ପୁଣି ବଢିଲା ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଅଡୁଆ

ମୁମ୍ବାଇ:ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଯୁଟ୍ୟୁର ଏଲଭିଶ ଯାଦବଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ନିକଟରେ, ଗାଜିଆବାଦ କୋର୍ଟ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ଉପରେ ମେନକା ଗାନ୍ଧୀଙ୍କ ଏନଜିଓ ପିପୁଲ୍ ଫର୍ ଆନିମଲ୍ସ (ପିଏଫଏ)ର ସଦସ୍ୟ ସୌରଭ ଗୁପ୍ତାଙ୍କ ସୋସାଇଟିରେ ବଳପୂର୍ବକ ପ୍ରବେଶ କରି ତାଙ୍କୁ ପିଛା କରିବାର ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ, ସୌରଭ ଗୁପ୍ତା ଗାଜିଆବାଦ କୋର୍ଟରେ ଏକ ଅଭିଯୋଗ ଦାଖଲ କରିଛନ୍ତି । […]

ପୁଣି ବଢିଲା ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଅଡୁଆ

ମୁମ୍ବାଇ:ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଯୁଟ୍ୟୁର ଏଲଭିଶ ଯାଦବଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ନିକଟରେ, ଗାଜିଆବାଦ କୋର୍ଟ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ଉପରେ ମେନକା ଗାନ୍ଧୀଙ୍କ ଏନଜିଓ ପିପୁଲ୍ ଫର୍ ଆନିମଲ୍ସ (ପିଏଫଏ)ର ସଦସ୍ୟ ସୌରଭ ଗୁପ୍ତାଙ୍କ ସୋସାଇଟିରେ ବଳପୂର୍ବକ ପ୍ରବେଶ କରି ତାଙ୍କୁ ପିଛା କରିବାର ଅଭିଯୋଗ ଆସିଛି ।
ସୂଚନା ଅନୁଯାୟୀ, ସୌରଭ ଗୁପ୍ତା ଗାଜିଆବାଦ କୋର୍ଟରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗ ଅନୁସାରେ, ଏଲଭିଶ ଯାଦବ ଏବଂ ତାଙ୍କ ସହଯୋଗୀମାନଙ୍କ ବିରୁଦ୍ଧରେ ଜୋରଜବରଦସ୍ତି ସେମାନଙ୍କ ସୋସାଇଟିରେ ପ୍ରବେଶ କରିଥିବା କୁହାଯାଇଛି । ଏହା ବ୍ୟତୀତ ଅଭିଯୋଗରେ ଦାବି କରାଯାଇଛି ଯେ, ଏଲଭିଶ ତାଙ୍କ ଏବଂ ତାଙ୍କ ଭାଇ ଗୌରବ ଗୁପ୍ତାଙ୍କ ଉପରେ ରେକି କରୁଥିଲେ ।