ପରିକ୍ରମା ପ୍ରକଳ୍ପ ପାଇଁ ଗାଁ -ଗାଁ ବୁଲିବ ଶ୍ରୀଜଗନ୍ନାଥ ରଥ,ସଂଗ୍ରହ ହେବ ଗୁଆ ଚାଉଳ
ପୁରୀ :ଆସନ୍ତା ୧୭ ତାରିଖରେ ବହୁପ୍ରତୀକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ସମଗ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି । ଜାନୁଆରୀ ୧୨ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ । ଏଥିଲାଗି ରାଜ୍ୟବ୍ୟାପି ଶ୍ରୀଜଗନ୍ନାଥ ରଥ ପରିକ୍ରମା କରୁଛି। ଏହି ରଥ ରାଜ୍ୟର ସମସ୍ତ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ […]

ପୁରୀ :ଆସନ୍ତା ୧୭ ତାରିଖରେ ବହୁପ୍ରତୀକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ସମଗ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି । ଜାନୁଆରୀ ୧୨ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ । ଏଥିଲାଗି ରାଜ୍ୟବ୍ୟାପି ଶ୍ରୀଜଗନ୍ନାଥ ରଥ ପରିକ୍ରମା କରୁଛି। ଏହି ରଥ ରାଜ୍ୟର ସମସ୍ତ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପ୍ରତି ଗାଁକୁ ଗାଁ ପରିକ୍ରମା କରି ଗୁଆ,ଚାଉଳ ଏବଂ ନଡିଆ ସଂଗ୍ରହ କରୁଛି। ପିଇଓ ଏବଂ ଜିଆରଏସ୍ ମାନେ ମୁଖ୍ୟତଃ ଏହାର ଦାୟିତ୍ବରେ ରହିଛନ୍ତି।
ଆଜି ପୁରୀ ସଦର ବ୍ଲକ ୨୫ ନମ୍ବର ଜୋନ ଅନ୍ତର୍ଗତ ତଳଜଙ୍ଘ ଓ ମାଳତୀପାଟପୁର,୨୬ ନମ୍ବର ଜୋନ ଅନ୍ତର୍ଗତ ଗୋପୀନାଥପୁର ଓ କାଶୀ ହରିପୁର ଏବଂ ୨୭ ନମ୍ବର ଜୋନ ଅନ୍ତର୍ଗତ ବାଲିପୁଟ ଓ ରାଏଗୋରଡା ପଞ୍ଚାୟତରେ ଏହି ରଥ ପରିକ୍ରମା କରୁଛି। କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ୟରେ ଏଭଳି ଅଭିନବ ଉପାୟ ଅବଲମ୍ବନ କରାଯାଇଛି। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ) ପକ୍ଷରୁ ରାଜ୍ୟବାସୀଙ୍କୁ ନିମନ୍ତ୍ରଣ କରାଯାଇଛି। ଅନୁରୂପ ଭାବରେ ସରକାର ମଧ୍ୟ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।