ରଣବୀର କପୁର କିଣିଲେ ନୂଆ ବିଳାଶପୂର୍ଣ୍ଣ କାର, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ଵାଇ ୦୪।୦୪: ବଲିଉଡ ଅଭିନେତାମାନଙ୍କର ବଡ଼-ବଡ ସଉକ। ହାଇ-ଫାଇ ଘରେ ରହିବା ବ୍ୟତୀତ ଅଭିନେତାମାନେ ମହଙ୍ଗା ତଥା ବିଳାସପୂର୍ଣ୍ଣ କାରର ମଧ୍ୟ ମାଲିକ ଅଟନ୍ତି । ବଲିଉଡର ଟପ୍ ତାରକାମାନଙ୍କ ପାଖରେ ଭଲ କାର୍ କଲେସନ୍ ରହିଛି । 'ଆନିମଲ' ଅଭିନେତା ରଣବୀର କପୁରଙ୍କ ପାଖରେ ମଧ୍ୟ ବହୁତ କାର ଅଛି। ହେଲେ ସେ ନିକଟରେ ତାଙ୍କର ନୂଆ ବଙ୍ଗଳା ନିର୍ମାଣ କରିଛନ୍ତି ଏବଂ ଏହା ସହିତ ସେ ତାଙ୍କ କାର ତାଲିକାରେ ମଧ୍ୟ ନୂଆ ବ୍ରାଣ୍ଡ କାର ଯୋଡିଛନ୍ତି । ଏହି କାର ଏମିତି ସେମିତି କାର ନୁହେଁ, ବରଂ ଏକ ସୁପର ବିଳାସପୂର୍ଣ୍ଣ କାର । ବର୍ତ୍ତମାନ ଏହି କାରର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। କାରର ମୂଲ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।  ଏହି ଦାମୀ କାରର ମୂଲ୍ୟ ପାଇଁ, ଆପଣ ଅନେକ ଫ୍ଲାଟ ଏବଂ ବଙ୍ଗଳା କିଣିପାରିବେ ।ରଣବୀରଙ୍କ ନୂଆ କାରର ମୂଲ୍ୟ କେତେ ?ରଣବୀର କପୁର ଏକ ନୀଳ ରଙ୍ଗର ବେଣ୍ଟଲି କାର କିଣିଛନ୍ତି। ଯାହା ଭିଡିଓରେ ଝଲସି ଉଠୁଛି। ଏହି କାରର ମୂଲ୍ୟ ୮ କୋଟି ଟଙ୍କା ।  ରଣବୀର କପୁରଙ୍କ ପାଖରେ ବହୁ ଦାମୀ କାର ରହିଛି, ଯେଉଁଥିରେ ମର୍ସିଡିଜ୍-ଏମଜି ଜି୬୩, ରେଞ୍ଜ ରୋଭର ଇଭୋକ, ରେଞ୍ଜ ରୋଭର ସ୍ପୋର୍ଟ, ଅଡି ଏ ୮ ଏବଂ ଅଡି R8 ଅନ୍ତର୍ଭୁକ୍ତ। ବର୍ତ୍ତମାନ ଏହି ବ୍ରିଟିଶ ବେଣ୍ଟଲି କାରକୁ ମଧ୍ୟ ଏହି ଚମତ୍କାର କଲେକସନ୍‌ରେ ସାମିଲ୍‌ କରାଯାଇଛି । ନିକଟରେ ସାମ୍ନାକୁ ଆସିଥିବା ଭିଡିଓରେ ରଣବୀର ମୁମ୍ବାଇ ରାସ୍ତାରେ ତାଙ୍କ ନୂଆ

ରଣବୀର କପୁର କିଣିଲେ ନୂଆ ବିଳାଶପୂର୍ଣ୍ଣ କାର, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ଵାଇ ୦୪।୦୪: ବଲିଉଡ ଅଭିନେତାମାନଙ୍କର ବଡ଼-ବଡ ସଉକ। ହାଇ-ଫାଇ ଘରେ ରହିବା ବ୍ୟତୀତ ଅଭିନେତାମାନେ ମହଙ୍ଗା ତଥା ବିଳାସପୂର୍ଣ୍ଣ କାରର ମଧ୍ୟ ମାଲିକ ଅଟନ୍ତି । ବଲିଉଡର ଟପ୍ ତାରକାମାନଙ୍କ ପାଖରେ ଭଲ କାର୍ କଲେସନ୍ ରହିଛି । 'ଆନିମଲ' ଅଭିନେତା ରଣବୀର କପୁରଙ୍କ ପାଖରେ ମଧ୍ୟ ବହୁତ କାର ଅଛି। ହେଲେ ସେ ନିକଟରେ ତାଙ୍କର ନୂଆ ବଙ୍ଗଳା ନିର୍ମାଣ କରିଛନ୍ତି ଏବଂ ଏହା ସହିତ ସେ ତାଙ୍କ କାର ତାଲିକାରେ ମଧ୍ୟ ନୂଆ ବ୍ରାଣ୍ଡ କାର ଯୋଡିଛନ୍ତି । ଏହି କାର ଏମିତି ସେମିତି କାର ନୁହେଁ, ବରଂ ଏକ ସୁପର ବିଳାସପୂର୍ଣ୍ଣ କାର । ବର୍ତ୍ତମାନ ଏହି କାରର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। କାରର ମୂଲ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।  ଏହି ଦାମୀ କାରର ମୂଲ୍ୟ ପାଇଁ, ଆପଣ ଅନେକ ଫ୍ଲାଟ ଏବଂ ବଙ୍ଗଳା କିଣିପାରିବେ ।

ରଣବୀରଙ୍କ ନୂଆ କାରର ମୂଲ୍ୟ କେତେ ?

ରଣବୀର କପୁର ଏକ ନୀଳ ରଙ୍ଗର ବେଣ୍ଟଲି କାର କିଣିଛନ୍ତି। ଯାହା ଭିଡିଓରେ ଝଲସି ଉଠୁଛି। ଏହି କାରର ମୂଲ୍ୟ ୮ କୋଟି ଟଙ୍କା ।  ରଣବୀର କପୁରଙ୍କ ପାଖରେ ବହୁ ଦାମୀ କାର ରହିଛି, ଯେଉଁଥିରେ ମର୍ସିଡିଜ୍-ଏମଜି ଜି୬୩, ରେଞ୍ଜ ରୋଭର ଇଭୋକ, ରେଞ୍ଜ ରୋଭର ସ୍ପୋର୍ଟ, ଅଡି ଏ ୮ ଏବଂ ଅଡି R8 ଅନ୍ତର୍ଭୁକ୍ତ। ବର୍ତ୍ତମାନ ଏହି ବ୍ରିଟିଶ ବେଣ୍ଟଲି କାରକୁ ମଧ୍ୟ ଏହି ଚମତ୍କାର କଲେକସନ୍‌ରେ ସାମିଲ୍‌ କରାଯାଇଛି । ନିକଟରେ ସାମ୍ନାକୁ ଆସିଥିବା ଭିଡିଓରେ ରଣବୀର ମୁମ୍ବାଇ ରାସ୍ତାରେ ତାଙ୍କ ନୂଆ କାରରେ ବସି ବୁଲୁଥିବାର ନଜର ଆସିଛନ୍ତି। 


କହିବାକୁ ଗଲେ ରଣବୀର କପୁରଙ୍କୁ ଶେଷ ଥର ପାଇଁ 'ଆନିମଲ'ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ବହୁତ ଶକ୍ତିଶାଳୀ ଥିଲା। ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କ ସହ ରଶ୍ମିକା ମନ୍ଦନା ଏବଂ ତୃପ୍ତି ଡିମ୍ରି ମଧ୍ୟ ନଜର ଆସିଥିଲେ। ବର୍ତ୍ତମାନ ରଣବୀର କପୁର ଫିଲ୍ମ 'ରାମାୟଣ' ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଚଳଚ୍ଚିତ୍ରର ବାକି କାଷ୍ଟର ନିଷ୍ପତ୍ତି ନିଆଯାଇ ନାହିଁ ।