ପୁରୁଷ ବନ୍ଧୁଙ୍କ ସହ ଯାଉଥିଲେ: ବାଇକ୍‌ରୁ ଖସିପଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଦଶମନ୍ତପୁର,୧।୩(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ ଲୁଲ୍ଲା ପଞ୍ଚାୟତ ସଦର ମହକୁମାସ୍ଥିତ ଆଦିବାସୀ ସାହିର ଜଣେ ଯୁବତୀ ବାଇକ୍‌ରୁ ଖସି ପଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ତୁମ୍ବନାଥ ଜାନୀଙ୍କ ଝିଅ ମୁଟଲି ଜାନୀ(୨୩)। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ କଲେଜ୍‌ ଓ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏ ନେଇ ପରିବାର ଲୋକେ ଦଶମନ୍ତପୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ […] The post ପୁରୁଷ ବନ୍ଧୁଙ୍କ ସହ ଯାଉଥିଲେ: ବାଇକ୍‌ରୁ ଖସିପଡ଼ି ଚାଲିଗଲା ଯୁବତୀଙ୍କ ଜୀବନ appeared first on Dharitri Odia News.

ପୁରୁଷ ବନ୍ଧୁଙ୍କ ସହ ଯାଉଥିଲେ: ବାଇକ୍‌ରୁ ଖସିପଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଦଶମନ୍ତପୁର,୧।୩(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ ଲୁଲ୍ଲା ପଞ୍ଚାୟତ ସଦର ମହକୁମାସ୍ଥିତ ଆଦିବାସୀ ସାହିର ଜଣେ ଯୁବତୀ ବାଇକ୍‌ରୁ ଖସି ପଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ତୁମ୍ବନାଥ ଜାନୀଙ୍କ ଝିଅ ମୁଟଲି ଜାନୀ(୨୩)। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ କଲେଜ୍‌ ଓ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଏ ନେଇ ପରିବାର ଲୋକେ ଦଶମନ୍ତପୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ସୂଚନାଯୋଗ୍ୟ, ସପ୍ତାହ ତଳେ ଜଣେ ପୁରୁଷ ବନ୍ଧୁଙ୍କ ସହ କୌଣସି କାମ ନେଇ ଏକ ବାଇକ୍‌ରେ ବସି ଯାଉଥିବା ବେଳେ ଅସାବଧାନତାରୁ ମୁଟଲି ଖସି ପଡି ଗୁରୁତର ହୋଇଥିଲେ। ମୁଣ୍ଡକୁ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

The post ପୁରୁଷ ବନ୍ଧୁଙ୍କ ସହ ଯାଉଥିଲେ: ବାଇକ୍‌ରୁ ଖସିପଡ଼ି ଚାଲିଗଲା ଯୁବତୀଙ୍କ ଜୀବନ appeared first on Dharitri Odia News.