ନୀଳଗିରି ବିଜେଡି ଏନଏସି ଚେୟାରମ୍ୟାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୧୧ ବିଜେପି କାଉନସିଲର ଆଣିଲେ ଅଭିଯୋଗ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଚେୟାରମ୍ୟାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିଜେପିର ୧୧ କାଉନସିଲର ଓ ଭାଇସ ଚେୟାରମ୍ୟାନ। ଏନେଇ ସୋମବାର ବିଧିବଦ୍ଧ ଭାବେ ଏକ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଛି। ନିକଟରେ, ଏନଏସିରେ ବିଜେପି କାଉନସିଲରଙ୍କ ସଂଖ୍ୟା ୧୧କୁ ପହଞ୍ଚିଛି। ଏମିତିରେ ଚେୟାରମ୍ୟାନ ପଦକୁ ନେଇ ଅନାସ୍ଥା ପ୍ରସ୍ତାବ ଆସିବା ଆଶଙ୍କା ମଧ୍ୟ ହେଉଥିଲା। ଯାହାକୁ ନେଇ ନୀଳଗିରି ରାଜନୀତି ମଧ୍ୟ ସରଗରମ ହୋଇ ଉଠିଥିଲା। ଶେଷରେ ସୋମବାର ଅନାସ୍ଥା ପ୍ରସ୍ତାବ ଜିଲ୍ଲାପାଳଙ୍କୁ ଦେଇଛନ୍ତି ବିଜେପି କାଉନସିଲର।ପ୍ରକୃତରେ, ଗତକାଲି ଏନଏସିର ୧୦ ନମ୍ବର ୱାର୍ଡର ବିଜେଡି କାଉନସିଲର ଗୌରାଙ୍ଗ ବିନ୍ଧାଣୀ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ପୂର୍ବରୁ ନୀଳଗିରି ଏନଏସିରେ ୬ଜଣ ବିଜେଡି କାଉନସିଲର ଓ ଜଣେ ସ୍ୱାଧୀନ କାଉନସିଲର ବିଜେପିରେ ମିଶିଥିଲେ। ଏହା ପରେ ଏନଏସିରେ ୧୩ କାଉନସିଲରଙ୍କ ମଧ୍ୟରୁ ବିଜେପି କାଉନସିଲରଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ସୂଚନାଥାଉକି, ଗୌରାଙ୍ଗ ବିନ୍ଧାଣୀ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆଙ୍କ ନେତୃତ୍ବରେ ବିଜେପିରେ ଯୋଗ ଦେଇଥିଲେ। ଦଳୀୟ ଉତ୍ତରୀୟ ଦେଇ ସାଂସଦ ଓ ବିଧାୟକ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ତେବେ ଗୌରାଙ୍ଗ ବିନ୍ଧାଣୀ ବିଜେପିରେ ମିଶିବା ପରେ ଦଳର ଶକ୍ତି ବୃଦ୍ଧି ପାଇଥିବା ସାଂସଦ ପ୍ରତ

ନୀଳଗିରି ବିଜେଡି ଏନଏସି ଚେୟାରମ୍ୟାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୧୧ ବିଜେପି କାଉନସିଲର ଆଣିଲେ ଅଭିଯୋଗ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଚେୟାରମ୍ୟାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିଜେପିର ୧୧ କାଉନସିଲର ଓ ଭାଇସ ଚେୟାରମ୍ୟାନ। ଏନେଇ ସୋମବାର ବିଧିବଦ୍ଧ ଭାବେ ଏକ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଛି। 

ନିକଟରେ, ଏନଏସିରେ ବିଜେପି କାଉନସିଲରଙ୍କ ସଂଖ୍ୟା ୧୧କୁ ପହଞ୍ଚିଛି। ଏମିତିରେ ଚେୟାରମ୍ୟାନ ପଦକୁ ନେଇ ଅନାସ୍ଥା ପ୍ରସ୍ତାବ ଆସିବା ଆଶଙ୍କା ମଧ୍ୟ ହେଉଥିଲା। ଯାହାକୁ ନେଇ ନୀଳଗିରି ରାଜନୀତି ମଧ୍ୟ ସରଗରମ ହୋଇ ଉଠିଥିଲା। ଶେଷରେ ସୋମବାର ଅନାସ୍ଥା ପ୍ରସ୍ତାବ ଜିଲ୍ଲାପାଳଙ୍କୁ ଦେଇଛନ୍ତି ବିଜେପି କାଉନସିଲର।

ପ୍ରକୃତରେ, ଗତକାଲି ଏନଏସିର ୧୦ ନମ୍ବର ୱାର୍ଡର ବିଜେଡି କାଉନସିଲର ଗୌରାଙ୍ଗ ବିନ୍ଧାଣୀ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ପୂର୍ବରୁ ନୀଳଗିରି ଏନଏସିରେ ୬ଜଣ ବିଜେଡି କାଉନସିଲର ଓ ଜଣେ ସ୍ୱାଧୀନ କାଉନସିଲର ବିଜେପିରେ ମିଶିଥିଲେ। ଏହା ପରେ ଏନଏସିରେ ୧୩ କାଉନସିଲରଙ୍କ ମଧ୍ୟରୁ ବିଜେପି କାଉନସିଲରଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। 

ସୂଚନାଥାଉକି, ଗୌରାଙ୍ଗ ବିନ୍ଧାଣୀ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆଙ୍କ ନେତୃତ୍ବରେ ବିଜେପିରେ ଯୋଗ ଦେଇଥିଲେ। ଦଳୀୟ ଉତ୍ତରୀୟ ଦେଇ ସାଂସଦ ଓ ବିଧାୟକ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ତେବେ ଗୌରାଙ୍ଗ ବିନ୍ଧାଣୀ ବିଜେପିରେ ମିଶିବା ପରେ ଦଳର ଶକ୍ତି ବୃଦ୍ଧି ପାଇଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆ କହିଥିବାବେଳେ, ୱାର୍ଡର ବିକାଶ ଓ କର୍ମୀମାନଙ୍କର ପରାମର୍ଶରେ ବିଜେପିର ମିଶିଥିବା କହିଛନ୍ତି ଗୌରାଙ୍ଗ ।