ନୂଆ ରୂପରେ ଲଞ୍ଚ ହେଲା ଜିପ୍‌ ମେରିଡିଆନ, ବେସ୍‌ ଭାରିଆଣ୍ଟରେ ମିଳିବ ୫ ସିଟର ଅପ୍ସନ

ନୂଆଦିଲ୍ଲୀ: ଜିପ୍‌ ଇଣ୍ଡିଆ ଏହାର ଅପଡେଟେଡ ୨୦୨୫ ମେରିଡିଆନ ଏସୟୁଭି ମଡେଲ ଲଞ୍ଚ କରିଛି। ନୂଆ ଭାରିଆଣ୍ଟରେ ଇଞ୍ଜିନରେ କୌଣସି ପରିବର୍ତ୍ତନ ହୋଇନଥିଲେବି, ଡିଜାଇନରେ ପରିବର୍ତ୍ତନ କରାଯାଇଛି। ଏହା ସହ କାରରେ ଅତିରିକ୍ତ ନୂଆ ଫିଚର ଏବଂ ଏକ ନୂଆ ଭାରିଆଣ୍ଟ ଆଣିଛି କମ୍ପାନି। ବର୍ତ୍ତମାନ ଏହାର ବେସ୍ ଭାରିଆଣ୍ଟରେ ୫ ସିଟ୍‌ର ସୁବିଧା ମିଳିବ। ୨୦୨୫ ମେରିଡିଆନରେ ଏକ୍ସଟିରିୟର ଡିଜାଇନରେ ଅପଡେଟ କରାଯାଇଛି। ଗାଡ଼ିରେ ୧୮ ଇଞ୍ଚର ଆଲଏ ହ୍ବିଲ ଦିଆଯାଇଛି। ଏଲଇଡି ହେଡଲ୍ୟାମ୍ପସ, ରାପ୍‌ଆରାଉଣ୍ଡ ଏଲଇଡି ଟେଲଲାଇଟ, ସାର୍କଫିନ୍‌ ଆଣ୍ଟିନା, ସ୍କିଡ ପ୍ଲେଟ, କ୍ରୋମ ଆସେଣ୍ଟ ରହିଛି। ସେହିଭଳି ଇଣ୍ଟିରିୟରେ ଗାଡ଼ିର ସିଟ୍‌ର ଡିଜାଇନରେ ପରିବର୍ତ୍ତନ କରାଯାଇଛି। ଡାସବୋର୍ଡରେ କ୍ରୋମ ଷ୍ଟ୍ରିପ ବଦଳରେ କପର ଫିନିସ୍‌ ଦିଆଯାଇଛି। ୧୦.୨୫ ଇଞ୍ଚର ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୧୦.୧ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ୯ ସ୍ପିକର ଅଲପାଇନ ଅଡିଓ ସିଷ୍ଟମ, ଓ୍ବାୟାରଲେସ ଚାର୍ଜିଂ, ଓ୍ବାୟାରଲେସ ଆଣ୍ଡ୍ରଏଡ ଅଟୋ ଏବଂ ଆପଲ କାରପ୍ଲେ, ଡୁଆଲ ଜୋନ କ୍ଲାଇମେଟ କଣ୍ଟ୍ରୋଲ, ପାନୋରୋମିକ ସନରୁଫ୍‌, ଏବଂ ଭେଣ୍ଟିଲେଟେଡ ଫ୍ରଣ୍ଟ ସିଟ୍‌, Level 2 ADAS, ଆଡାପଟିଭ କ୍ରୁଜ କଣ୍ଟ୍ରୋଲ, ଫରଓ୍ବାର୍ଡ କୋଲାଇଜନ ଓ୍ବାର୍ଣ୍ଣିଂ, ଲେନ ଡିପାରଚର ଓ୍ବାର୍ଣ୍ଣିଂ, ଲେନ କିପ୍‌ ଆସିଷ୍ଟ ଏବଂ ଅନ୍ୟାନ୍ୟ ଫିଚର୍ସ ଦିଆଯାଇଛି। ଇଞ୍ଜିନ ବିଷୟ

ନୂଆ ରୂପରେ ଲଞ୍ଚ ହେଲା ଜିପ୍‌ ମେରିଡିଆନ, ବେସ୍‌ ଭାରିଆଣ୍ଟରେ ମିଳିବ ୫ ସିଟର ଅପ୍ସନ

ନୂଆଦିଲ୍ଲୀ: ଜିପ୍‌ ଇଣ୍ଡିଆ ଏହାର ଅପଡେଟେଡ ୨୦୨୫ ମେରିଡିଆନ ଏସୟୁଭି ମଡେଲ ଲଞ୍ଚ କରିଛି। ନୂଆ ଭାରିଆଣ୍ଟରେ ଇଞ୍ଜିନରେ କୌଣସି ପରିବର୍ତ୍ତନ ହୋଇନଥିଲେବି, ଡିଜାଇନରେ ପରିବର୍ତ୍ତନ କରାଯାଇଛି। ଏହା ସହ କାରରେ ଅତିରିକ୍ତ ନୂଆ ଫିଚର ଏବଂ ଏକ ନୂଆ ଭାରିଆଣ୍ଟ ଆଣିଛି କମ୍ପାନି। ବର୍ତ୍ତମାନ ଏହାର ବେସ୍ ଭାରିଆଣ୍ଟରେ ୫ ସିଟ୍‌ର ସୁବିଧା ମିଳିବ। 

୨୦୨୫ ମେରିଡିଆନରେ ଏକ୍ସଟିରିୟର ଡିଜାଇନରେ ଅପଡେଟ କରାଯାଇଛି। ଗାଡ଼ିରେ ୧୮ ଇଞ୍ଚର ଆଲଏ ହ୍ବିଲ ଦିଆଯାଇଛି। ଏଲଇଡି ହେଡଲ୍ୟାମ୍ପସ, ରାପ୍‌ଆରାଉଣ୍ଡ ଏଲଇଡି ଟେଲଲାଇଟ, ସାର୍କଫିନ୍‌ ଆଣ୍ଟିନା, ସ୍କିଡ ପ୍ଲେଟ, କ୍ରୋମ ଆସେଣ୍ଟ ରହିଛି। ସେହିଭଳି ଇଣ୍ଟିରିୟରେ ଗାଡ଼ିର ସିଟ୍‌ର ଡିଜାଇନରେ ପରିବର୍ତ୍ତନ କରାଯାଇଛି। ଡାସବୋର୍ଡରେ କ୍ରୋମ ଷ୍ଟ୍ରିପ ବଦଳରେ କପର ଫିନିସ୍‌ ଦିଆଯାଇଛି। ୧୦.୨୫ ଇଞ୍ଚର ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୧୦.୧ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ୯ ସ୍ପିକର ଅଲପାଇନ ଅଡିଓ ସିଷ୍ଟମ, ଓ୍ବାୟାରଲେସ ଚାର୍ଜିଂ, ଓ୍ବାୟାରଲେସ ଆଣ୍ଡ୍ରଏଡ ଅଟୋ ଏବଂ ଆପଲ କାରପ୍ଲେ, ଡୁଆଲ ଜୋନ କ୍ଲାଇମେଟ କଣ୍ଟ୍ରୋଲ, ପାନୋରୋମିକ ସନରୁଫ୍‌, ଏବଂ ଭେଣ୍ଟିଲେଟେଡ ଫ୍ରଣ୍ଟ ସିଟ୍‌, Level 2 ADAS, ଆଡାପଟିଭ କ୍ରୁଜ କଣ୍ଟ୍ରୋଲ, ଫରଓ୍ବାର୍ଡ କୋଲାଇଜନ ଓ୍ବାର୍ଣ୍ଣିଂ, ଲେନ ଡିପାରଚର ଓ୍ବାର୍ଣ୍ଣିଂ, ଲେନ କିପ୍‌ ଆସିଷ୍ଟ ଏବଂ ଅନ୍ୟାନ୍ୟ ଫିଚର୍ସ ଦିଆଯାଇଛି। 

ଇଞ୍ଜିନ ବିଷୟରେ କହିଲେ କାର୍‌ରେ ୪-ସିଲିଣ୍ଡର ବିଶିଷ୍ଟ ଫିଆଟ ୨.୦ ଲିଟର ଟର୍ବୋଚାର୍ଜଡ ଡିଜେଲ ଇଞ୍ଜିନ ରହିଛି। ଯାହା ୧୭୦ hp ପାଓ୍ବାର ଏବଂ ୩୭୦ nm ଟର୍କ ଉତ୍ପନ୍ନ କରିଥାଏ। କାରର ମାନୁଆଲ ମଡେଲରେ ୬ ସ୍ପିଡ ଏବଂ ଅଟୋମେଟିକରେ ୯ ସ୍ପିଡ ଗିୟରବକ୍ସ ରହିଛି। ଏଥିରେ ମଧ୍ୟ 4x4 ମଲ୍ଟିପଲ ଟେରାଇନ ମୋଡ୍ସ ରହିଛି।  ସୁରକ୍ଷା ଫିଚର୍ସରେ କାରର ୩୬୦ ଡିଗ୍ରୀ କ୍ୟାମେରା, ଏବିଏସ ଏବଂ ଇବିଡି, ୬ ଏୟାରବ୍ୟାଗ ଇତ୍ୟାଦି ରହିଛି। 

ତେବେ ୨୦୨୫ ଜିପ୍‌ ମେରିଡିଆନର ଚାରି ଭାରିଆଣ୍ଟ ସହ ଲଞ୍ଚ ହୋଇଛି। ଏହାର ଏଣ୍ଟ୍ରି ଲେଭର ଭାରିଆଣ୍ଟ ଲଙ୍ଗିଟ୍ୟୁଡର ମୂଲ୍ୟ ୨୪, ୯୯, ୦୦୦ ଟଙ୍କା, ଲଙ୍ଗିଟ୍ୟୁଡ ପ୍ଲସର ମୂଲ୍ୟ ୨୭, ୫୦, ୦୦୦ ଟଙ୍କା, ଲିମିଟେଡ (O)ର ମୂଲ୍ୟ ୩୦, ୪୯, ୦୦୦ ଟଙ୍କା ଏବଂ ଓଭରଲ୍ୟାଣ୍ଡର ମୂଲ୍ୟ ୩୬, ୪୯, ୦୦୦ ଟଙ୍କା ରହିଛି। କେବଳ ଏଣ୍ଟ୍ରି ଲେଭଲ ଲଙ୍ଗିଟ୍ୟୁଡରେ ହିଁ ୫ସିଟର ସୁବିଧା ରହିବ। ଏହା ସହ ଅନ୍ୟ ସବୁ ଭାରିଆଣ୍ଟରେ ୭-ସିଟର ଅପ୍ସନ ମିଳିବ।