ବିବାହର ୬ମାସ ପରେ ଗର୍ଭବତୀ ହେଲେ ସୋନାକ୍ଷୀ? ଅଭିନେତ୍ରୀ କହିଲେ…

ମୁମ୍ବାଇ: ବଲିୁଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜହିର ଇକବାଲଙ୍କ ସହ ତାଙ୍କ ମ୍ୟାରେଡ ଲାଇଫ୍‌ ଏନଜୟ କରୁଛନ୍ତି। ନିକଟରେ ସୋନାକ୍ଷୀ ପରିବାର ସହିତ ଜହିରଙ୍କ ଜନ୍ମଦିନ ପାଳନ କରିଥିଲେ। ସୋନାକ୍ଷୀ ଏବଂ ଜହିର ୨୩ଜୁନ ରେ ବିବାହ କରିଥିଲେ। ବିବାହ ପରେ ତାଙ୍କ ଗର୍ଭଧାରଣ ବିଷୟରେ ଗୁଜବ ମଧ୍ୟ ଅନେକ ଥର ସାମ୍ନାକୁ ଆସିଛି। ବର୍ତ୍ତମାନ ଗର୍ଭବତୀ ଖବର ଉପରେ ଅଭିନେତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କର୍ଲି ଟେଲ୍ସ ସହିତ କଥାବାର୍ତ୍ତା କରୁଥିବାବେଳେ ସୋନାକ୍ଷୀ ଟିକିଏ ହାସ୍ୟାସ୍ପଦ […] The post ବିବାହର ୬ମାସ ପରେ ଗର୍ଭବତୀ ହେଲେ ସୋନାକ୍ଷୀ? ଅଭିନେତ୍ରୀ କହିଲେ… appeared first on Dharitri Odia News.

ବିବାହର ୬ମାସ ପରେ ଗର୍ଭବତୀ ହେଲେ ସୋନାକ୍ଷୀ? ଅଭିନେତ୍ରୀ କହିଲେ…

ମୁମ୍ବାଇ: ବଲିୁଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜହିର ଇକବାଲଙ୍କ ସହ ତାଙ୍କ ମ୍ୟାରେଡ ଲାଇଫ୍‌ ଏନଜୟ କରୁଛନ୍ତି। ନିକଟରେ ସୋନାକ୍ଷୀ ପରିବାର ସହିତ ଜହିରଙ୍କ ଜନ୍ମଦିନ ପାଳନ କରିଥିଲେ। ସୋନାକ୍ଷୀ ଏବଂ ଜହିର ୨୩ଜୁନ ରେ ବିବାହ କରିଥିଲେ। ବିବାହ ପରେ ତାଙ୍କ ଗର୍ଭଧାରଣ ବିଷୟରେ ଗୁଜବ ମଧ୍ୟ ଅନେକ ଥର ସାମ୍ନାକୁ ଆସିଛି। ବର୍ତ୍ତମାନ ଗର୍ଭବତୀ ଖବର ଉପରେ ଅଭିନେତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
କର୍ଲି ଟେଲ୍ସ ସହିତ କଥାବାର୍ତ୍ତା କରୁଥିବାବେଳେ ସୋନାକ୍ଷୀ ଟିକିଏ ହାସ୍ୟାସ୍ପଦ ଢଙ୍ଗରେ କହିଥିଲେ – ‘ମୁଁ କହିବାକୁ ଚାହେଁ ଯେ ମୁଁ ଗର୍ଭବତୀ ନୁହେଁ। ମୁଁ ବର୍ତ୍ତମାନ ମୋଟା ହୋଇଯାଇଛି।
ସୋନାକ୍ଷୀ କହିଥିଲେ ଯେ କେହି ଜଣେ ଥରେ ଏହାକୁ ନେଇ ଜହିରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ହେଲେ ଏହି ଦମ୍ପତି ଏହାକୁ ହସରେ ଉଡାଇ ଦେଇଥିଲେ। ସୋନାକ୍ଷୀ କହିଛନ୍ତି ଯେ ବିବାହ ପରେ ସେ ଟ୍ରାଭେଲ ଏବଂ ଲଞ୍ଚ ଡିନରରେ ଯୋଗଦେବାରେ ଏତେ ବ୍ୟସ୍ତ ଅଛନ୍ତି ଯେ ତାଙ୍କ ପାଖରେ ଅନ୍ୟ କୌଣସି ବିଷୟ ଉପରେ ଧ୍ୟାନ ଦେବାର ସମୟ ନାହିଁ।

The post ବିବାହର ୬ମାସ ପରେ ଗର୍ଭବତୀ ହେଲେ ସୋନାକ୍ଷୀ? ଅଭିନେତ୍ରୀ କହିଲେ… appeared first on Dharitri Odia News.