ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା ପଡ଼ିଲାଣି। ରାଜ୍ୟର ଦ୍ୱିତୀୟ ବୃହତ୍ତମ ନଦୀ ଜଳପଥ ଏହି ଜିଲାରେ ଥିବାବେଳେ ପାଣି ପାଇଁ ଜିଲାବାସୀ ଡହଳବିକଳ ହେଉଛନ୍ତି। ଉପକୂଳବର୍ତ୍ତୀ ଏହି ଜିଲାରେ ୧୭,୨୩୮ଟି ଟ୍ୟୁବ୍‌ୱେଲ, ୩୩୧ ପାନୀୟ ଜଳ ପ୍ରକଳ୍ପ, ୧୮୧ ଓଭରହେଡ ଟାଙ୍କି ଜିଲାବାସୀଙ୍କ ପାନୀୟ ଜଳ ଯୋଗାଣ ପାଇଁ ରହିଥିବା ଗ୍ରାମ୍ୟ ଜଳ ଯୋଗାଣ ଓ […] The post ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ appeared first on Dharitri Odia News.

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା ପଡ଼ିଲାଣି। ରାଜ୍ୟର ଦ୍ୱିତୀୟ ବୃହତ୍ତମ ନଦୀ ଜଳପଥ ଏହି ଜିଲାରେ ଥିବାବେଳେ ପାଣି ପାଇଁ ଜିଲାବାସୀ ଡହଳବିକଳ ହେଉଛନ୍ତି। ଉପକୂଳବର୍ତ୍ତୀ ଏହି ଜିଲାରେ ୧୭,୨୩୮ଟି ଟ୍ୟୁବ୍‌ୱେଲ, ୩୩୧ ପାନୀୟ ଜଳ ପ୍ରକଳ୍ପ, ୧୮୧ ଓଭରହେଡ ଟାଙ୍କି ଜିଲାବାସୀଙ୍କ ପାନୀୟ ଜଳ ଯୋଗାଣ ପାଇଁ ରହିଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତଥ୍ୟରେ ଉଲ୍ଲେଖ ଅଛି। ଏହାସତ୍ତ୍ୱେ ଜିଲାବାସୀଙ୍କ ଶୋଷ ମେଣ୍ଟୁନାହିଁ। ରାଜ୍ୟର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇ ଜଳଶକ୍ତି ଅଭିଯାନ ମାଧ୍ୟମରେ ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହାର ସୁଫଳ ଜିଲାବାସୀ ଅନୁଭବ କରୁନାହାନ୍ତି। କେନ୍ଦ୍ର ସରକାରଙ୍କ ୨୦୨୪ ମସିହା ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ଯୋଜନା ଏହି ଜିଲାରେ ଏବେ ବି ସ୍ବପ୍ନ ହୋଇ ରହିଥିବା ମତ ମିଳିଛି।

ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ ପାଢ଼ୀ, ବିଭୂତି ଭୂଷଣ ରାଉତ, ପ୍ରତାପ ରଞ୍ଜନ ତ୍ରିପାଠୀ, ଦେବାଶିଷ ସାମଲ, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ କହିଛନ୍ତି ଯେ, ୭ ନଦୀ ପ୍ରବାହିତ ହେଉଥିବା କେନ୍ଦ୍ରାପଡ଼ା ଜିଲାରେ ପାନୀୟ ଜଳସଙ୍କଟ ଏକ ମୁଖ୍ୟ ସମସ୍ୟା। ସମୁଦ୍ର ତଟବର୍ତ୍ତୀ ଜିଲା ହୋଇଥିବାରୁ ଭୂତଳ ଜଳ ଲୁଣା ହୋଇଯାଇଛି। ଟାଙ୍କିଗୁଡ଼ିକ ପ୍ରାୟ ଶୁଖିଲା ରହୁଛି। ଗୋଟିଏ ଟ୍ୟୁବ୍‌ୱେଲ ଖୋଳିଲେ ଅନୂ୍ୟନ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସେଥିରେ ମଧ୍ୟ ଲୁଣା ପାଣି ବାହାରୁଛି। ସେହିପରି ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ବ୍ୟାରେଜ, ଶିଳ୍ପ, କ୍ଷେତ ଆଦି ୭ ନଦୀରୁ ଜଳ ଶୋଷୁଛି। ଫଳରେ ଜଳଧାରା ହ୍ରାସ ହୋଇଛି। ଏହା ଯୋଗୁ ଭୂତଳ ଜଳ ରିଚାର୍ଜ ହେବା ସମ୍ଭାବନା କମିଛି। ଜିଲାର ଗରଦପୁର ବ୍ଲକ ଅଞ୍ଚଳର ଭୂତଳ ଜଳସ୍ତର ପାନୀୟ ଜଳ ପାଇଁ ଅନୁପଯୁକ୍ତ ବୋଲି ରାଜ୍ୟ ଓ କେନ୍ଦ୍ର ଜଳସମ୍ପଦ ବିଭାଗ ରିପୋର୍ଟରୁ ସୂଚନା ମିଳିଛି। ସେହିପରି ଆଳି, ରାଜନଗର, ରାଜକନିକା ଅଞ୍ଚଳରେ କେନାଲ ନାହିଁ। ଏଠାରେ ଭୂତଳ ଜଳ ରିଚାର୍ଜ ହୋଇ ପାରୁ ନ ଥିବାରୁ ପାନୀୟ ଜଳ ସ୍ଥିତି ମହାକାଳପଡ଼ା ବ୍ଲକ ପରି ଅଭାବ ଦେଖାଦେଇଛି। ଭୂତଳ ଜଳସ୍ତର ରିଚାର୍ଜ ପାଇଁ ୨୦୧୯ରେ ରାଜ୍ୟର ଏକମାତ୍ର କେନ୍ଦ୍ରାପଡ଼ା ଜିଲାକୁ ଜଳଶକ୍ତି ଅଭିଯାନରେ ସାମିଲ ହୋଇଛି। ଏହି ଅଭିଯାନରେ ପ୍ରତି ଟ୍ୟୁବ୍‌ୱେଲରେ ସକିଂ ପାଇପ ପିଟ୍‌ ଫିଟିଂ, ବନୀକରଣ, ବର୍ଷାଜଳ ସଂରକ୍ଷଣ, ଜଳଉତ୍ସର ପୁନରୁଦ୍ଧାର ଆଦିକୁ ଗୁରୁତ୍ୱ ଦିଆଯାଇଛି। ତେବେ ଏହି ଅଭିଯାନ ଜିଲାର ପ୍ରଶାସନିକ ଅବହେଳା ଯୋଗୁ ଫେଲ ମାରିଛି। ଫଳରେ ଭୂତଳ ଜଳ ରିଚାର୍ଜ ହୋଇପାରୁନାହିଁ। ଅପରପକ୍ଷରେ ୨୦୨୪ ମାର୍ଚ୍ଚ ସୁଦ୍ଧା ଜିଲାର ୨,୯୧,୧୬୦ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ମାତ୍ର ୩୩ ହଜାର ପରିବାର ଏଥିରୁ ଉପକୃତ ହୋଇଛନ୍ତି। ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ମେଗା ଜଳ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଆରମ୍ଭ ପୂର୍ବରୁ ଜମି ଓ ପରିବେଶ ସମ୍ପର୍କରେ ତଦନ୍ତ ହୋଇନାହିଁ। ଫଳରେ ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ଏନ୍‌ଜିଟି ମାମଲାରେ ଛନ୍ଦି ହୋଇଛି। ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରେ ଗ୍ରାମାଞ୍ଚଳରେ ପାଇପ ପାଣି ସଂଯୋଗ ପାଇଁ ବିଭିନ୍ନ ପ୍ରକଳ୍ପ ପ୍ରକ୍ରିୟା ଜାରି ରହିଛି। ଖୁବ୍‌ଶୀଘ୍ର ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚତ୍ବ ବୋଲି ସେ କହିିଛନ୍ତି।

The post ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ appeared first on Dharitri Odia News.