ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ନବକଳେବର କାର୍ଯ୍ୟାଳୟ ଲୋକାର୍ପିତ

ବରଗଡ଼:ଆଜି ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ନବକଳେବର ଅଫିସ ଗୃହ ବରଗଡ଼ ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ଙ୍କ କରକମଳରେ ଉଦଘାଟିତ ହୋଇ ଯାଇଅଛି। ଆଜିର ଉଦଘାଟନୀ ଉତ୍ସବରେ ବରଗଡ଼ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ, ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ସଭାପତି ପ୍ର: ଟହଲୁ ସାହୁ, ବରଗଡ଼ ସଂଘ ସଭାପତି ପ୍ରମୋଦ ଝାଙ୍କର, ସଂପାଦକ ଗୋବିନ୍ଦ ଦାଶ, ଉପସଭାପତି ନିର୍ମଳ କିଶୋର କର ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି […] The post ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ନବକଳେବର କାର୍ଯ୍ୟାଳୟ ଲୋକାର୍ପିତ appeared first on Odisha.News.

ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ନବକଳେବର କାର୍ଯ୍ୟାଳୟ ଲୋକାର୍ପିତ

ବରଗଡ଼:ଆଜି ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ନବକଳେବର ଅଫିସ ଗୃହ ବରଗଡ଼ ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ଙ୍କ କରକମଳରେ ଉଦଘାଟିତ ହୋଇ ଯାଇଅଛି।
ଆଜିର ଉଦଘାଟନୀ ଉତ୍ସବରେ ବରଗଡ଼ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ, ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ସଭାପତି ପ୍ର: ଟହଲୁ ସାହୁ, ବରଗଡ଼ ସଂଘ ସଭାପତି ପ୍ରମୋଦ ଝାଙ୍କର, ସଂପାଦକ ଗୋବିନ୍ଦ ଦାଶ, ଉପସଭାପତି ନିର୍ମଳ କିଶୋର କର ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଷଡ଼ଙ୍ଗୀ ବରିଷ୍ଠ ମାନଙ୍କ ସେବା ମୋର ପ୍ରଥମ କର୍ତ୍ତବ୍ୟ ଓ ବିକାଶ ମୂଳକ ପରାମର୍ଶ ସବୁବେଳେ ମୋର କାମ୍ୟ, ଏଇଟା ଭଡା ଘର ତଥାପି ବର୍ତ୍ତମାନ ର ଏହି ଅଫିସ ଘରେ କିଛି ଅସୁବିଧା ମୋର ଦୃଷ୍ଟିଗୋଚର ହୋଇଛି ତାହା ତୁରନ୍ତ ଅଗ୍ରାଧିକାର ଭିତ୍ତିରେ ଆସନ୍ତା କାଲି ଠାରୁ ସମସ୍ତ ଅସୁବିଧା ଦୂର କରିବା ପାଇଁ ମୁଁ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛି।
ଭାରତୀ ନଗର ଠାରେ ପ୍ରଦତ୍ତ ଜମି ଉପରେ ଖୁବଶିଘ୍ର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପାଇଁ ଏକ ସ୍ଥାୟୀ ଭବ୍ୟ କୋଠା ନିର୍ମାଣ କରାଯିବ ଏଥିପାଇଁ ଆସନ୍ତା ମାସରେ ଭୂମିପୂଜନ କରାଯିବ ବୋଲି ପୌରାଧିକ୍ଷା କଲ୍ପନା ମାଝୀ ପ୍ରତିଶ୍ରୁତି ଦେଇଥିଲେ।ସଦାବେଳେ ବରିଷ୍ଠ ମାନଙ୍କ ସହିତ ମୋର ସୁ ସମ୍ପର୍କ ରହିଛି ଓ ମୁଁ ସେମାନଙ୍କ ପାଇଁ କିଛି କରିବାକୁ ପ୍ରସ୍ତୁତ ବୋଲି ଶ୍ରୀମତୀ ମାଝୀ କହିଥିଲେ।ମୁଁ ସର୍ବ କନିଷ୍ଠ ଆଉ ବରିଷ୍ଠ ମାନଙ୍କ ପାଇଁ କିଛି କରିବାର ଅପୂର୍ବ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅରୁଣ ପାଣ୍ଡେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।୬୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବରିଷ୍ଠ ମାନଙ୍କୁ ଆୟୁଷ୍ମାନ ଓ ପେନସନ ଯୋଜନା ଲାଗୁ କରାଯିବା ସହିତ ସମସ୍ତ ଜିଲ୍ଲା ଓ ବ୍ଲକ୍ ମାନଙ୍କରେ ବରିଷ୍ଠ ମାନଙ୍କ ଅଫିସ ପାଇଁ ଜମି ଓ ଗୃହ ପ୍ରଦାନ କୁ ଅଗ୍ରାଧିକାର ଦେବାକୁ ବିଧାୟକଙ୍କ ଧ୍ୟାନ ଆକର୍ଷଣ କରିଥିଲେ।ସଂଘ କୁ ଗଢି ତୋଳିବାରେ ଅବଦାନ ଥିବା ୧୦ ଜଣ ବରିଷ୍ଠ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ପ୍ରମୋଦ ଝାଙ୍କର ସ୍ବାଗତ ଭାଷଣ, ସଂପାଦକ ଗୋବିନ୍ଦ ଦାଶ ଅତିଥି ପରିଚୟ ପ୍ରଦାନ ଏବଂ ସଂଗଠନ ସଂପାଦକ କେଦାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲା ବରଗଡ଼ ର ୧୨ ଟି ବ୍ଲକ ତଥା ବରଗଡ଼ ସଂଘରୁ ୨୦୦ ରୁ ଅଧିକ ସଦସ୍ୟ/ ସଦସ୍ୟା ଯୋଗ ଦେଇଥିଲେ।କାର୍ଯକ୍ରମ ଆରମ୍ଭ ରୁ ମାଁ ସମଲେଶ୍ଵରୀ ଙ୍କୁ ପୂଜାର୍ଚ୍ଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।ଶେଷରେ ଉପସଭାପତି ନିର୍ମଳ କିଶୋର କର ଧନ୍ୟବାଦ ଅର୍ପଣ କରିଥିଲେ।

The post ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ନବକଳେବର କାର୍ଯ୍ୟାଳୟ ଲୋକାର୍ପିତ appeared first on Odisha.News.