ଆତ୍ମହତ୍ୟା ଉଦ୍ୟମ କରୁଥିଲେ କୋଟା ଛାତ୍ରୀ, ଆଣ୍ଟି ହ୍ୟାଙ୍ଗିଂ ଡିଭାଇସ୍ ହେତୁ ବଞ୍ଚିଗଲା ଜୀବନ

ରାଜସ୍ଥାନ ୧୮/୦୩ : ରାଜସ୍ଥାନ କୋଟାରେ ଥମୁନି ଛାତ୍ର ମୃତ୍ୟୁ । ତେବେ ଏହାରି ଭିତରେ ନଜର ଆସିଛି ଭଲ ଖବର । ଜଣେ ଆତ୍ମହତ୍ୟା କରୁଥିବା ଛାତ୍ରୀଙ୍କ ଜୀବନ ବଞ୍ଚାଇଛି ଆଣ୍ଟି ହ୍ୟାଙ୍ଗିଂ ଡିଭାଇସ୍ । କୋଟାର ଜବାହର ନଗର ହଷ୍ଟେଲରେ କୋଚିଂ ନେଉଥିବା ଛାତ୍ରୀ ଜଣଙ୍କ ଏମିତି କରୁଥିବାବେଳେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ହଷ୍ଟେଲ ୱାର୍ଡେନ ଏହି ଘଟଣା ବିଷୟରେ ଜାଣିବା ପରେ ହଷ୍ଟେଲ ଅପରେଟରଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ ହଷ୍ଟେଲ ଅପରେଟର ପହଞ୍ଚିବା ପରେ ଛାତ୍ର କଲ୍ୟାଣ ସମାଜକୁ ସୂଚନା ଦେଇଥିଲେ । ଦଳ ପହଞ୍ଚିବା ପରେ ସଂଗେ ସଂଗେ ଆରମ୍ଭ ହୋଇଥିଲା କାଉନସେଲିଂ । ଏହା ପରେ ପୋଲିସ ଇନ୍ସପେକ୍ଟର କମଲେଶ କୁମାର ଶର୍ମା, ଡେପୁଟି ଏସପି ରାଜେଶ କୁମାର ଟେଲର ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ପୁନର୍ବାର ପରାମର୍ଶ ଦେଇଥିଲେ । ହଷ୍ଟେଲ ଅପରେଟର ଲୋକେଶ ଶର୍ମା କହିଛନ୍ତି ଯେ ଛାତ୍ରୀ ଜଣଙ୍କ ୱାର୍ଡେନଙ୍କୁ କହିଥିଲେ ଯେ ତାଙ୍କ କୋଠରୀରେ ଥିବା ଫ୍ୟାନ୍‌ଟି ଝୁଲୁଛି । ଏହା ପରେ ୱାର୍ଡେନ ଯେତେବେଳେ ପଚାରିଲେ ଏମିତି କେମିତି ହେଲା । ସଂଗେ ସଂଗେ ଛାତ୍ର ଜଣଙ୍କ କହିଥିଲେ କି , ମୋତେ ଏ ବିଷୟରେ ଜଣାନାହିଁ । ଆପେ ଆପେ ଏମିତି ହୋଇଛି ।  ଏହା ପରେ ଓ୍ୱାର୍ଡେନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେ ପୁଣିଥରେ ଯାଇ ଛାତ୍ରୀଙ୍କୁ ପଚାରିବାରୁ ସବୁ ସତ ଆଗକୁ ଆସିଥିଲା । ଛାତ୍ରୀ ଜଣଙ୍କ ମାନିଥିଲେ କି, ସେ ଆତ୍ମହତ୍ୟା କରିବ

ଆତ୍ମହତ୍ୟା ଉଦ୍ୟମ କରୁଥିଲେ କୋଟା ଛାତ୍ରୀ, ଆଣ୍ଟି ହ୍ୟାଙ୍ଗିଂ ଡିଭାଇସ୍ ହେତୁ ବଞ୍ଚିଗଲା ଜୀବନ

ରାଜସ୍ଥାନ ୧୮/୦୩ : ରାଜସ୍ଥାନ କୋଟାରେ ଥମୁନି ଛାତ୍ର ମୃତ୍ୟୁ । ତେବେ ଏହାରି ଭିତରେ ନଜର ଆସିଛି ଭଲ ଖବର । ଜଣେ ଆତ୍ମହତ୍ୟା କରୁଥିବା ଛାତ୍ରୀଙ୍କ ଜୀବନ ବଞ୍ଚାଇଛି ଆଣ୍ଟି ହ୍ୟାଙ୍ଗିଂ ଡିଭାଇସ୍ । କୋଟାର ଜବାହର ନଗର ହଷ୍ଟେଲରେ କୋଚିଂ ନେଉଥିବା ଛାତ୍ରୀ ଜଣଙ୍କ ଏମିତି କରୁଥିବାବେଳେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । 


ହଷ୍ଟେଲ ୱାର୍ଡେନ ଏହି ଘଟଣା ବିଷୟରେ ଜାଣିବା ପରେ ହଷ୍ଟେଲ ଅପରେଟରଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ ହଷ୍ଟେଲ ଅପରେଟର ପହଞ୍ଚିବା ପରେ ଛାତ୍ର କଲ୍ୟାଣ ସମାଜକୁ ସୂଚନା ଦେଇଥିଲେ । ଦଳ ପହଞ୍ଚିବା ପରେ ସଂଗେ ସଂଗେ ଆରମ୍ଭ ହୋଇଥିଲା କାଉନସେଲିଂ । ଏହା ପରେ ପୋଲିସ ଇନ୍ସପେକ୍ଟର କମଲେଶ କୁମାର ଶର୍ମା, ଡେପୁଟି ଏସପି ରାଜେଶ କୁମାର ଟେଲର ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ପୁନର୍ବାର ପରାମର୍ଶ ଦେଇଥିଲେ । 


ହଷ୍ଟେଲ ଅପରେଟର ଲୋକେଶ ଶର୍ମା କହିଛନ୍ତି ଯେ ଛାତ୍ରୀ ଜଣଙ୍କ ୱାର୍ଡେନଙ୍କୁ କହିଥିଲେ ଯେ ତାଙ୍କ କୋଠରୀରେ ଥିବା ଫ୍ୟାନ୍‌ଟି ଝୁଲୁଛି । ଏହା ପରେ ୱାର୍ଡେନ ଯେତେବେଳେ ପଚାରିଲେ ଏମିତି କେମିତି ହେଲା । ସଂଗେ ସଂଗେ ଛାତ୍ର ଜଣଙ୍କ କହିଥିଲେ କି , ମୋତେ ଏ ବିଷୟରେ ଜଣାନାହିଁ । ଆପେ ଆପେ ଏମିତି ହୋଇଛି ।  ଏହା ପରେ ଓ୍ୱାର୍ଡେନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେ ପୁଣିଥରେ ଯାଇ ଛାତ୍ରୀଙ୍କୁ ପଚାରିବାରୁ ସବୁ ସତ ଆଗକୁ ଆସିଥିଲା । 


ଛାତ୍ରୀ ଜଣଙ୍କ ମାନିଥିଲେ କି, ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଫ୍ୟାନ୍ ରେ ଥିବା ଆଣ୍ଟି ହ୍ୟାଙ୍ଗ୍ ଡିଭାଇସ୍ ହେତୁ ତାଙ୍କ ଜୀବନ ବଞ୍ଚିଯାଇଛି । ଆର୍ଥାତ୍ ଫ୍ୟାନରେ ଆଣ୍ଟି ହ୍ୟାଙ୍ଗ୍ ଡିଭାଇସ୍ ଇନଷ୍ଟଲ୍ କରାଯାଇଥିଲା । ଫ୍ୟାନ୍ ଉପରେ କିଛି ଓଜନ ବଢିବା ମାତ୍ରେ ହିଁ ଝୁଲିପଡିଥିଲା ଫ୍ୟାନ୍ । ଏହା ପରେ ଛାତ୍ରଙ୍କୁ କାଉନସେଲିଂ ପାଇଁ ନିଆଯାଇଥିଲା । 


କୋଟା ସିଟି ପୋଲିସ୍ ଅଧୀକ୍ଷକ ଡକ୍ଟର ଅମୃତା ଦୁହାନ୍ କହିଛନ୍ତି ଯେ ଛାତ୍ରୀ ଜଣକ ଦୀର୍ଘ ଦିନ ଧରି ଅବସାଦରେ ଥିଲେ । ଯେତେବେଳେ ସେ ଠିକ୍ ସମୟରେ ଜାଣିଲେ, ତାଙ୍କୁ ତୁରନ୍ତ ପରାମର୍ଶ ନିଆଯାଇଗଲା । ଛାତ୍ରଙ୍କ ପିତାମାତାଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା । କାଉନସେଲର, ପୋଲିସ ଏବଂ ପ୍ରଶାସନ ସମସ୍ତେ ଏହା ପରେ ଆକ୍ଟିଭ ହୋଇଯାଇଥିଲେ । 


ଯଦି ଏପରି ଘଟଣା ଆମ ନଜରକୁ ଆସେ, ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ଏହାକୁ ବନ୍ଦ କରିବୁ । ଏହିପରି ଘଟଣା ଯେପରି ନହୁଏ ସେଥିପାଇଁ ଆମେ ମଧ୍ୟ ଉଦ୍ୟମ କରିବୁ । ବର୍ତ୍ତମାନ ଝିଅର ପିତାମାତାଙ୍କୁ ମଧ୍ୟ ଡକାଯାଇଛି । ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି । 


You can also read

ନିର୍ବାଚନ ଆୟୋଗଙ୍କ ବଡ଼ ଆକ୍ସନ, ହଟିବେ ୟୁପି-ବିହାର ସମେତ ୬ ରାଜ୍ୟର ଗୃହ ସଚିବ