ଆଇନଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

କଟକ,୨୮ା୨(କାର୍ତ୍ତିକ ସାହୁ): ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଇନଜୀବୀ ସମ୍ବିତ୍‌ ସାମଲଙ୍କୁ କାରଣ ଦର୍ଶାଅ ନୋଟିସ୍‌ ବୁଧବାର ଜାରି କରାଯାଇଛି। ତାଙ୍କ ବିରୋଧରେ ଆପରାଧିକ କାର୍ଯ୍ୟକଳାପ ନେଇ ଅଭିଯୋଗ ଦାୟର ହୋଇଛି। ଆଇନଜୀବୀ ସାମଲଙ୍କ ବିରୋଧରେ କ୍ରମାଗତ ଭାବେ ଆପରାଧିକ ମାମଲା ଓ ଆଚରଣ ବିଧି ଉଂଲଘନ ଅଭିଯୋଗ ସଂକ୍ରାନ୍ତୀୟ ଅଭିଯୋଗ ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେନେଇ ୧୫ ଦିନ ମଧ୍ୟରେ […] The post ଆଇନଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ appeared first on Dharitri Odia News.

ଆଇନଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

କଟକ,୨୮ା୨(କାର୍ତ୍ତିକ ସାହୁ): ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଇନଜୀବୀ ସମ୍ବିତ୍‌ ସାମଲଙ୍କୁ କାରଣ ଦର୍ଶାଅ ନୋଟିସ୍‌ ବୁଧବାର ଜାରି କରାଯାଇଛି। ତାଙ୍କ ବିରୋଧରେ ଆପରାଧିକ କାର୍ଯ୍ୟକଳାପ ନେଇ ଅଭିଯୋଗ ଦାୟର ହୋଇଛି। ଆଇନଜୀବୀ ସାମଲଙ୍କ ବିରୋଧରେ କ୍ରମାଗତ ଭାବେ ଆପରାଧିକ ମାମଲା ଓ ଆଚରଣ ବିଧି ଉଂଲଘନ ଅଭିଯୋଗ ସଂକ୍ରାନ୍ତୀୟ ଅଭିଯୋଗ ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେନେଇ ୧୫ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ପରିଷଦ ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ ଆଇନଜୀବୀ ସାମଲ ଅଭିଯୋଗକାରୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ନିକଟରୁ ୧୭ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏଥିସହ ସେ ତାଙ୍କୁ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇଛନ୍ତି। ଉକ୍ତ ଆଇନଜୀବୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳକୋଡ୍‌ର ଧାରା ୪୨୦/୪୪୮/୫୦୬ ଅନୁଯାୟୀ ଅଭିଯୋଗ କରାଯାଇଛି। ସେହିପରି ଅନ୍ୟ ଜଣେ ଅଭିଯୋଗକାରୀ ମଧ୍ୟ ସାମଲଙ୍କ ବିରୋଧରେ ଭାରତୀୟ ପିଙ୍ଗଳକୋଡ୍‌ର ଧାରା ୪୨୦/୨୯୪/୫୦୬ ଆଧାରରେ ଅଭିଯୋଗ କରିଛନ୍ତି। ସାମଲ ଏହି ଅଭିଯୋଗକାରୀଙ୍କ ନିକଟରୁ ୧୬ ଲକ୍ଷ ୩୫ ହଜାର ଟଙ୍କା ଠକି ନେବା ସହ ହାକିମଙ୍କୁ ବଦନାମ୍‌ କରିବାକୁ ଚେଷ୍ଟା କରିଛନ୍ତି। ଉପରୋକ୍ତ ଦୁଇଟି ଅଭିଯୋଗ ଘଟଣାରେ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ କାରଣ ନୋଟିସ୍‌ ଜାରି କରାଯାଇଥିବା ପରିଷଦ ପକ୍ଷରୁ ପ୍ରେସ୍‌ ଇସ୍ତାହାରରେ ସୂଚନା ଦିଆଯାଇଛି।

The post ଆଇନଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ appeared first on Dharitri Odia News.