ଜାଲ୍ ଜାତିଗତ ପ୍ରମାଣ ପତ୍ର ଦେଇ ଫସିଲେ ସହକାରୀ ଶିକ୍ଷକ, ଚାକିରୀରୁ ହେଲେ ବହିଷ୍କୃତ
ଭଦ୍ରକ ୦୪।୦୯: ମହଙ୍ଗା ପଡିଲା ଜାଲ୍ ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀ କରିବା । ଶେଷରେ ଚାକିରୀରୁ ବହିଷ୍କୃତ ହେଲେ ସହକାରୀ ଶିକ୍ଷକ। ଭଦ୍ରକ ଜିଲ୍ଲା ଓଳମ ନୋଡାଲ ୟୁପି ସ୍କୁଲ ସହକାରୀ ଶିକ୍ଷକ ସୁକୁମାର ଦାସଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ଓଳମ ନୋଡାଲ ୟୁପି ସ୍କୁଲରେ ଶିକ୍ଷକତା କରୁଥିବା ସହକାରୀ ଶିକ୍ଷକ ସୁକୁମାର ଦାସ ନିଯୁକ୍ତି ବେଳେ ଜାଲ୍ ଜାତିଗତ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା । ସୂଚନା ଅଧିକାର ଆଇନ୍ ବଳରେ ଏହି ତଥ୍ୟ ପଦାକୁ ଆସିଥିଲା I ପରେ ସ୍ଥାନୀୟ ବିକାଶ କୁମାର ଧଳ ନାମକ ଯୁବକ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ | ଶେଷରେ ରାଜ୍ୟସ୍ତରୀୟ ସ୍କୁଟିନିଂ କମିଟି ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କ ତଦନ୍ତକୁ ଭିତ୍ତି କରି ସୁକୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିବା ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶେଷରେ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ ସାହୁ ସହକାରୀ ଶିକ୍ଷକଙ୍କୁ ଚାକିରୀରୁ ବହିସ୍କୃତ କରିଥିବା ସୂଚନା ମିଳିଛି ।
ଭଦ୍ରକ ୦୪।୦୯: ମହଙ୍ଗା ପଡିଲା ଜାଲ୍ ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀ କରିବା । ଶେଷରେ ଚାକିରୀରୁ ବହିଷ୍କୃତ ହେଲେ ସହକାରୀ ଶିକ୍ଷକ। ଭଦ୍ରକ ଜିଲ୍ଲା ଓଳମ ନୋଡାଲ ୟୁପି ସ୍କୁଲ ସହକାରୀ ଶିକ୍ଷକ ସୁକୁମାର ଦାସଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ଓଳମ ନୋଡାଲ ୟୁପି ସ୍କୁଲରେ ଶିକ୍ଷକତା କରୁଥିବା ସହକାରୀ ଶିକ୍ଷକ ସୁକୁମାର ଦାସ ନିଯୁକ୍ତି ବେଳେ ଜାଲ୍ ଜାତିଗତ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା । ସୂଚନା ଅଧିକାର ଆଇନ୍ ବଳରେ ଏହି ତଥ୍ୟ ପଦାକୁ ଆସିଥିଲା I ପରେ ସ୍ଥାନୀୟ ବିକାଶ କୁମାର ଧଳ ନାମକ ଯୁବକ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ | ଶେଷରେ ରାଜ୍ୟସ୍ତରୀୟ ସ୍କୁଟିନିଂ କମିଟି ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କ ତଦନ୍ତକୁ ଭିତ୍ତି କରି ସୁକୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିବା ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶେଷରେ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ ସାହୁ ସହକାରୀ ଶିକ୍ଷକଙ୍କୁ ଚାକିରୀରୁ ବହିସ୍କୃତ କରିଥିବା ସୂଚନା ମିଳିଛି ।