ବିଗୁଡ଼ୁଛି କି ସ୍ବାସ୍ଥାବସ୍ଥା: ଏୟାର ଲିଫ୍ଟ ହେବେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ୱର,୮।୨: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ବର୍ତ୍ତମାନ ଗୁରୁତର ହୋଇ ଭେଣ୍ଟିଲେଟରରେ ଅଛନ୍ତି। ତେବେ ତାଙ୍କୁ ଏୟାର ଲିଫ୍ଟ କରାଯିବ। ଅଧିକ ଚିକିତ୍ସା ପାଇଁ ସେ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବରରୁ ଦିଲ୍ଲୀ ଯିବେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଉତ୍ତମ ମହାନ୍ତି ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀ ଜଣେ କିମ୍ବଦନ୍ତୀ ଅଭିନେତା। ୧୯୭୭ରେ ସେ ଅଭିମାନ ଫିଲ୍ମ ଜରିଆରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ମୟୂରଭଞ୍ଜ ଜିଲାର ବାରିପଦାଠାରେ ଜନ୍ମ ହୋଇଥିଲେ ଉତ୍ତମ ମହାନ୍ତି। ସେ […] The post ବିଗୁଡ଼ୁଛି କି ସ୍ବାସ୍ଥାବସ୍ଥା: ଏୟାର ଲିଫ୍ଟ ହେବେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି appeared first on Dharitri Odia News.

ବିଗୁଡ଼ୁଛି କି ସ୍ବାସ୍ଥାବସ୍ଥା: ଏୟାର ଲିଫ୍ଟ ହେବେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ୱର,୮।୨: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ବର୍ତ୍ତମାନ ଗୁରୁତର ହୋଇ ଭେଣ୍ଟିଲେଟରରେ ଅଛନ୍ତି। ତେବେ ତାଙ୍କୁ ଏୟାର ଲିଫ୍ଟ କରାଯିବ। ଅଧିକ ଚିକିତ୍ସା ପାଇଁ ସେ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବରରୁ ଦିଲ୍ଲୀ ଯିବେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ଉତ୍ତମ ମହାନ୍ତି ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀ ଜଣେ କିମ୍ବଦନ୍ତୀ ଅଭିନେତା। ୧୯୭୭ରେ ସେ ଅଭିମାନ ଫିଲ୍ମ ଜରିଆରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ।
ମୟୂରଭଞ୍ଜ ଜିଲାର ବାରିପଦାଠାରେ ଜନ୍ମ ହୋଇଥିଲେ ଉତ୍ତମ ମହାନ୍ତି। ସେ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି। ଅଭିନେତ୍ରୀ ଅପରାଜିତାଙ୍କୁ ସେ ବିବାହ କରିଥିଲେ। ଉଭୟଙ୍କ ପୁଅ ବାବୁସାନ ମଧ୍ୟ ଜଣେ ଆଗଧାଡିର ଅଭିନେତା।

The post ବିଗୁଡ଼ୁଛି କି ସ୍ବାସ୍ଥାବସ୍ଥା: ଏୟାର ଲିଫ୍ଟ ହେବେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି appeared first on Dharitri Odia News.