ଗୋଟିଏ ପଟେ ବିମାନ ଦୁର୍ଘଟଣା, ଅନ୍ୟପଟେ ଆଇସ ହକିର ମଜାନେଉଛନ୍ତି ଟ୍ରୁଡୋ, ସୋସିଆଲ ମିଡିଆରେ ଟ୍ରୋଲ୍
ଟୋରଣ୍ଟୋ,୧୮।୨: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କର ସମ୍ବେଦନହୀନତା ପାଇଁ ପୁଣି ଥରେ ସାଧାରଣ ଲୋକଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ଗୋଟିଏ ପଟେ ଦେଶରେ ଏକ ବଡ଼ ବିମାନ ଦୁର୍ଘଟଣା ସତ୍ତ୍ୱେ, ସେ ଏହାକୁ ଅଣଦେଖା କରି ସୋସିଆଲ ମିଡିଆରେ ଆଇସ ହକି ବିଷୟରେ ପୋଷ୍ଟ କରିଥିଲେ। ଟ୍ରୁଡୋଙ୍କ ଏହି ଶୈଳୀ ଲୋକଙ୍କୁ ପସନ୍ଦ ଆସିଲା ନାହିଁ। ଟୋରଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେଲ୍ଟା ଏୟାରଲାଇନ୍ସ ଫ୍ଲାଇଟ ୪୮୧୯ର ଦୁର୍ଘଟଣାଗ୍ରସ୍ତ ଅବତରଣ ପରେ କାନାଡିଆନମାନେ ଭୟଭୀତ […] The post ଗୋଟିଏ ପଟେ ବିମାନ ଦୁର୍ଘଟଣା, ଅନ୍ୟପଟେ ଆଇସ ହକିର ମଜାନେଉଛନ୍ତି ଟ୍ରୁଡୋ, ସୋସିଆଲ ମିଡିଆରେ ଟ୍ରୋଲ୍ appeared first on Dharitri Odia News.
ଟୋରଣ୍ଟୋ,୧୮।୨: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କର ସମ୍ବେଦନହୀନତା ପାଇଁ ପୁଣି ଥରେ ସାଧାରଣ ଲୋକଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ଗୋଟିଏ ପଟେ ଦେଶରେ ଏକ ବଡ଼ ବିମାନ ଦୁର୍ଘଟଣା ସତ୍ତ୍ୱେ, ସେ ଏହାକୁ ଅଣଦେଖା କରି ସୋସିଆଲ ମିଡିଆରେ ଆଇସ ହକି ବିଷୟରେ ପୋଷ୍ଟ କରିଥିଲେ। ଟ୍ରୁଡୋଙ୍କ ଏହି ଶୈଳୀ ଲୋକଙ୍କୁ ପସନ୍ଦ ଆସିଲା ନାହିଁ।
ଟୋରଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେଲ୍ଟା ଏୟାରଲାଇନ୍ସ ଫ୍ଲାଇଟ ୪୮୧୯ର ଦୁର୍ଘଟଣାଗ୍ରସ୍ତ ଅବତରଣ ପରେ କାନାଡିଆନମାନେ ଭୟଭୀତ ହୋଇଯାଇଛନ୍ତି। ଅନ୍ୟପକ୍ଷରେ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଆଇସ ହକିର ମଜା ନେଉଥିବା ଦେଖାଯାଇଥିଲା। ସେ ବିମାନର କ୍ରାସ ଲ୍ୟାଣ୍ଡିଂ ବଦଳରେ ହକି ବିଷୟରେ ପୋଷ୍ଟ କରିବା ପରେ, ଲୋକମାନେ ରାଗି ଯାଇଥିଲେ। ଏହାକୁ ନେଇ ଲୋକେ ତାଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ତାଙ୍କୁ ସମ୍ବେଦନହୀନ ବୋଲି କହିଥିଲେ।
ଟୋରଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେଲ୍ଟା ଏୟାରଲାଇନ୍ସ ଫ୍ଲାଇଟ ୪୮୧୯ର ଦୁର୍ଘଟଣାଗ୍ରସ୍ତ ଅବତରଣ ପରେ କାନାଡିଆନମାନେ ଭୟଭୀତ ହୋଇଯାଇଛନ୍ତି। ଅନ୍ୟପକ୍ଷରେ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଆଇସ ହକିର ମଜା ନେଉଥିବା ଦେଖାଯାଇଥିଲା। ସେ ବିମାନର କ୍ରାସ ଲ୍ୟାଣ୍ଡିଂ ବଦଳରେ ହକି ବିଷୟରେ ପୋଷ୍ଟ କରିବା ପରେ, ଲୋକମାନେ ରାଗି ଯାଇଥିଲେ। ଏହାକୁ ନେଇ ଲୋକେ ତାଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ତାଙ୍କୁ ସମ୍ବେଦନହୀନ ବୋଲି କହିଥିଲେ।
ଉଲ୍ଲେଖନୀୟ ଯେ ମିନିଆପୋଲିସରୁ ଆସୁଥିବା ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଟୋରଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଓଲଟି ପଡ଼ିଥିଲା। ଏହି ବିମାନରେ ୭୬ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟ ଥିଲେ। ଏହି ଭୟଙ୍କର ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ଏବଂ କେତେକ ଗୁରୁତର ଆହତ ହେବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣା ପରେ, ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ନୀରବତାକୁ ଦେଖି ଜନତା କ୍ରୋଧ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଲୋକମାନେ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏପରି ଦୁର୍ଘଟଣା ପ୍ରତି ସମ୍ବେଦନଶୀଳତା ଦେଖାଇବା ଉଚିତ। ଜଣେ ୟୁଜର ଲେଖିଛନ୍ତି, ‘ଆଜି ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆପଣ ଜାଣିଛନ୍ତି କି?’ ଆଉ ଜଣେ ତାଙ୍କର ସମ୍ବେଦନହୀନତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ‘ଆଜି ଏହି ଦୁର୍ଘଟଣାର ଶିକାର ହୋଇଥିବା କାନାଡିଆନମାନଙ୍କ ବିଷୟରେ ଆପଣ ଚିନ୍ତା କରନ୍ତି ନାହିଁ କି।’
ଅନ୍ୟ ଜଣେ ୟୁଜର ନିଜର ଅସନ୍ତୋଷ ପ୍ରକାଶ କରି ଲେଖିଛନ୍ତି, ଟୋରଣ୍ଟୋରେ ଏକ ବିମାନ ଦୁର୍ଘଟଣା ଘଟିଥିଲା ଏବଂ ଟ୍ରୁଡୋ ହକି ପାଳନ କରୁଛନ୍ତି। ତୁମେ ଗମ୍ଭୀର କି ବୋଲି ସେ ପ୍ରଶ୍ନ କରିଛନ୍ତି।
We stand on guard for thee.
pic.twitter.com/KQ4lE9SShy
— Justin Trudeau (@JustinTrudeau) February 16, 2025
The post ଗୋଟିଏ ପଟେ ବିମାନ ଦୁର୍ଘଟଣା, ଅନ୍ୟପଟେ ଆଇସ ହକିର ମଜାନେଉଛନ୍ତି ଟ୍ରୁଡୋ, ସୋସିଆଲ ମିଡିଆରେ ଟ୍ରୋଲ୍ appeared first on Dharitri Odia News.