ନୀଳଗିରି ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ, ଟିକେଟ ନମିଳିବାରୁ ଛାଡିଥିଲେ ବିଜେଡି

ନୀଳଗିରି ୦୩/୦୫: ନୀଳଗିରି ବିଧାଯକ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ସନ୍ତୋଷ ଖଟୁଆ ହେଲେ ବିଜେପି ବିଧାୟକ ପ୍ରାର୍ଥୀ । ନୀଳଗିରି ବିଧାନସଭା ଆସନରୁ ଲଢିବେ ସନ୍ତୋଷ । ସନ୍ଧ୍ୟାରେ ବିଜେପିରେ ମିଶିବେ ସନ୍ତୋଷ ଖଟୁଆ । ହଜାରେରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ସୂଚନା ଥାଉକି,  ନେତାମାନଙ୍କ ଦଳ ପରିବର୍ତ୍ତନ ପାଇଁ ନୀଳଗିରି ରାଜନୀତି ସରଗରମ । ବିଜେପି ଛାଡି ବିଜେଡି ଦଳରେ ଯୋଗଦେଇଥିବା ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଦଳୀୟ ଟିକେଟ ହାତେଇବା ପରେ ବିଜେଡି ନେତା ସନ୍ତୋଷ ଖଟୁଆ ଗୁରୁବାର ବିଜେଡି ଛାଡିଥିଲେ। ଆଜି ହଜାରେରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ସନ୍ତୋଷ ଭୁବନେଶ୍ୱର ଅଭିମୁଖେ ବିଜେପିରେ ମିଶିବା ପାଇଁ ବାହାରିଛନ୍ତି । ବିଜେଡି ମୋତେ ଟିକେଟ ଦେବ ବୋଲି କହି ବିଶ୍ୱାସ ଘାତକ କରିଥିବା କହିଛନ୍ତି  ସନ୍ତୋଷ ଖଟୁଆ।

ନୀଳଗିରି ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ, ଟିକେଟ ନମିଳିବାରୁ ଛାଡିଥିଲେ ବିଜେଡି

ନୀଳଗିରି ୦୩/୦୫: ନୀଳଗିରି ବିଧାଯକ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ସନ୍ତୋଷ ଖଟୁଆ ହେଲେ ବିଜେପି ବିଧାୟକ ପ୍ରାର୍ଥୀ । ନୀଳଗିରି ବିଧାନସଭା ଆସନରୁ ଲଢିବେ ସନ୍ତୋଷ । ସନ୍ଧ୍ୟାରେ ବିଜେପିରେ ମିଶିବେ ସନ୍ତୋଷ ଖଟୁଆ । ହଜାରେରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । 

ସୂଚନା ଥାଉକି,  ନେତାମାନଙ୍କ ଦଳ ପରିବର୍ତ୍ତନ ପାଇଁ ନୀଳଗିରି ରାଜନୀତି ସରଗରମ । ବିଜେପି ଛାଡି ବିଜେଡି ଦଳରେ ଯୋଗଦେଇଥିବା ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଦଳୀୟ ଟିକେଟ ହାତେଇବା ପରେ ବିଜେଡି ନେତା ସନ୍ତୋଷ ଖଟୁଆ ଗୁରୁବାର ବିଜେଡି ଛାଡିଥିଲେ। ଆଜି ହଜାରେରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ସନ୍ତୋଷ ଭୁବନେଶ୍ୱର ଅଭିମୁଖେ ବିଜେପିରେ ମିଶିବା ପାଇଁ ବାହାରିଛନ୍ତି । ବିଜେଡି ମୋତେ ଟିକେଟ ଦେବ ବୋଲି କହି ବିଶ୍ୱାସ ଘାତକ କରିଥିବା କହିଛନ୍ତି  ସନ୍ତୋଷ ଖଟୁଆ।