ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ପରିବାର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମାଁ ମାହେଶ୍ୱରୀ ଦେବୀ ପୀଠ, ଲାଉନସରାର ସମସ୍ତ ପୂଜକମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇଥିଲା । ପରେ ଡୁମାଳ ପରିବାର ସଦସ୍ୟ ସ୍ବର୍ଗତ ଯୁଗଳ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପୂଜା ପରେ କୁନି […] The post ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ appeared first on Dharitri Odia News.

ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ପରିବାର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମାଁ ମାହେଶ୍ୱରୀ ଦେବୀ ପୀଠ, ଲାଉନସରାର ସମସ୍ତ ପୂଜକମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇଥିଲା ।

ପରେ ଡୁମାଳ ପରିବାର ସଦସ୍ୟ ସ୍ବର୍ଗତ ଯୁଗଳ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପୂଜା ପରେ କୁନି କୁନି ଝିଅମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମା’ ମାହେଶ୍ୱରୀ ବନ୍ଦନା ସହିତ ନୃତ୍ୟ ପରିବେଷଣ କରିଥିଲେ ।

କାର୍ଯ୍ୟକ୍ରମକୁ ମଧୁ ମହାକୁର, ତୁଷାର କର୍ମୀ, ନିରାକାର ଡାଙ୍ଗ, ସ୍ବରୁପାନନ୍ଦ ଖେତୀ, ଭୁବନେଶ୍ୱର ଡାଙ୍ଗ, ଫକୀର କର୍ଣ୍ଣ, ସୁଦାମ ଦେହେରି, ସନ୍ତୋଷ ପଧାନ, ନ୍ୟାୟବନ୍ତ ଅମାତ, ପାଣ୍ଡବ କର୍ଣ୍ଣ, ଶ୍ରୀକାନ୍ତ ପଧାନ, ଚନ୍ଦ୍ରଶେଖର କମ୍ପ, ମନୋଜ ଛନ୍ଦ, ନିରଞ୍ଜନ ମହାକୁର, ଆନନ୍ଦ ମହାକୁର, ପିଣ୍ଟୁ ଡାଙ୍ଗଙ୍କ ସମେତ ପରିବାରର ସମସ୍ତ ସଦସ୍ୟା, ସଦସ୍ୟ ପରିଚାଳନା କରିଥିଲେ । ଡୁମାଳ ସମାଜର କଲ୍ୟାଣ ତଥା ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଡୋଲାମଣୀ ସିଂ ମଞ୍ଚ ପରିଚାଳନା କରିବା ସହିତ ମାହେଶ୍ୱରୀ ଜଣାଣ ପରିବେଷଣ କରିଥିଲେ । ଶେଷରେ ମସ୍ତରାମ ଛନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

The post ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ appeared first on Dharitri Odia News.