ଏଠାରେ ରହିଛି ଦୁନିଆର ସବୁଠୁ ଉଚ୍ଚତମ ଏଟିଏମ୍, ଜାଣନ୍ତୁ ଉଚ୍ଚତା…
ଦୁନିଆରେ ଏମିତି କିଛି ଦେଶ ଅଛି, ଯିଏ କି ନିଜର ସ୍ବତନ୍ତ୍ରତା ପାଇଁ ବେଶ୍ ପରିଚିତ। ଏମିତି ଏକ ଦେଶ ହେଉଛି ପାକିସ୍ତାନ। ଯେତେବେଳେ ପାକିସ୍ତାନ ବିଷୟରେ କୁହାଯାଏ, ସେତେବେଳେ ସେଠାରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ଆତଙ୍କବାଦୀ ଘଟଣା ଆମ ମନକୁ ଆସେ। କିନ୍ତୁ ଆଜି ଆମେ ଏହି କୁଖ୍ୟାତ ଦେଶ ବିଷୟରେ ଏକ ବିଶେଷ କଥା କହିବାକୁ ଯାଉଛୁ, ଯେଉଁଥିପାଇଁ ପାକିସ୍ତାନ ପ୍ରସିଦ୍ଧ। ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଉଚ୍ଚ ଏଟିଏମ୍ କେଉଁଠାରେ […] The post ଏଠାରେ ରହିଛି ଦୁନିଆର ସବୁଠୁ ଉଚ୍ଚତମ ଏଟିଏମ୍, ଜାଣନ୍ତୁ ଉଚ୍ଚତା… appeared first on Dharitri Odia News.
ଦୁନିଆରେ ଏମିତି କିଛି ଦେଶ ଅଛି, ଯିଏ କି ନିଜର ସ୍ବତନ୍ତ୍ରତା ପାଇଁ ବେଶ୍ ପରିଚିତ। ଏମିତି ଏକ ଦେଶ ହେଉଛି ପାକିସ୍ତାନ। ଯେତେବେଳେ ପାକିସ୍ତାନ ବିଷୟରେ କୁହାଯାଏ, ସେତେବେଳେ ସେଠାରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ଆତଙ୍କବାଦୀ ଘଟଣା ଆମ ମନକୁ ଆସେ। କିନ୍ତୁ ଆଜି ଆମେ ଏହି କୁଖ୍ୟାତ ଦେଶ ବିଷୟରେ ଏକ ବିଶେଷ କଥା କହିବାକୁ ଯାଉଛୁ, ଯେଉଁଥିପାଇଁ ପାକିସ୍ତାନ ପ୍ରସିଦ୍ଧ।
ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଉଚ୍ଚ ଏଟିଏମ୍ କେଉଁଠାରେ ସ୍ଥାପିତ ହୋଇଛି? ଦୀର୍ଘତମ ଆମ୍ବୁଲାନ୍ସ ନେଟ୍ୱାର୍କ କେଉଁଠାରେ ଅଛି? ସମଗ୍ର ବିଶ୍ୱରେ ଫୁଟବଲ କେଉଁଠାରେ ଖେଳାଯାଏ? ଏସବୁର ଉତ୍ତର କେବଳ ପାକିସ୍ତାନ ପାଇବ।

ବିଶ୍ୱର ଉଚ୍ଚତମ ଏଟିଏମ୍ କେବଳ ପାକିସ୍ତାନରେ ରହିଛି। ଚାଇନା-ପାକିସ୍ତାନ ସୀମାରେ ୧୫,୩୯୬ ଫୁଟ ଉଚ୍ଚରେ ଅବସ୍ଥିତ ଖୁଞ୍ଜରାବ ପାସ୍ ଉପରେ ଏହା ସ୍ଥାପନ କରାଯାଇଛି। ଏହି ଅଞ୍ଚଳ ଗିଲ୍ଗଟ୍-ବାଲ୍ଟିସ୍ତାନରେ ପଡ଼େ ଏବଂ ସବୁବେଳେ ବରଫ ଆଚ୍ଛାଦିତ ପର୍ବତ ଦ୍ୱାରା ଘେରି ରହିଥାଏ। ଏତେ ଉଚ୍ଚତାରେ ଥିବାରୁ ଏହା ଗିନିଜ ବୁକ୍ ଅଫ ଓ୍ବାଲର୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି।
The post ଏଠାରେ ରହିଛି ଦୁନିଆର ସବୁଠୁ ଉଚ୍ଚତମ ଏଟିଏମ୍, ଜାଣନ୍ତୁ ଉଚ୍ଚତା… appeared first on Dharitri Odia News.