କଟକରେ ବସିବ କଳାଧନ ସମ୍ପର୍କିତ SIT ବୈଠକ, କଳାଧନ କାରବାର ରୋକିବା ନେଇ ହେବ ଆଲୋଚନା
କଟକ ୧୧।୦୩ : ସୋମବାର କଟକରେ ବସିବ କଳାଧନ ସମ୍ପର୍କିତ SIT ବୈଠକ । ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ଏହି ବୈଠକ ବସିବ । ତେବେ ଆଜି ବସିବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗଦେବେ । କଳାଧନ କାରବାର ରୋକିବା ନେଇ ଆଜିର ବୈଠକରେ ହେବ ଆଲୋଚନା ।ତେବେ କଟକରେ କଳାଧନ ସମ୍ପର୍କିତ ଏସଆଇଟିର ଏହା ୧୧ତମ ଵୈଠକ। ଏହି ଵୈଠକରେ ସିଵିଆଇ,ଇଡି, ଇନକମ ଟାକ୍ସ,ନାରକୋଟିକ୍ସ କଣ୍ଟ୍ରୋଲ ଵ୍ୟୁରୋ, ସେଣ୍ଟ୍ରାଲ ଵୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସେସ ବା ସିବିଡିଟି,ଜି ଏସ୍ ଟି,ଖଣି ଵିଭାଗ ଓ କ୍ରାଇମବ୍ରାଞ୍ଚର ଉଚ୍ଚ ପଦାଧିକାରୀ ମାନେ ଯୋଗ ଦେଵେ। ଏହି ଵୈଠକରେ କଳାଧନର ଉତ୍ସ ଓ ତଦନ୍ତକାରୀ ସଂସ୍ଥା ଗୁଡିକ ଭିତରେ ସମନ୍ବୟ ଉପରେ ଵିଶେଷ ଆଲୋଚନା ହେବ। ସେହିପରି ଆଗକୁ ନିର୍ଵାଚନ ଥିଵାରୁ କଳାଧନ କାରବାର ଉପରେ କିଭଳି ଅଙ୍କୁଶ ଲଗାଯିଵ ସେ ସମ୍ପର୍କରେ ଵିଶେଷ ଆଲୋଚନା ହେଵାର କାର୍ଯ୍ୟକ୍ରମ ରହିଛି।
କଟକ ୧୧।୦୩ : ସୋମବାର କଟକରେ ବସିବ କଳାଧନ ସମ୍ପର୍କିତ SIT ବୈଠକ । ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ଏହି ବୈଠକ ବସିବ । ତେବେ ଆଜି ବସିବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗଦେବେ । କଳାଧନ କାରବାର ରୋକିବା ନେଇ ଆଜିର ବୈଠକରେ ହେବ ଆଲୋଚନା ।
ତେବେ କଟକରେ କଳାଧନ ସମ୍ପର୍କିତ ଏସଆଇଟିର ଏହା ୧୧ତମ ଵୈଠକ। ଏହି ଵୈଠକରେ ସିଵିଆଇ,ଇଡି, ଇନକମ ଟାକ୍ସ,ନାରକୋଟିକ୍ସ କଣ୍ଟ୍ରୋଲ ଵ୍ୟୁରୋ, ସେଣ୍ଟ୍ରାଲ ଵୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସେସ ବା ସିବିଡିଟି,ଜି ଏସ୍ ଟି,ଖଣି ଵିଭାଗ ଓ କ୍ରାଇମବ୍ରାଞ୍ଚର ଉଚ୍ଚ ପଦାଧିକାରୀ ମାନେ ଯୋଗ ଦେଵେ। ଏହି ଵୈଠକରେ କଳାଧନର ଉତ୍ସ ଓ ତଦନ୍ତକାରୀ ସଂସ୍ଥା ଗୁଡିକ ଭିତରେ ସମନ୍ବୟ ଉପରେ ଵିଶେଷ ଆଲୋଚନା ହେବ। ସେହିପରି ଆଗକୁ ନିର୍ଵାଚନ ଥିଵାରୁ କଳାଧନ କାରବାର ଉପରେ କିଭଳି ଅଙ୍କୁଶ ଲଗାଯିଵ ସେ ସମ୍ପର୍କରେ ଵିଶେଷ ଆଲୋଚନା ହେଵାର କାର୍ଯ୍ୟକ୍ରମ ରହିଛି।