ୍ଟିସ ଅଭୟ ଏସ. ଓକା ଓ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ଗୁଜରାଟ ପୋଲିସର ମନମାନିକୁ ସମାଲୋଚନା କରିବା ଏକ ଅପରାଧ ନୁହେଁ। କହିବାର ଅଧିକାର ଉପରେ କଟକଣା ସବୁଠି କରାଯାଇପାରିବ ନାହିଁ। ସମ୍ବିଧାନର ଧାରା ୧୯(୧) ଅନୁସାରେ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ସ୍ବାଧୀନତାର ଗ୍ୟାରେଣ୍ଟିକୁ ଏଡାଇଦିଆଯାଇପାରିବ ନାହିଁ। କବିତା, ନାଟକ, ଫିଲ୍ମ, ଷ୍ଟାଣ୍ଡ-ଅପ କମେଡି, ବ୍ୟଙ୍ଗ, କଳା ଆଦି କ୍ଷେତ୍ର ଜୀବନକୁ ଅଧିକ ସାକାର କରିଥାଏ।ପ୍ରତାପଗଡ଼ୀଙ୍କ କବିତା ସାମା
ନୂଆଦିଲ୍ଲୀ ୨୮/୦୩: କଂଗ୍ରେସ ସାଂସଦ ଇମରାନ ପ୍ରତାପଗଡ଼ିଙ୍କୁ ଆଶ୍ୱସ୍ତି । ଏଫଆଇଆର ରଦ୍ଦ କଲେ ସୁପ୍ରିମକୋର୍ଟ, କହିଲେ ବାକ୍ ସ୍ବାଧୀନତା ଓ ଇଚ୍ଛା ପ୍ରକାଶ କରିବା ସ୍ବାଧୀନତାର ସୁରକ୍ଷା ଲାଗି ଧ୍ୟନ ଦିଅ । ୟେ ଖୁନ କେ ପ୍ୟାସେ ବାତ୍ ଶୁନୋ କବିତା ପୋଷ୍ଟ କରି ଫସିଥିଲେ । ରାଜ୍ୟସଭା ସାଂସଦ ଇମରାନ ପ୍ରତାପଗଡ଼ିଙ୍କ ବିରୋଧରେ ଆଗତ ଏଫଆଇଆରକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।
also read...
ଭଲ ବନ୍ଧୁତାର ଯୁଗ ଶେଷ...ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କାନାଡାର ପ୍ରଧାନମନ୍ତ୍ରୀଙ୍କ ରୋକ୍ଠୋକ୍
ଇନଷ୍ଟାଗ୍ରାମରେ ୟେ ଖୁନ କେ ପ୍ୟାସେ ବାତ୍ ଶୁନୋ ନାମକ ଏକ କବିତାକୁ ପୋଷ୍ଟ କରିବା ପରେ ତାଙ୍କ ବିରୋଧରେ ହୋଇଥିଲା ଏତଲା। ସୁପ୍ରିମକୋର୍ଟ କହିଛନ୍ତି- ବାକ୍ ସ୍ୱାଧୀନତା ଓ ଇଚ୍ଛା ପ୍ରକାଶ କରିବାର ସ୍ୱାଧୀନତାର ସୁରକ୍ଷା ଲାଗି ଅଦାଲତ ଧ୍ୟାନ ଦେବା ଦରକାର।
ଜଷ୍ଟିସ ଅଭୟ ଏସ. ଓକା ଓ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ଗୁଜରାଟ ପୋଲିସର ମନମାନିକୁ ସମାଲୋଚନା କରିବା ଏକ ଅପରାଧ ନୁହେଁ।
କହିବାର ଅଧିକାର ଉପରେ କଟକଣା ସବୁଠି କରାଯାଇପାରିବ ନାହିଁ। ସମ୍ବିଧାନର ଧାରା ୧୯(୧) ଅନୁସାରେ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ସ୍ବାଧୀନତାର ଗ୍ୟାରେଣ୍ଟିକୁ ଏଡାଇଦିଆଯାଇପାରିବ ନାହିଁ। କବିତା, ନାଟକ, ଫିଲ୍ମ, ଷ୍ଟାଣ୍ଡ-ଅପ କମେଡି, ବ୍ୟଙ୍ଗ, କଳା ଆଦି କ୍ଷେତ୍ର ଜୀବନକୁ ଅଧିକ ସାକାର କରିଥାଏ।
ପ୍ରତାପଗଡ଼ୀଙ୍କ କବିତା ସାମାଜିକ ଅସ୍ଥିରତା ସୃଷ୍ଟି କରୁଛି ବୋଲି ତାଙ୍କ ବିରୋଧରେ ଗୁଜରାଟ ଜାମନଗର ପୋଲିସ ଷ୍ଟେସନରେ ଗତ ଜାନୁଆରୀ ୩ରେ ଏକ ଏଫଆଇଆର ରୁଜୁ ହୋଇଥିଲା। ଏହି ଏଫଆଇଆରକୁ ରଦ୍ଦ କରିବା ଲାଗି ଗୁଜରାଟ ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ସୁପ୍ରିମକୋର୍ଟ ଯାଇଥିଲେ ପ୍ରତାପଗଡ଼ୀ।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମ୍ପର୍କରେ କମେଡିଆନ କୁନାଲ କାମରାଙ୍କ ବ୍ୟଙ୍ଗକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବାବେଳେ ସୁପ୍ରିମକୋର୍ଟଙ୍କ ଏହି ରାୟ ଅନେକ ଗୁରୁତ୍ବ ବହନ କରିଛି। ସେପଟେ ସମ୍ବିଧାନର କପି ଧରି ସଂସଦରେ ପ୍ରବେଶ କରିଛନ୍ତି ପ୍ରତାପଗଡ଼ି।