ଆଇନ ପ୍ରତି ଦାୟିତ୍ୱ ଓ ସମ୍ମାନକୁ ଗୁରୁତ୍ୱ
ପ୍ରତିବର୍ଷ ଜୁଲାଇ ୧୭ରେ ପାଳନ କରାଯାଇ ଆସୁଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏହି ଦିବସ ୧୯୯୮ ଜୁଲାଇ ୧୭ରେ ରୋମ ଚୁକ୍ତିର ସ୍ମୃତିରେ ପାଳନ କରାଯାଏ, ଯାହା ଅନ୍ତର୍ଜାତୀୟ ଆପରାଧିକ ନ୍ୟାୟାଳୟ (ଆଇସିସି)ର ସ୍ଥାପନ ପାଇଁ ଆଧାର ହୋଇଥିଲା। ଅନ୍ତର୍ଜାତୀୟ ନ୍ୟାୟ ଦିବସ ବିଶ୍ୱବ୍ୟାପୀ ଶାନ୍ତି, ମାନବାଧିକାର ଏବଂ ନ୍ୟାୟର ସୁରକ୍ଷା ପାଇଁ ଏକ ଶକ୍ତିଶାଳୀ ଆହ୍ବାନ। ଏହି ଦିବସ ଯୁଦ୍ଧଜନିତ ଅପରାଧ, ନରସଂହାର, ମାନବତା ବିରୋଧୀ ଅପରାଧର ଶିକାର ହୋଇଥିବା ଲୋକଙ୍କ ପାଇଁ ନ୍ୟାୟ ନିଶ୍ଚିତ […] The post ଆଇନ ପ୍ରତି ଦାୟିତ୍ୱ ଓ ସମ୍ମାନକୁ ଗୁରୁତ୍ୱ appeared first on Dharitri Odia News.
ପ୍ରତିବର୍ଷ ଜୁଲାଇ ୧୭ରେ ପାଳନ କରାଯାଇ ଆସୁଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏହି ଦିବସ ୧୯୯୮ ଜୁଲାଇ ୧୭ରେ ରୋମ ଚୁକ୍ତିର ସ୍ମୃତିରେ ପାଳନ କରାଯାଏ, ଯାହା ଅନ୍ତର୍ଜାତୀୟ ଆପରାଧିକ ନ୍ୟାୟାଳୟ (ଆଇସିସି)ର ସ୍ଥାପନ ପାଇଁ ଆଧାର ହୋଇଥିଲା।
ଅନ୍ତର୍ଜାତୀୟ ନ୍ୟାୟ ଦିବସ ବିଶ୍ୱବ୍ୟାପୀ ଶାନ୍ତି, ମାନବାଧିକାର ଏବଂ ନ୍ୟାୟର ସୁରକ୍ଷା ପାଇଁ ଏକ ଶକ୍ତିଶାଳୀ ଆହ୍ବାନ। ଏହି ଦିବସ ଯୁଦ୍ଧଜନିତ ଅପରାଧ, ନରସଂହାର, ମାନବତା ବିରୋଧୀ ଅପରାଧର ଶିକାର ହୋଇଥିବା ଲୋକଙ୍କ ପାଇଁ ନ୍ୟାୟ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥାଏ। ଆଇସିସି ଏହି ଅପରାଧଗୁଡ଼ିକର ତଦନ୍ତ ଓ ବିଚାର କରି ନ୍ୟାୟ ପ୍ରଦାନ କରେ।
ଏହି ଦିବସ ରାଷ୍ଟ୍ରଗୁଡ଼ିକୁ ଅନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥାରେ ସହଯୋଗୀ ହେବାକୁ ପ୍ରେରିତ କରେ। ଏହା ମାନବାଧିକାରର ସୁରକ୍ଷା ଏବଂ ସମାଜରେ ନ୍ୟାୟ ଓ ସମାନତାର ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେଇଥାଏ। ଏହା ବିଶ୍ୱବାସୀଙ୍କୁ ଅନ୍ୟାୟ ବିରୋଧରେ ଏକଜୁଟ ହେବାକୁ ଆହ୍ବାନ ଦିଏ। ନ୍ୟାୟ ହେଉଛି ଶାନ୍ତିର ଆଧାର। ଏହି ଦିବସ ଅବସରରେ ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ପାଇଁ ନ୍ୟାୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥାଏ। ତେବେ ଚଳିତ ବର୍ଷ ଉକ୍ତ ଦିବସ ଅବସରରେ ବିଷୟବସ୍ତୁ ରହିଛି ‘ଆଇନ ପ୍ରତି ଦାୟିତ୍ୱ ଓ ସମ୍ମାନ’।
The post ଆଇନ ପ୍ରତି ଦାୟିତ୍ୱ ଓ ସମ୍ମାନକୁ ଗୁରୁତ୍ୱ appeared first on Dharitri Odia News.