ଷଣ୍ଢ କଚାଡ଼ି ମାରିଲା
ଯାଜପୁର,୯।୧: ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦାଗାଁରେ। ମୃତକ ଦେଓଦା ଗ୍ରାମର ଅଲେଖ ମଲିକ (୬୫)। ଷଣ୍ଢ ଫସଲ ନଷ୍ଟ କରୁଥିବା ବେଳେ ଅଲେଖ ତାଙ୍କୁ ଗୋଡ଼ାଉଥିଲେ। ଏହି ସମୟରେ ଷଣ୍ଢଟି ତାଙ୍କୁ କଚାଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅଲେଖଙ୍କୁ ମୃତ ଘୋଷଣା କରିଥିଲେ। The post ଷଣ୍ଢ କଚାଡ଼ି ମାରିଲା appeared first on Dharitri Odia News.
ଯାଜପୁର,୯।୧: ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦାଗାଁରେ। ମୃତକ ଦେଓଦା ଗ୍ରାମର ଅଲେଖ ମଲିକ (୬୫)। ଷଣ୍ଢ ଫସଲ ନଷ୍ଟ କରୁଥିବା ବେଳେ ଅଲେଖ ତାଙ୍କୁ ଗୋଡ଼ାଉଥିଲେ। ଏହି ସମୟରେ ଷଣ୍ଢଟି ତାଙ୍କୁ କଚାଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅଲେଖଙ୍କୁ ମୃତ ଘୋଷଣା କରିଥିଲେ।
The post ଷଣ୍ଢ କଚାଡ଼ି ମାରିଲା appeared first on Dharitri Odia News.