ବନ୍ଦ ଗୋରୁହାଟ, କାଞ୍ଜିଆହୁଦା କାର୍ଯ୍ୟକ୍ଷମ କରାଯାଉ
କଟକ,୧୧ା୧(କାର୍ତ୍ତିକ ସାହୁ) ବନ୍ଦ ପଡ଼ିଥିବା ଗୋରୁହାଟ ଏବଂ କାଞ୍ଜିଆହୁଦାଗୁଡିକୁ କାର୍ଯ୍ୟକ୍ଷମ କରାଇ ଚାଷୀଙ୍କ ଆୟବୃଦ୍ଧି କରିବାକୁ ଓଡ଼ିଶା କୃଷକ ସଭା କଟକ ଜିଲା କମିଟି ପକ୍ଷରୁ ଦାବି କରାଯାଇଛି। ୧୦ ଦିନ ତଳେ ଜିଲାପାଳ ଓ ଉପଜିଲାପାଳଙ୍କୁ ଦାବି ସମ୍ପର୍କରେ ଆଲୋଚନା କରି ଓଡ଼ିଶା କୃଷକ ସଭା ପକ୍ଷରୁ ଅନୁଷ୍ଠିତଏକ ବୈଠକରେ ଅନୁରୋଧ କରାଯାଇଥିଲା। ହେଲେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗୁରୁବାର କୃଷକ ସଭା ତରଫରୁ ବିକ୍ଷୋଭ କରାଯାଇଛି। ଏଥିରେ ସିପିଆଇ(ଏମ୍) କଟକ ଜିଲା […] The post ବନ୍ଦ ଗୋରୁହାଟ, କାଞ୍ଜିଆହୁଦା କାର୍ଯ୍ୟକ୍ଷମ କରାଯାଉ appeared first on Dharitri Odia News.
କଟକ,୧୧ା୧(କାର୍ତ୍ତିକ ସାହୁ) ବନ୍ଦ ପଡ଼ିଥିବା ଗୋରୁହାଟ ଏବଂ କାଞ୍ଜିଆହୁଦାଗୁଡିକୁ କାର୍ଯ୍ୟକ୍ଷମ କରାଇ ଚାଷୀଙ୍କ ଆୟବୃଦ୍ଧି କରିବାକୁ ଓଡ଼ିଶା କୃଷକ ସଭା କଟକ ଜିଲା କମିଟି ପକ୍ଷରୁ ଦାବି କରାଯାଇଛି।
୧୦ ଦିନ ତଳେ ଜିଲାପାଳ ଓ ଉପଜିଲାପାଳଙ୍କୁ ଦାବି ସମ୍ପର୍କରେ ଆଲୋଚନା କରି ଓଡ଼ିଶା କୃଷକ ସଭା ପକ୍ଷରୁ ଅନୁଷ୍ଠିତଏକ ବୈଠକରେ ଅନୁରୋଧ କରାଯାଇଥିଲା। ହେଲେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗୁରୁବାର କୃଷକ ସଭା ତରଫରୁ ବିକ୍ଷୋଭ କରାଯାଇଛି। ଏଥିରେ ସିପିଆଇ(ଏମ୍) କଟକ ଜିଲା ସମ୍ପାଦକ ବଦ୍ରିନାରାୟଣ ଦାଶ, କୃଷକ ସଭାର ଜିଲା ଉପସଭାପତି ବିଷ୍ଣୁ ବେହେରା, ଜିଲା ସମ୍ପାଦକ ଡମ୍ବୁରୁଧର ସାହୁ, ଟାଙ୍ଗୀ-ଚୌଦ୍ୱାର ବ୍ଲକ ସଭାପତି ରମେଶ ବେହେରା, ସମ୍ପାଦକ ମହେନ୍ଦ୍ର ବେହେରା, ଯୁବନେତା ରଶ୍ମିରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।
The post ବନ୍ଦ ଗୋରୁହାଟ, କାଞ୍ଜିଆହୁଦା କାର୍ଯ୍ୟକ୍ଷମ କରାଯାଉ appeared first on Dharitri Odia News.