VIL ସେୟାର ବଦଳରେ ନେଇଥିବା ୧୧,୬୫୦ କୋଟି ଋଣ ପରିଶୋଧ କଲା ଭୋଡ଼ାପୋନ ଗ୍ରୁପ୍
ନୂଆଦିଲ୍ଲୀ: ବ୍ରିଟେନ ସ୍ଥିତ ଭୋଡାଫୋନ୍ ଗ୍ରୁପ୍ ଭୋଡାଫୋନ୍ ଆଇଡିଆର ସେୟାର ବଦଳରେ ପ୍ରାୟ ଜୁଟାଇଥିବା ୧୧,୬୫୦ କୋଟି କିମ୍ବା 10.9 କୋଟି ପାଉଣ୍ଡର ବକେୟା ପରିଶୋଧ କରି ଦେଇଛି। ଋଣ ପରିଶୋଧ କରିବାକୁ କମ୍ପାନୀକୁ ଭୋଡାଫୋନ୍ ଗ୍ରୁପ୍ VILର ପ୍ରାୟ ସମସ୍ତ ଅଂଶଧନ ବନ୍ଧା ରଖି ଦେଇଛି ବୋଲି କମ୍ପାନୀ ଷ୍ଟକ୍ ମାର୍କେଟକୁ ସୂଚନା ଦେଇଛି। ମରିସସ୍ ଏବଂ ଭାରତ ଭିତ୍ତିକ ଭୋଡାଫୋନ୍ ଗ୍ରୁପ୍ ସଂସ୍ଥା ଦ୍ୱାରା ଉଠାଯାଇଥିବା ଋଣ ପାଇଁ ଏହି ସେୟାରଗୁଡିକ HSBC କର୍ପୋରେଟ୍ ଟ୍ରଷ୍ଟି କମ୍ପାନୀ (ୟୁକେ) ପକ୍ଷରେ ସେୟାର ବନ୍ଧା ରଖାଯାଇଛି। ଷ୍ଟକ୍ ଏକ୍ସଚେଞ୍ଜ୍ ଦିଆଯାଇଥିବା ସୂଚନା ଅନୁଯାୟୀ, ଭୋଡାଫୋନ୍ର ପ୍ରମୋଟରଙ୍କ ଋଣଦାତାମାନଙ୍କୁ ଦେୟ ଫେରସ୍ତ କରିବା ପରେ ଋଣଦାତାମାନଙ୍କ ପାଇଁ ସୁରକ୍ଷା ଟ୍ରଷ୍ଟି ଭାବେ କାର୍ଯ୍ୟ କରୁଥିବା HSBC କର୍ପୋରେଟ୍ ଟ୍ରଷ୍ଟି କମ୍ପାନୀ (ୟୁକେ) ଲିମିଟେଡ୍ ୨୭ ଡିସେମ୍ବର ୨୦୨୪ ରେ ବନ୍ଧା ରଖିଥିବା ସେୟାରଗୁଡ଼ିକ ଜାରି କରିଛି। ସୂଚନା ଥାଉକି ଭୋଡାଫୋନ୍ ଗ୍ରୁପ୍ର ଭିଆଇଏଲ୍ରେ ୨୨.୫୬ ପ୍ରତିଶତ ଅଂଶଧନ ଥିବାବେଳେ ଆଦିତ୍ୟ ବିର୍ଲା ଗ୍ରୁପ୍ ପାଖରେ ୧୪.୭୬ ପ୍ରତିଶତ ଏବଂ ସରକାରଙ୍କ ପାଖରେ ୨୩.୧୫ ପ୍ରତିଶତ ଅଂଶଧନ ରହିଥିଲା।
ନୂଆଦିଲ୍ଲୀ: ବ୍ରିଟେନ ସ୍ଥିତ ଭୋଡାଫୋନ୍ ଗ୍ରୁପ୍ ଭୋଡାଫୋନ୍ ଆଇଡିଆର ସେୟାର ବଦଳରେ ପ୍ରାୟ ଜୁଟାଇଥିବା ୧୧,୬୫୦ କୋଟି କିମ୍ବା 10.9 କୋଟି ପାଉଣ୍ଡର ବକେୟା ପରିଶୋଧ କରି ଦେଇଛି। ଋଣ ପରିଶୋଧ କରିବାକୁ କମ୍ପାନୀକୁ ଭୋଡାଫୋନ୍ ଗ୍ରୁପ୍ VILର ପ୍ରାୟ ସମସ୍ତ ଅଂଶଧନ ବନ୍ଧା ରଖି ଦେଇଛି ବୋଲି କମ୍ପାନୀ ଷ୍ଟକ୍ ମାର୍କେଟକୁ ସୂଚନା ଦେଇଛି।
ମରିସସ୍ ଏବଂ ଭାରତ ଭିତ୍ତିକ ଭୋଡାଫୋନ୍ ଗ୍ରୁପ୍ ସଂସ୍ଥା ଦ୍ୱାରା ଉଠାଯାଇଥିବା ଋଣ ପାଇଁ ଏହି ସେୟାରଗୁଡିକ HSBC କର୍ପୋରେଟ୍ ଟ୍ରଷ୍ଟି କମ୍ପାନୀ (ୟୁକେ) ପକ୍ଷରେ ସେୟାର ବନ୍ଧା ରଖାଯାଇଛି।
ଷ୍ଟକ୍ ଏକ୍ସଚେଞ୍ଜ୍ ଦିଆଯାଇଥିବା ସୂଚନା ଅନୁଯାୟୀ, ଭୋଡାଫୋନ୍ର ପ୍ରମୋଟରଙ୍କ ଋଣଦାତାମାନଙ୍କୁ ଦେୟ ଫେରସ୍ତ କରିବା ପରେ ଋଣଦାତାମାନଙ୍କ ପାଇଁ ସୁରକ୍ଷା ଟ୍ରଷ୍ଟି ଭାବେ କାର୍ଯ୍ୟ କରୁଥିବା HSBC କର୍ପୋରେଟ୍ ଟ୍ରଷ୍ଟି କମ୍ପାନୀ (ୟୁକେ) ଲିମିଟେଡ୍ ୨୭ ଡିସେମ୍ବର ୨୦୨୪ ରେ ବନ୍ଧା ରଖିଥିବା ସେୟାରଗୁଡ଼ିକ ଜାରି କରିଛି।
ସୂଚନା ଥାଉକି ଭୋଡାଫୋନ୍ ଗ୍ରୁପ୍ର ଭିଆଇଏଲ୍ରେ ୨୨.୫୬ ପ୍ରତିଶତ ଅଂଶଧନ ଥିବାବେଳେ ଆଦିତ୍ୟ ବିର୍ଲା ଗ୍ରୁପ୍ ପାଖରେ ୧୪.୭୬ ପ୍ରତିଶତ ଏବଂ ସରକାରଙ୍କ ପାଖରେ ୨୩.୧୫ ପ୍ରତିଶତ ଅଂଶଧନ ରହିଥିଲା।