ପୁଣି ୧ କି.ମି. ଚାଲିଲେ ଗର୍ଭବତୀ

ମାଲକାନଗିରି,(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ବହୁ ଯୋଜନା ପ୍ରଣୟନ ହେଉଥିବା ବେଳେ ଏହି ଯୋଜନାଗୁଡିକ ଶତ ପ୍ରତିଶତ ପୂରଣ ହେଉ ନ ଥିବା ଦେଖିବାକୁ ମିଳିଛି। ବିଶେଷ କରି ଜିଲାର ସବୁ ଗ୍ରାମ, ପଲ୍ଲୀମାନଙ୍କରେ ରାସ୍ତା ନିର୍ମାଣ ଯୋଜନା କେବଳ ଯୋଜନାରେ ହିଁ ସୀମିତ ହୋଇ ରହିଯାଇଛି। ଫଳରେ ଆଜି ମଧ୍ୟ ଏପରି ବହୁ ଗ୍ରାମ ଅଛି ଯେଉଁ ଗ୍ରାମକୁ ଯିବାପାଇଁ ରାସ୍ତାଟିଏ ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ […] The post ପୁଣି ୧ କି.ମି. ଚାଲିଲେ ଗର୍ଭବତୀ appeared first on Dharitri Odia News.

ପୁଣି ୧ କି.ମି. ଚାଲିଲେ ଗର୍ଭବତୀ

ମାଲକାନଗିରି,(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ବହୁ ଯୋଜନା ପ୍ରଣୟନ ହେଉଥିବା ବେଳେ ଏହି ଯୋଜନାଗୁଡିକ ଶତ ପ୍ରତିଶତ ପୂରଣ ହେଉ ନ ଥିବା ଦେଖିବାକୁ ମିଳିଛି। ବିଶେଷ କରି ଜିଲାର ସବୁ ଗ୍ରାମ, ପଲ୍ଲୀମାନଙ୍କରେ ରାସ୍ତା ନିର୍ମାଣ ଯୋଜନା କେବଳ ଯୋଜନାରେ ହିଁ ସୀମିତ ହୋଇ ରହିଯାଇଛି। ଫଳରେ ଆଜି ମଧ୍ୟ ଏପରି ବହୁ ଗ୍ରାମ ଅଛି ଯେଉଁ ଗ୍ରାମକୁ ଯିବାପାଇଁ ରାସ୍ତାଟିଏ ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କେବଳ ଏତିକି ନୁହେଁ ଜରୁରିକାଳୀନ ସମୟରେ ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଭାରର ସାହାଯ୍ୟ ନେବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ। ଏହି ପରିପ୍ରେକ୍ଷୀରେ ବହୁ ରୋଗୀ ମତ୍ୟୁମୁଖରେ ପଡୁଥିବା ଦେଖିବାକୁ ମିଳୁଛି। ଜିଲାରେ ପ୍ରତିମାସରେ ଗର୍ଭବତୀଙ୍କୁ ଭାରରେ ବୋହି ଆଣିବା ଘଟଣା ନିତିଦିନିଆ ହୋଇଛି।

ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକରେ ା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଗନ୍ଦିଗୁଡା ଗ୍ରାମର ଜଣେ ଗର୍ଭବତୀ ଏକ କିଲୋମିଟର ଚାଲି ଆସି ଆମ୍ବୁଲାନ୍ସରେ ଚିକିତ୍ସାଳୟକୁ ଯାଇଛନ୍ତି। ସୂଚନା ଅନୁଯାୟୀ, ଗନ୍ଦିଗୁଡା ଗ୍ରାମର ମଧୁ ମୁଦୁଲିଙ୍କ ସ୍ତ୍ରୀ ପ୍ରତିମାଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ା ଆମ୍ବୁଲାନ୍ସ ଆସିଲା, କିନ୍ତୁ ଗ୍ରାମକୁ ରାସ୍ତା ନ ଥିବାରୁ ବାଧ୍ୟହୋଇ ଆମ୍ବୁଲାନ୍ସ ସୋମନାଥପୁର ପଞ୍ଚାୟତ ହାତୀଆମ୍ବ ଗ୍ରାମ ନିକଟଦେଇ ଯାଇଥିବା ବାଲିମେଳା ଜୟପୁର ମୁଖ୍ୟ ରାସ୍ତା କଡରେ ରହିଥିଲା ା

ତେବେ ଆମ୍ବୁଲାନ୍ସ ଉକ୍ତ ସ୍ଥାନରେ ଅଟକି ଥିବା ଜାଣି ପରିବାର ଲୋକେ ଓ ଗ୍ରାମବାସୀ ବାଧ୍ୟହୋଇ ପ୍ରତିମାଙ୍କୁ ଚଲାଇ ଚଲାଇ ନେଇଥିଲେ। ପ୍ରତିମା ଗ୍ରାମଠାରୁ ପ୍ରାୟ ଏକ କି.ମି.ପାହାଡିଆ ରାସ୍ତାଦେଇ ବହୁ କଷ୍ଟରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ପରେ ପ୍ରତିମାଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଏବଂ ମା’ ଓ ଶିଶୁ ଦୁଇଜଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି ା

The post ପୁଣି ୧ କି.ମି. ଚାଲିଲେ ଗର୍ଭବତୀ appeared first on Dharitri Odia News.