ନାକେଦମ କରିବ ତାତି
ବ୍ରହ୍ମପୁର,୧ା୪(ଅଶୋକ କୁମାର ସାହୁ): ଗ୍ରୀଷ୍ମର ପ୍ରକୋପ ଧିରେ ଧିରେ ବଢ଼ୁଛି। ରାଜ୍ୟରେ ବିିଭିନ୍ନ ସହରର ତାପମାତ୍ରା ଏବେ ୩୫ରୁ ୪୦ ଡିଗ୍ରୀ ମଧ୍ୟରେ ରହୁଛି। ବାୟୁ ମଣ୍ଡଳରେ ଆର୍ଦ୍ରତା ୭୦ ପ୍ରତିଶତ ରହୁଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଥିବା ପାଣିପାଗ ବିଭାଗରୁ ସୂଚନା ମିଳୁଛି। ପାଣିପାଗ ବିଭାଗ ପକ୍ଷରୁ ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି କୁହାଯାଉଥିଲେ ବି ଆଗାମୀ ଦିନର ତାପମାତ୍ରା ଆକଳନ କରାଯାଇପାରିନାହିଁ। ତଥାପି ତାତି ନାକେଦମ କରିବ ବୋଲି ପରିବେଶବିତମାନେ ଆଶଙ୍କା […] The post ନାକେଦମ କରିବ ତାତି appeared first on Dharitri Odia News.
ବ୍ରହ୍ମପୁର,୧ା୪(ଅଶୋକ କୁମାର ସାହୁ): ଗ୍ରୀଷ୍ମର ପ୍ରକୋପ ଧିରେ ଧିରେ ବଢ଼ୁଛି। ରାଜ୍ୟରେ ବିିଭିନ୍ନ ସହରର ତାପମାତ୍ରା ଏବେ ୩୫ରୁ ୪୦ ଡିଗ୍ରୀ ମଧ୍ୟରେ ରହୁଛି। ବାୟୁ ମଣ୍ଡଳରେ ଆର୍ଦ୍ରତା ୭୦ ପ୍ରତିଶତ ରହୁଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଥିବା ପାଣିପାଗ ବିଭାଗରୁ ସୂଚନା ମିଳୁଛି। ପାଣିପାଗ ବିଭାଗ ପକ୍ଷରୁ ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି କୁହାଯାଉଥିଲେ ବି ଆଗାମୀ ଦିନର ତାପମାତ୍ରା ଆକଳନ କରାଯାଇପାରିନାହିଁ। ତଥାପି ତାତି ନାକେଦମ କରିବ ବୋଲି ପରିବେଶବିତମାନେ ଆଶଙ୍କା କରୁଛନ୍ତି।
ଜଳବାୟୁ ଅସନ୍ତୁଳନ ଯୋଗୁ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହୋଇଯାଇଛି ତାତି। ବିଶେଷ କରି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ପ୍ରଖର ତାତି ଅନୁଭୂତ ହେଉଛି। ଏ ସଂକ୍ରାନ୍ତରେ କେତେଜଣ ପରିବେଶବିତ ଓ ପରିବେଶ ବିଜ୍ଞାନୀଙ୍କୁ ଭେଟିଥିଲୁ। ସେମାନେ ତାତି ବଢ଼ିବାର ଅନେକ କାରଣ କହିଛନ୍ତି। ବିଶେଷ କରି ସହରାଞ୍ଚଳରେ ପିଚୁ ରାସ୍ତା ଓ ସାହିଗୁଡିକରେ କଂକ୍ରିଟ କରଣ ବଢ଼ିଛି। ଯାହା ମାଟି ରାସ୍ତା ଥିଲା ତାକୁ ପେଭର ବ୍ଲକରେ ସଜେଇ ଦିଆଯାଉଛି। ପୂରୁଣା ଗଛଗୁଡିକୁ ସୌନ୍ଦର୍ଯନ୍ତକରଣ ଆଳରେ କାଟି ଦିଆଯାଉଛି। ଚାରିଆଡେ କେବଳ କୋଠାଘର ଶୋଭାପାଉଛି। ତାତିକୁ ସହିବା କ୍ଷମତା କେବଳ ଗଛ ପାଖରେ ଥିବାବେଳେ ତାହାକୁ କାଟି ଦିଆଯାଉଥିବାରୁ ସୂର୍ଯ୍ୟଙ୍କ କିରଣ ସିଧାସଳଖ ରାସ୍ତା କୋଠାବାଡି ଉପରେ ପଡି ପ୍ରତିଫଳିତ ହେଉଛି। ସହରୀକରଣ ଯୋଜନାକୁ କାର୍ଯ୍ୟକାରୀ କଲାବେଳେ ପରିବେଶ ପ୍ରତି ଧ୍ୟାନ ଦିଆଯାଉନାହିଁ। ଗଛ ନ କାଟି କିଭଳି ବିଭିନ୍ନ ନିର୍ମାଣ କାର୍ଯ୍ୟ ହୋଇପାରିବ ସେଥିପ୍ରତି ଧ୍ୟାନ ଯାଉନାହିଁ। ଫଳରେ ଏହା ତାତିକୁ ବଢ଼ାଇବାରେ ସହାୟକ ହେଉଛି। ଆର୍ଦତ୍ରା ବି ଆପେ ଆପେ ବଢ଼ିଯାଉଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର କିମ୍ବା ଫ୍ୟାନ ଭଳି ବୈଦୁତିକ ଯନ୍ତ୍ରର ସହାୟତା ନେଉଥିଲେ ବି ତାହା କେତେକାଂଶରେ କାମ ଦେଉନି। ଅନ୍ୟପକ୍ଷରେ ଖରାର ପ୍ରକୋପରୁ ଅଂଶୁଘାତର ଶିକାର ଆଶଙ୍କାରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରାଯାଉଛି। ଏଭଳି ସାମୟିକ ପଦକ୍ଷେପ ଜଳବାୟୁ ସନ୍ତୁଳନ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ। ତେଣୁ ତାତି କମିବା ପରିବର୍ତ୍ତେ ବଢ଼ିବାରେ ଲାଗୁଛି। ଆଗକୁ ତାତି ଅସହ୍ୟ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଗଞ୍ଜାମର ତାପମାତ୍ରା ଶନିବାର ଅପରାହ୍ନ ୨ଟା ସୁଦ୍ଧା ୩୭ ଡିଗ୍ରୀ ରହିଛି। କିନ୍ତୁ ଉପକୂଳ ଗୋପାଳପୁରର ତାପମାତ୍ରା ୩୨ ଡିଗ୍ରୀ ଛୁଇଁଛି। ରବିବାରଠାରୁ ୨ ତାରିଖ ପର୍ଯ୍ୟନ୍ତ ଗଞ୍ଜାମର ତାପମାତ୍ରା ୩୮ ଡିଗ୍ରୀ ଓ ଗୋପାଳପୁରର ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରହିବ। ତେବେ ୩ ତାରିଖରେ ଗଞ୍ଜାମର ତାପମାତ୍ରା ୩୯ ଡିଗ୍ରୀ ଛୁଇଁବା ଆକଳନ କରାଯାଇଥିବା ସେ କହିଛନ୍ତି। ଗ୍ରୀଷ୍ମ ମୁକାବିଲା ସଂକ୍ରାନ୍ତରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏସଆରସିଙ୍କ ଯାହା ନିୟମାବଳୀ ରହିଛି ସେହି ଅନୁସାରେ କାର୍ଯ୍ୟ କରାଯାଉଛି। ବିଭିନ୍ନ ଅଞ୍ଚଳରେ ସଚେତନତା ଜାରି ରହିଛି। ଲୋକେ ଗ୍ରୀଷ୍ମର ପ୍ରକୋପରୁ ମୁକ୍ତି ପାଇଁ ଅଧିକ ଖରାରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି। ସହରଗୁଡିକର ବିଭିନ୍ନ ସ୍ଥାନରେ ଜଳଛତ୍ର ବି ଖୋଲାଯାଇଛି। ଜଳାଭାବ ଅଞ୍ଚଳରେ ଜଳର ବି ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିିଟାଲରେ ବ୍ୟବସ୍ଥା କରାଯାଇଛି।
The post ନାକେଦମ କରିବ ତାତି appeared first on Dharitri Odia News.