ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ

ମୁମ୍ବାଇ, ୨ା୨: ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ରେ ଅଭିଷେକ ଶର୍ମାଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ୧୫୦ ରନରେ ସହଜ ବିଜୟ ହାସଲ କରିଛି। ଏଥିସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୧ରେ ଜିତି ନେଇଛି। ୨୪୮ରନର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୦.୩ ଓଭରରେ ମାତ୍ର ୯୭ ସ୍କୋରରେ ଅଲଆଉଟ ହୋଇଯାଇଥିଲା। ଓପନର ତଥା ଉଇକେଟକିପର ଫିଲ୍‌ ସଲ୍ଟ ଦଳ […] The post ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ appeared first on Dharitri Odia News.

ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ

ମୁମ୍ବାଇ, ୨ା୨: ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ରେ ଅଭିଷେକ ଶର୍ମାଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ୧୫୦ ରନରେ ସହଜ ବିଜୟ ହାସଲ କରିଛି। ଏଥିସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୧ରେ ଜିତି ନେଇଛି।

୨୪୮ରନର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୦.୩ ଓଭରରେ ମାତ୍ର ୯୭ ସ୍କୋରରେ ଅଲଆଉଟ ହୋଇଯାଇଥିଲା। ଓପନର ତଥା ଉଇକେଟକିପର ଫିଲ୍‌ ସଲ୍ଟ ଦଳ ପକ୍ଷରୁ ସର୍ବାଧିକ ୫୫ ରନ କରିଥିବା ବେଳେ ଜାକବ ବେଥେଲ ୧୦ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ।

ଭାରତ ପକ୍ଷରୁ ଅର୍ଶଦୀପ ସିଂଙ୍କ ସ୍ଥାନରେ ଆସିଥିବା ମହମ୍ମଦ ଶାମି ୩ ଉଇକେଟ ନେଇଥିବା ବେଳେ, ଅଭିଷେକ ଶର୍ମା ଓ ବରୁଣ ଚକ୍ରବର୍ତ୍ତୀ-୨ଟି ଲେଖାଏଁ ଅକ୍ତିଆର କରିଥିଲେ। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ଉଇକେଟ ବିନିମୟରେ ୨୪୭ ରନ କରିଥିଲା।

ଉଇକେଟକିପର ସଞ୍ଜୁ ସାମସନଙ୍କ ସହିତ ଓପନିଂ କରିବାକୁ ଆସିଥିବା ଅଭିଷେକ ୭ମ ଖେଳାଳିଭାବେ ଆଉଟ ହେବା ପୂର୍ବରୁ ତାଙ୍କ ୫୪ ବଲ୍‌ର ଇନିଂସରେ ୧୩ ଛକା ଓ ୭ ଚୌକା ସହ ୧୩୫ ରନ କରିଥିଲେ। ସେ ଆଦିଲ ରଶିଦଙ୍କ ବଲ୍‌ରେ ଜୋଫ୍ରା ଆର୍ଚରଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ସେତେବେଳକୁ ଦଳ ୭ଉଇକେଟ ବିନିମୟରେ ୨୩୭ ରନ ସଂଗ୍ରହ କରି ନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିବମ ଦୁବେ ୩୦, ତିଳକ ବର୍ମା ୨୪, ସଞ୍ଜୁ ସାମସନ ୧୬ ଓ ଅକ୍ଷର ପଟେଲ ୧୫ ରନ କରିପାରିଥିଲେ।

 

The post ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ appeared first on Dharitri Odia News.