ବିଶ୍ୱଚାମ୍ପିୟନ୍‌ ହେବା ସ୍ବପ୍ନ ପୁଣି ତୁଟିଲା: ଫାଇନାଲ୍‌ରେ ହାରିଲା ଭାରତ

ନୂଆଦିଲ୍ଲୀ,୧୧।୨: ଆଇସିସି ଟୁର୍ନାମେଣ୍ଟର ନକଆଉଟ ମ୍ୟାଚରେ ଟିମ ଇଣ୍ଡିଆର ହାରିବା କ୍ରମାଗତ ଭାବେ ଜାରି ରହିଛି। ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ହାରିଛି। ନିକଟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ବରିଷ୍ଠ ଦଳ ଏକଦିବସୀୟ ବିଶ୍ୱକପ ଫାଇନାଲରେ ହାରିଯାଇଥିଲେ। ଏକଦିବସୀୟ ବିଶ୍ୱକପ୍‌ର ଫାଇନାଲରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ପରାସ୍ତ କରିଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆର ସ୍ବପ୍ନକୁ ଭାଙ୍ଗି ଦେଇଛି। ଏହିପରି ଭାରତୀୟ ଦଳ ଷଷ୍ଠ ଥର ପାଇଁ ଅଣ୍ଡର-୧୯ […] The post ବିଶ୍ୱଚାମ୍ପିୟନ୍‌ ହେବା ସ୍ବପ୍ନ ପୁଣି ତୁଟିଲା: ଫାଇନାଲ୍‌ରେ ହାରିଲା ଭାରତ appeared first on Dharitri Odia News.

ବିଶ୍ୱଚାମ୍ପିୟନ୍‌ ହେବା ସ୍ବପ୍ନ ପୁଣି ତୁଟିଲା: ଫାଇନାଲ୍‌ରେ ହାରିଲା ଭାରତ

ନୂଆଦିଲ୍ଲୀ,୧୧।୨: ଆଇସିସି ଟୁର୍ନାମେଣ୍ଟର ନକଆଉଟ ମ୍ୟାଚରେ ଟିମ ଇଣ୍ଡିଆର ହାରିବା କ୍ରମାଗତ ଭାବେ ଜାରି ରହିଛି। ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ହାରିଛି। ନିକଟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ବରିଷ୍ଠ ଦଳ ଏକଦିବସୀୟ ବିଶ୍ୱକପ ଫାଇନାଲରେ ହାରିଯାଇଥିଲେ। ଏକଦିବସୀୟ ବିଶ୍ୱକପ୍‌ର ଫାଇନାଲରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ପରାସ୍ତ କରିଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆର ସ୍ବପ୍ନକୁ ଭାଙ୍ଗି ଦେଇଛି। ଏହିପରି ଭାରତୀୟ ଦଳ ଷଷ୍ଠ ଥର ପାଇଁ ଅଣ୍ଡର-୧୯ ବିଶ୍ୱକପ ଚାମ୍ପିୟନ ହେବାକୁ ବଞ୍ଚିତ ହୋଇଛି।

ଫାଇନାଲ୍‌ରେ ଟିମ ଇଣ୍ଡିଆର ୨୫୪ ରନ ଲକ୍ଷ୍ୟ ଥିଲା। କିନ୍ତୁ ଭାରତୀୟ ଦଳ ୪୩.୫ ଓଭରରେ ୧୭୪ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହିପରି ଟିମ ଇଣ୍ଡିଆକୁ ୭୯ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଲା।

The post ବିଶ୍ୱଚାମ୍ପିୟନ୍‌ ହେବା ସ୍ବପ୍ନ ପୁଣି ତୁଟିଲା: ଫାଇନାଲ୍‌ରେ ହାରିଲା ଭାରତ appeared first on Dharitri Odia News.