ନିର୍ବାଚନ ଓ ପାର୍ବଣ ଋତୁ ପାଇଁ ବଢ଼ିଛି ଟ୍ରକ୍ ଭଡ଼ା
ନୂଆଦିଲ୍ଲୀ: ଭାରତରେ ମାଲପରିବହନ ପାଇଁ ଟ୍ରକ୍ ଭଡ଼ା ବଢ଼ିବାରେ ଲାଗିଛି। ଅଗଷ୍ଟ ମାସରେ ବି ଭଡ଼ା ଉଚ୍ଚାରେ ରହିଥିଲା ବୋଲି ଶ୍ରୀରାମ ମୋବିଲିଟି ବୁଲେଟିନରୁ ସୂଚନା ମିଳିଛି। ତେବେ କୋଲକାତା ଏରିଆରେ ସର୍ବାଧିକ ଭଡ଼ା ବୃଦ୍ଧି ହୋଇଛି। ବାଂଲାଦେଶର ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ବ୍ୟାପାର ବୃଦ୍ଧି ହେବା ସହ ଭଡ଼ା ମଧ୍ୟ ବଢ଼ିଛି ବୋଲି ପରିବହନ ସଂସ୍ଥା ଶ୍ରୀରାମ ମୋବିଲିଟି କହିଛି। ଏହା ବାଦ୍ ନିର୍ବାଚନ ପରବର୍ତ୍ତି ଗତିବିଧି ବଢ଼ିଯିବା ଓ ପାର୍ବଣ ସମୟ ଆସୁଥିବାରୁ ପରିବହନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଭାରତ-ବାଂଲାଦେଶ ସୀମାରେ ମାଲବାହୀ ଜାହାଜ ଯାଆସରେ ବଡ଼ ପରିବର୍ତ୍ତନ ହୋଇଛି। ପୂର୍ବବର୍ଷ ୪୦ ପ୍ରତିଶତ ଥିବା ବେଳେ ଏଥର ୬୦ ପ୍ରତିଶତ ମାଲବାହୀ ଜାହାଜ ଦ୍ୱାରା ପରିବହନ ବଢ଼ିଛି।ଭାରତ ଏବଂ ବାଂଲାଦେଶ ମଧ୍ୟରେ ବାଣିଜ୍ୟ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ ହେବା ଦ୍ୱାରା କୋଲକାତା-ଗୁଆହାଟୀ-କୋଲକାତା ମାର୍ଗରେ ଟ୍ରକ୍ ଭଡା ଭଡା ବୃଦ୍ଧି ପାଇଛି। ଏହି ମାର୍ଗରେ ସର୍ବାଧିକ ୩ ପ୍ରତିଶତ ଭଡ଼ା ବଢ଼ିଥିବା ବେଳେ ଦିଲ୍ଲୀ-କୋଲକାତା-ଦିଲ୍ଲୀ ଏବଂ ଦିଲ୍ଲୀ-ହାଇଦ୍ରାବାଦ-ଦିଲ୍ଲୀ ମାର୍ଗରେ ମଧ୍ୟ ଯଥାକ୍ରମେ ୨.୭ ପ୍ରତିଶତ ଏବଂ ୨ ପ୍ରତିଶତ ଭଢା ବଢିଛି।ସେହିପରି ଜାମ୍ମୁ-କାଶ୍ମୀର ରାସ୍ତାରେ ମଧ୍ୟ ଟ୍ରକ ଭଡ଼ା ବଢିଛି। ଏଠାରେ ସେଓ ଅମଳ ଭଢ଼ିବା ସହ ବିଧାନସଭା ନିର୍ବାଚନ ପାଇଁ ଗିତିବିଧି ବଢ଼ିଥିବାରୁ ଅଗଷ୍ଟରେ ଶ୍ରୀନଗର
ନୂଆଦିଲ୍ଲୀ: ଭାରତରେ ମାଲପରିବହନ ପାଇଁ ଟ୍ରକ୍ ଭଡ଼ା ବଢ଼ିବାରେ ଲାଗିଛି। ଅଗଷ୍ଟ ମାସରେ ବି ଭଡ଼ା ଉଚ୍ଚାରେ ରହିଥିଲା ବୋଲି ଶ୍ରୀରାମ ମୋବିଲିଟି ବୁଲେଟିନରୁ ସୂଚନା ମିଳିଛି। ତେବେ କୋଲକାତା ଏରିଆରେ ସର୍ବାଧିକ ଭଡ଼ା ବୃଦ୍ଧି ହୋଇଛି। ବାଂଲାଦେଶର ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ବ୍ୟାପାର ବୃଦ୍ଧି ହେବା ସହ ଭଡ଼ା ମଧ୍ୟ ବଢ଼ିଛି ବୋଲି ପରିବହନ ସଂସ୍ଥା ଶ୍ରୀରାମ ମୋବିଲିଟି କହିଛି।
ଏହା ବାଦ୍ ନିର୍ବାଚନ ପରବର୍ତ୍ତି ଗତିବିଧି ବଢ଼ିଯିବା ଓ ପାର୍ବଣ ସମୟ ଆସୁଥିବାରୁ ପରିବହନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଭାରତ-ବାଂଲାଦେଶ ସୀମାରେ ମାଲବାହୀ ଜାହାଜ ଯାଆସରେ ବଡ଼ ପରିବର୍ତ୍ତନ ହୋଇଛି। ପୂର୍ବବର୍ଷ ୪୦ ପ୍ରତିଶତ ଥିବା ବେଳେ ଏଥର ୬୦ ପ୍ରତିଶତ ମାଲବାହୀ ଜାହାଜ ଦ୍ୱାରା ପରିବହନ ବଢ଼ିଛି।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ବାଣିଜ୍ୟ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ ହେବା ଦ୍ୱାରା କୋଲକାତା-ଗୁଆହାଟୀ-କୋଲକାତା ମାର୍ଗରେ ଟ୍ରକ୍ ଭଡା ଭଡା ବୃଦ୍ଧି ପାଇଛି। ଏହି ମାର୍ଗରେ ସର୍ବାଧିକ ୩ ପ୍ରତିଶତ ଭଡ଼ା ବଢ଼ିଥିବା ବେଳେ ଦିଲ୍ଲୀ-କୋଲକାତା-ଦିଲ୍ଲୀ ଏବଂ ଦିଲ୍ଲୀ-ହାଇଦ୍ରାବାଦ-ଦିଲ୍ଲୀ ମାର୍ଗରେ ମଧ୍ୟ ଯଥାକ୍ରମେ ୨.୭ ପ୍ରତିଶତ ଏବଂ ୨ ପ୍ରତିଶତ ଭଢା ବଢିଛି।
ସେହିପରି ଜାମ୍ମୁ-କାଶ୍ମୀର ରାସ୍ତାରେ ମଧ୍ୟ ଟ୍ରକ ଭଡ଼ା ବଢିଛି। ଏଠାରେ ସେଓ ଅମଳ ଭଢ଼ିବା ସହ ବିଧାନସଭା ନିର୍ବାଚନ ପାଇଁ ଗିତିବିଧି ବଢ଼ିଥିବାରୁ ଅଗଷ୍ଟରେ ଶ୍ରୀନଗର ଅଞ୍ଚଳରେ ମାଲ ପରିବହନ ଭଡ଼ା ୧୦ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ଅଗଷ୍ଟରେ ମାଲ ପରିବହନ ହାର ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପଟେ ୱାୟାନାଡରେ ଅଧିକାଂଶ ଟ୍ରକ ଉଦ୍ଧାର କାର୍ଯ୍ୟାରେ ଲାଗିଥିବାରୁ ଏଠାରେ ମାଲ ପରିବହନ ଭଢ଼ା ବୃଦ୍ଧି ପାଇଛି।
ଶ୍ରୀ ରାମ ଫାଇନାନ୍ସ ପ୍ରାଇଭେଟ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟାନିର୍ବାହୀ ଅଧିକାରୀ ୱାଇଏସ ଚକ୍ରବର୍ତ୍ତୀ କହିଛନ୍ତି “ ପାର୍ବଣ ସମୟ ଆସୁଥିବାରୁ ସାରା ଭାରତରେ କମ୍ପାନୀମାନେ ନିଜର ପ୍ରଡକ୍ସନ ଓ ସପ୍ଲାଏ ବଢ଼ାଇବା ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ମୁଖ୍ୟ ପରିବହନ ମାର୍ଗଗୁଡ଼ିକରେ ଟ୍ରକ ଭଡ଼ା ବଢ଼ି ଯାଇଛି। ବିଶେଷ କରି ଶ୍ରୀନଗର ଏରିଆରେ ସେଓ ଅମଳ ସମୟ ଆସିଯାଇଥିବାରୁ ଓ ବର୍ତ୍ତମାନ ସେଠାରେ ରାଜନୈତିକ ଉଷ୍ମତା ବଢ଼ିଯାଇଥିବାରୁ ଭଡ଼ା ବୃଦ୍ଧି ହୋଇଛି। ପୁଣି ଭାରତ ଓ ବାଂଲାଦେଶ ସୀମାରେ ବ୍ୟାପାର ବଢ଼ିବାରୁ ଏହା ମଧ୍ୟ ଭଢ଼ା ବୃଦ୍ଧିରେ ସହାୟକ ହୋଇଛି। ”