ଟ୍ରାନ୍ସଜେନିକ୍ ସୋୟାବିନ୍
ବର୍ତ୍ତମାନ ଲାବ୍ଗ୍ରୋନ୍ ମିଟ୍ର କ୍ରେଜ୍ ଧୀରେଧୀରେ ବଢିବାରେ ଲାଗିଛି । ଯେଉଁଥି ପାଇଁ ଅନେକ ସମୟରେ ଏହାକୁ ନେଇ ବିଭିନ୍ନ ଏକ୍ସପେରିମେଣ୍ଟ କରାଯାଉଛି । ତେବେ ଲାବ୍ଗ୍ରୋନ୍ ମିଟ୍ର ଦାମ ଏହାକୁ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବାଧକ ସାଜୁଛି । ଏକ ବ୍ରିଟିଶ ଷ୍ଟାର୍ଟଅପ କମ୍ପାନୀ ଏହାର ଅଲଟର୍ନେଟିଭ୍ ଭାବେ ଟ୍ରାନ୍ସଜେନିକ୍ ସୋୟାବିନ୍ ଉଦ୍ଭାବନ କରିଛନ୍ତି । ଏହାର ଦାମ ଖୁବ କମ ରହିଛି, ଯାହାକୁ ସମସ୍ତେ କିଣି ପାରିବେ । ସେମାନେ ସୋୟାବିନ୍ ଗଛରେ […]

ବର୍ତ୍ତମାନ ଲାବ୍ଗ୍ରୋନ୍ ମିଟ୍ର କ୍ରେଜ୍ ଧୀରେଧୀରେ ବଢିବାରେ ଲାଗିଛି । ଯେଉଁଥି ପାଇଁ ଅନେକ ସମୟରେ ଏହାକୁ ନେଇ ବିଭିନ୍ନ ଏକ୍ସପେରିମେଣ୍ଟ କରାଯାଉଛି । ତେବେ ଲାବ୍ଗ୍ରୋନ୍ ମିଟ୍ର ଦାମ ଏହାକୁ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବାଧକ ସାଜୁଛି । ଏକ ବ୍ରିଟିଶ ଷ୍ଟାର୍ଟଅପ କମ୍ପାନୀ ଏହାର ଅଲଟର୍ନେଟିଭ୍ ଭାବେ ଟ୍ରାନ୍ସଜେନିକ୍ ସୋୟାବିନ୍ ଉଦ୍ଭାବନ କରିଛନ୍ତି । ଏହାର ଦାମ ଖୁବ କମ ରହିଛି, ଯାହାକୁ ସମସ୍ତେ କିଣି ପାରିବେ । ସେମାନେ ସୋୟାବିନ୍ ଗଛରେ ଘୁଷୁରୀର ଜିନ୍କୁ ଇନ୍ସଟ କରିଥିଲେ । ଏହି ପରୀକ୍ଷଣକୁ କମ୍ପାନୀର ଗ୍ରୀନ ହାଉସ୍ରେ କରାଯାଇଥିଲା । ଏଥିର ପ୍ରସ୍ତୁତ ସୋୟାବିନ୍ରେ ୨୬ ପ୍ରତିଶତ ପିଗି ସୋୟା ନାମକ ଏକ ଆନିମଲ ପ୍ରୋଟିନ ରହୁଛି । ଏହି ଗଛ ଗୁଡିକୁ ସହଜରେ କୃଷକଙ୍କ ସହାୟତାରେ ବଡ କରିହେବ ବୋଲି କମ୍ପାନୀ ପ୍ରକାଶ କରିଛି । ଏହି ସୋୟାବିନ୍ ଯେଉଁମାନେ ମାଂସ ଖାଇବାକୁ ଭଲ ପାଉଛନ୍ତି ହେଲେ ଖାଉ ପାରୁନାହାନ୍ତି ସେମାନଙ୍କ ପାଇଁ ଖୁବ ଭଲ ଅପସନ୍ ହେବ ।