ହଠାତ୍‌ ପଡ଼ିଆରେ ଚାଲିଗଲା ଏହି ଭାରତୀୟ କ୍ରିକେଟର୍‌ଙ୍କ ଜୀବନ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୨୯।୧୧: ମହାରାଷ୍ଟ୍ରର ପୁଣେରେ ଏକ ହୃଦୟବିଦାରକ ଘଟଣା ଘଟିଛି। ୩୫ ବର୍ଷୀୟ ପେସାଦାର କ୍ରିକେଟର ଇମ୍ରାନ ପଟେଲଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ପଟେଲ ଏକ ଲିଗ ମ୍ୟାଚରେ ନିଜ ଦଳ ପାଇଁ ଇନିଂସ କରିବାକୁ ଆସିଥିଲେ। ଯେତେବେଳେ ସେ ଅମ୍ପାୟାରଙ୍କୁ ତାଙ୍କ ବାମ ହାତ ଏବଂ ଛାତିରେ ଯନ୍ତ୍ରଣା ବିଷୟରେ କହିଥିଲେ। ସେତେବେଳେ ସେ ଅଳ୍ପ କିଛି ଓଭର ଖେଳିଥିଲେ। ଅମ୍ପାୟାରଙ୍କ ସହ କଥା ହେବା ପରେ ପଟେଲ ତଳେ ପଡ଼ିଯିବା ପରେ ପାଭିଲିୟନ ଆଡକୁ ଫେରିବା […] The post ହଠାତ୍‌ ପଡ଼ିଆରେ ଚାଲିଗଲା ଏହି ଭାରତୀୟ କ୍ରିକେଟର୍‌ଙ୍କ ଜୀବନ: କ୍ରିକେଟ୍‌ ଜଗତ ସ୍ତବ୍ଧ appeared first on Dharitri Odia News.

ହଠାତ୍‌ ପଡ଼ିଆରେ ଚାଲିଗଲା ଏହି ଭାରତୀୟ କ୍ରିକେଟର୍‌ଙ୍କ ଜୀବନ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୨୯।୧୧: ମହାରାଷ୍ଟ୍ରର ପୁଣେରେ ଏକ ହୃଦୟବିଦାରକ ଘଟଣା ଘଟିଛି। ୩୫ ବର୍ଷୀୟ ପେସାଦାର କ୍ରିକେଟର ଇମ୍ରାନ ପଟେଲଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ପଟେଲ ଏକ ଲିଗ ମ୍ୟାଚରେ ନିଜ ଦଳ ପାଇଁ ଇନିଂସ କରିବାକୁ ଆସିଥିଲେ। ଯେତେବେଳେ ସେ ଅମ୍ପାୟାରଙ୍କୁ ତାଙ୍କ ବାମ ହାତ ଏବଂ ଛାତିରେ ଯନ୍ତ୍ରଣା ବିଷୟରେ କହିଥିଲେ। ସେତେବେଳେ ସେ ଅଳ୍ପ କିଛି ଓଭର ଖେଳିଥିଲେ। ଅମ୍ପାୟାରଙ୍କ ସହ କଥା ହେବା ପରେ ପଟେଲ ତଳେ ପଡ଼ିଯିବା ପରେ ପାଭିଲିୟନ ଆଡକୁ ଫେରିବା ଆରମ୍ଭ କରିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତରମାନେ ଇମ୍ରାନଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ସାଥୀ କ୍ରିକେଟର ନାସିର ଖାନ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଇମ୍ରାନ କୌଣସି ଗୁରୁତର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରୋଗରେ ପୀଡିତ ନ ଥିଲେ। ତାଙ୍କର ଭଲ ଶାରୀରିକ ସୁସ୍ଥତା ମଧ୍ୟ ଥିଲା, ଜଣେ ଅଲରାଉଣ୍ଡର ଖେଳାଳି ଏବଂ କ୍ରିକେଟ ଖେଳକୁ ସେ ବହୁତ ପସନ୍ଦ କରୁଥିଲେ। ହଠାତ୍‌ ଏହା କିପରି ହେଲା, ତାହା କେହି ବୁଝିପାରୁନାହାନ୍ତି। ଏହି ମ୍ୟାଚ ଲକି ବିଲଡର୍ସ ଆଣ୍ଡ ଡେଭଲପର୍ସ ଏବଂ ୟଙ୍ଗ ଏକାଦଶ ମଧ୍ୟରେ ଖେଳାଯାଉଥିଲା। ପଟେଲ ଲକି ଦଳର ଅଧିନାୟକତ୍ୱ କରିଥିଲେ ଏବଂ ଇନିଂସର ଷଷ୍ଠ ଓଭରରେ ୨ଟି ଚୌକା ମାରିଥିଲେ।

ଇମ୍ରାନ ପଟେଲଙ୍କ ୩ ଝିଅ ଅଛନ୍ତି। ତାଙ୍କର ସାନ ଝିଅର ବୟସ ମାତ୍ର ୪ ମାସ। ପଟେଲ ତାଙ୍କ ଅଞ୍ଚଳରେ ବହୁତ ଲୋକପ୍ରିୟ ଥିଲେ ଏବଂ ରିଅଲ ଇଷ୍ଟେଟ ବ୍ୟବସାୟରେ ମଧ୍ୟ ସକ୍ରିୟ ଥିଲେ।

The post ହଠାତ୍‌ ପଡ଼ିଆରେ ଚାଲିଗଲା ଏହି ଭାରତୀୟ କ୍ରିକେଟର୍‌ଙ୍କ ଜୀବନ: କ୍ରିକେଟ୍‌ ଜଗତ ସ୍ତବ୍ଧ appeared first on Dharitri Odia News.