ଉଜୁଡା କ୍ଷେତକୁ ଦେଖି ଅକାଳରେ ଚାଲିଗଲା ୨ ଚାଷୀଙ୍କ ଜୀବନ
ଜଗତସିଂହପୁର : ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀଙ୍କ ମେରୁହାଡ । କେତେ କଷ୍ଟରେ ଧାର କରଜ କରି ଧାନ ଫସଲ ଫଳାଇଥିଲେ । ଅଦିନିଆ ବର୍ଷା ସବୁ ସାରିଦେଲା । ପାଣିରେ ପଡି ନଷ୍ଟ ହେବା ସହ ଗଜା ହୋଇଗଲା ବର୍ଷକର ଆହାର । ଧାନ ବିଲର ଏପରି ଅବସ୍ଥା ଦେଖି ସହିପାରିଲେନି । ବେକରେ ରଶି ଲଗାଇ ଜୀବନ ହାରିଦେଲେ । ଏଭଳି ଦୁଖଦଃ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅସାରଣା ଗାଁରେ […]

ଜଗତସିଂହପୁର : ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀଙ୍କ ମେରୁହାଡ । କେତେ କଷ୍ଟରେ ଧାର କରଜ କରି ଧାନ ଫସଲ ଫଳାଇଥିଲେ । ଅଦିନିଆ ବର୍ଷା ସବୁ ସାରିଦେଲା । ପାଣିରେ ପଡି ନଷ୍ଟ ହେବା ସହ ଗଜା ହୋଇଗଲା ବର୍ଷକର ଆହାର । ଧାନ ବିଲର ଏପରି ଅବସ୍ଥା ଦେଖି ସହିପାରିଲେନି । ବେକରେ ରଶି ଲଗାଇ ଜୀବନ ହାରିଦେଲେ । ଏଭଳି ଦୁଖଦଃ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅସାରଣା ଗାଁରେ । ଫସଲ ନଷ୍ଟ ଯୋଗୁ ଚାଷୀ କୃତିବାସ ସ୍ବାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୃତିବାସ ଚାଷ ପାଇଁ ବିଭିନ୍ନ ସଂସ୍ଥାରୁ ଟଙ୍କା ସୁଧ ଆଣି ଲଗାଇଥିଲେ । ବର୍ଷା ପୂର୍ବରୁ ଗୋଟିଏ ଏକର ଧାନ କାଟି ଦେଇଥିଲେ । ଆଉ ଯେତକ ଥିଲା ବର୍ଷା ସବୁ ଧୋଇନେଲା । ଧାନ ବିଲର ଏମିତି ଅବସ୍ଥା ଦେଖି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି କୃତିବାସ ସ୍ୱାଇଁ ।
ସେହିପରି ଉଜୁଡ଼ା କ୍ଷେତକୁ ଦେଖି ଆଉ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । କଟକ ଜିଲ୍ଲା ନିଆଳି ବ୍ଲକ ମହଙ୍ଗପଡ଼ାଗାଁରେ ଚାଷୀ କୈଳାଶ ପ୍ରଧାନଙ୍କ ଜୀବନ ହାନୀ ଘଟିଛି । ଲଗାଣ ବର୍ଷାରେ ଧାନ ଫସଲ ସମ୍ପୂର୍ଣ ନଷ୍ଟ ନେଇ ଚାଷୀ କୈଳାସ ପ୍ରଧାନ ଚିନ୍ତାରେ ଥିଲେ । ଆଜି ସକାଳେ କୈଳାସ କ୍ଷେତକୁ ଯାଇଥିବା ବେଳେ ଉଜୁଡ଼ା ଫସଲକୁ ଦେଖି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।