ସ୍କୁଲ ଭିତରେ ମଦ୍ୟପାନ କରି ନିଲମ୍ବିତ ହେଲେ କିରାଣି, ଭିଡିଓ ଭାଇରାଲ
ରିଷିଡ଼ା,୩ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲସ୍ଥିତ ପୁରୁଷୋତ୍ତମ ସରକାରୀ ହାଇସ୍କୁଲ ପରିସର ମଧ୍ୟରେ ସ୍କୁଲର ବରିଷ୍ଠ କିରାଣି ଭୋପାଳ ଚନ୍ଦ୍ର ବେହେରା ସ୍କୁଲ ଭିତରେ କିଛି ଶିକ୍ଷକଙ୍କ ସହ ମିଶି ଦେଶୀ ମହୁଲି ପାଉଚ୍ ମଦ ପିଉଥିବାର ଦୃଶ୍ୟ କିଛିଦିନ ତଳେ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏନେଇ କଳାହାଣ୍ଡିର ଜଣେ ସମାଜସେବୀ ଦୁର୍ଯ୍ୟୋଧନ କୁମାର ପ୍ରଥମେ ସାଇବର ଥାନାରେ ଅଭିଯୋଗ କରିଥିଲେ। ପରେ ଜିଲା ଶିକ୍ଷାଧିକାରୀ, କଳାହାଣ୍ଡି […] The post ସ୍କୁଲ ଭିତରେ ମଦ୍ୟପାନ କରି ନିଲମ୍ବିତ ହେଲେ କିରାଣି, ଭିଡିଓ ଭାଇରାଲ appeared first on Dharitri Odia News.
ରିଷିଡ଼ା,୩ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲସ୍ଥିତ ପୁରୁଷୋତ୍ତମ ସରକାରୀ ହାଇସ୍କୁଲ ପରିସର ମଧ୍ୟରେ ସ୍କୁଲର ବରିଷ୍ଠ କିରାଣି ଭୋପାଳ ଚନ୍ଦ୍ର ବେହେରା ସ୍କୁଲ ଭିତରେ କିଛି ଶିକ୍ଷକଙ୍କ ସହ ମିଶି ଦେଶୀ ମହୁଲି ପାଉଚ୍ ମଦ ପିଉଥିବାର ଦୃଶ୍ୟ କିଛିଦିନ ତଳେ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏନେଇ କଳାହାଣ୍ଡିର ଜଣେ ସମାଜସେବୀ ଦୁର୍ଯ୍ୟୋଧନ କୁମାର ପ୍ରଥମେ ସାଇବର ଥାନାରେ ଅଭିଯୋଗ କରିଥିଲେ। ପରେ ଜିଲା ଶିକ୍ଷାଧିକାରୀ, କଳାହାଣ୍ଡି ଜିଲାପାଳ ଏବଂ ଏସ୍ପିଙ୍କୁ ଲିଖିତ ଅବଗତ କରିଥିଲେ। ଏଣୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଏକ ତଦନ୍ତକାରୀ ଦଳ ଗଠନ କରି ତା’ର ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ଅନୁଯାୟୀ, ଗତ ୩୦.୧୦.୨୪ ରିଖ ପତ୍ରସଂଖ୍ୟା ୬୬୭୩ରେ ବରିଷ୍ଠ କିରାଣି ଭୋପାଳ ଚନ୍ଦ୍ର ବେହେରାଙ୍କୁ ଜିଲା ଶିକ୍ଷାଧିକାରୀ ଚାକିରିରୁ ନିଲମ୍ବନ କରିଥିବା ସୂଚନା ମିଳିଛି।
The post ସ୍କୁଲ ଭିତରେ ମଦ୍ୟପାନ କରି ନିଲମ୍ବିତ ହେଲେ କିରାଣି, ଭିଡିଓ ଭାଇରାଲ appeared first on Dharitri Odia News.