ରୋଡ ଶୋ’ବେଳେ ସାଂଘାତିକ କଥା କହିଦେଲେ ନଡ୍ଡା, ନବୀନବାବୁ…

ଭୁବନେଶ୍ୱର,୧୬।୫: ଭାଜପାର କେନ୍ଦ୍ରୀୟ ନେତୃତ୍ୱଙ୍କ ନଜରରେ ଓଡ଼ିଶା। ରାଜ୍ୟକୁ ଦଖଲ କରିବା ପାଇଁ ବାରବାର ଓଡିଶା ଗସ୍ତ କରୁଛନ୍ତି ଦଳର ଶୀର୍ଷ ନେତା। ବିଜେଡି ନେତାଙ୍କୁ ଘେରାବନ୍ଦୀ କରି ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି ଭାଜପା ନେତା। ଏହି କ୍ରମରେ ବୁଧବାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନସଭା ଓ କଟକରେ ମେଗା ରାଲି ପରେ ଗୁରୁବାର ରାଜଧାନୀରେ ବିଶାଳ ରୋଡ ଶୋ’ କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏହି ରୋଡ ଶୋ’ ମାଧ୍ୟମରେ ଭାଜପା ସମର୍ଥିତ […] The post ରୋଡ ଶୋ’ବେଳେ ସାଂଘାତିକ କଥା କହିଦେଲେ ନଡ୍ଡା, ନବୀନବାବୁ… appeared first on Dharitri Odia News.

ରୋଡ ଶୋ’ବେଳେ ସାଂଘାତିକ କଥା କହିଦେଲେ ନଡ୍ଡା, ନବୀନବାବୁ…

ଭୁବନେଶ୍ୱର,୧୬।୫: ଭାଜପାର କେନ୍ଦ୍ରୀୟ ନେତୃତ୍ୱଙ୍କ ନଜରରେ ଓଡ଼ିଶା। ରାଜ୍ୟକୁ ଦଖଲ କରିବା ପାଇଁ ବାରବାର ଓଡିଶା ଗସ୍ତ କରୁଛନ୍ତି ଦଳର ଶୀର୍ଷ ନେତା। ବିଜେଡି ନେତାଙ୍କୁ ଘେରାବନ୍ଦୀ କରି ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି ଭାଜପା ନେତା। ଏହି କ୍ରମରେ ବୁଧବାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନସଭା ଓ କଟକରେ ମେଗା ରାଲି ପରେ ଗୁରୁବାର ରାଜଧାନୀରେ ବିଶାଳ ରୋଡ ଶୋ’ କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏହି ରୋଡ ଶୋ’ ମାଧ୍ୟମରେ ଭାଜପା ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।

ରୋଡ ଶୋ’ ସମୟରେ ନବୀନଙ୍କୁ ସିଧା ହମଲା କରିଛନ୍ତି ନଡ୍ଡା। ଓଡିଶା ଲୋକେ ମୋଦିଙ୍କୁ ଆଉ ଥରେ କେନ୍ଦ୍ରରେ ଦେଖିବାକୁ ଚାହୁଁଛନ୍ତି। ଲୋକେ ମଧ୍ୟ ଏକ ସକ୍ରିୟ ମୁଖ୍ୟମନ୍ତ୍ରୀ ଚାହାନ୍ତି। ଯେଉଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସହ ଓ କଥା ହୋଇପାରୁଥିବ। ଏହା ସହ ଓଡ଼ିଶା ଅସ୍ମିତା ସହ ଯୋଡି ହୋଇ ରହିଥିବ।

ଏହାସହ ସେ ଆହୁରି ଯୋଡିଛନ୍ତି, ଜଣେ ଅଫିସର ଓଡ଼ିଶା ଚଳାଉଥିବାବେଳେ ନବୀନ ବାବୁ ସକ୍ରିୟ ନାହାନ୍ତି। ଏଥିପାଇଁ ଓଡ଼ିଶାବାସୀ ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି। ଭାଜପାକୁ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି। ତେଣୁ ଏଥରଏକତରଫା ନିର୍ବାଚନ ଜିତିବା ସହ ଡବଲ ଇଞ୍ଜିନ ସରକାର କରିବୁ ବୋଲି ନଡ୍ଡା କହିଛନ୍ତି।

The post ରୋଡ ଶୋ’ବେଳେ ସାଂଘାତିକ କଥା କହିଦେଲେ ନଡ୍ଡା, ନବୀନବାବୁ… appeared first on Dharitri Odia News.