ସୀମାରେ ଆଲର୍ଟ ଲେବଲ କମ୍ କରିବାକୁ ରାଜି ହେଲା ଭାରତ-ପାକିସ୍ତାନ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମେ ୧୦ ତାରିଖରେ ନେଇଥିବା ନିଷ୍ପତ୍ତି ଅନୁଯାୟୀ ସମସ୍ତ ସୀମାପାର ସାମରିକ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିବା ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାରି ଉତ୍ତେଜନା ମଧ୍ୟରେ, ଉଭୟ ଦେଶର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (DGMO) ପରସ୍ପର ସହ କଥା ହୋଇଛନ୍ତି। ଏବଂ ଉଭୟ ବିଶ୍ୱାସ ସୃଷ୍ଟି ମୂଳକ ପଦକ୍ଷେପ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଏନେଇ ଗୁରୁବାର ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି “୧୦ ମଇ ୨୦୨୫ରେ ଦୁଇ ଡିଜିଏମଓଙ୍କ ମଧ୍ୟରେ ହୋଇଥିବା ବୁଝାମଣାରେ ଆଲର୍ଟ ଲେବଲକୁ ହ୍ରାସ କରିବା ପାଇଁ ଆତ୍ମବିଶ୍ୱାସ ନିର୍ମାଣ ପଦକ୍ଷେପ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।”ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ମେ ୭ ତାରିଖ ମଧ୍ୟରାତ୍ରି ପରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହାପରେ ପାକିସ୍ତାନ ବିଚଳିତ ହୋଇ ସୀମା ନିକଟରେ ଥିବା ଭାରତର ସାମରିକ ଘାଟି ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିବାର ଦିନକ ପରେ ଦୁଇ ଦେଶମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ହେଲେ ପାକିସ୍ତାନର ସବୁ ଆକ୍ରମଣକୁ ଭାରତ ପଣ୍ଡ କରିଦେଇଥିଲା।ତିନି ଦିନର ତୀବ୍ର ସାମରିକ ଶତ୍ରୁତା ପରେ, ମେ ୧୦ ତାରିଖରେ ପାକିସ୍ତାନର ଡିଜିଏମଓ ମେ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମେ ୧୦ ତାରିଖରେ ନେଇଥିବା ନିଷ୍ପତ୍ତି ଅନୁଯାୟୀ ସମସ୍ତ ସୀମାପାର ସାମରିକ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିବା ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାରି ଉତ୍ତେଜନା ମଧ୍ୟରେ, ଉଭୟ ଦେଶର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (DGMO) ପରସ୍ପର ସହ କଥା ହୋଇଛନ୍ତି। ଏବଂ ଉଭୟ ବିଶ୍ୱାସ ସୃଷ୍ଟି ମୂଳକ ପଦକ୍ଷେପ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଏନେଇ ଗୁରୁବାର ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି “୧୦ ମଇ ୨୦୨୫ରେ ଦୁଇ ଡିଜିଏମଓଙ୍କ ମଧ୍ୟରେ ହୋଇଥିବା ବୁଝାମଣାରେ ଆଲର୍ଟ ଲେବଲକୁ ହ୍ରାସ କରିବା ପାଇଁ ଆତ୍ମବିଶ୍ୱାସ ନିର୍ମାଣ ପଦକ୍ଷେପ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।”
ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ମେ ୭ ତାରିଖ ମଧ୍ୟରାତ୍ରି ପରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହାପରେ ପାକିସ୍ତାନ ବିଚଳିତ ହୋଇ ସୀମା ନିକଟରେ ଥିବା ଭାରତର ସାମରିକ ଘାଟି ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିବାର ଦିନକ ପରେ ଦୁଇ ଦେଶମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ହେଲେ ପାକିସ୍ତାନର ସବୁ ଆକ୍ରମଣକୁ ଭାରତ ପଣ୍ଡ କରିଦେଇଥିଲା।
ତିନି ଦିନର ତୀବ୍ର ସାମରିକ ଶତ୍ରୁତା ପରେ, ମେ ୧୦ ତାରିଖରେ ପାକିସ୍ତାନର ଡିଜିଏମଓ ମେଜର ଜେନେରାଲ କାଶିଫ ଅବଦୁଲ୍ଲା ତାଙ୍କ ଭାରତୀୟ ପ୍ରତିପକ୍ଷ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ଫୋନ୍ କରି ସମସ୍ତ ପ୍ରକାରର ସୀମାପାର ଗୁଳିମାଡ଼ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଉଭୟ ଦେଶ ଉଭୟ ପାର୍ଶ୍ୱରୁ ଗୁଳିମାଡ଼ ବନ୍ଦ କରିବାକୁ ରାଜି ହୋଇଥିଲେ। ହେଲେ କିଛି ଘଣ୍ଟା ପରେ ପାକିସ୍ତାନ ସୀମାନ୍ତ ଗାଁଗୁଡ଼ିକରୁ ପ୍ରବଳ ଗୁଳିବର୍ଷା ଏବଂ ବୋମା ମାଡ଼ କରି ଅସ୍ତ୍ରବିରତୀର ଉଲ୍ଲଂଘନ କରିଥିଲା।