ରାସ୍ତାରେ ନମାଜ ପାଠ କରୁଥିବା ବ୍ୟକ୍ତିଙ୍କୁ ଗୋଇଠା ମାରି ଦିଲ୍ଲୀ ପୁଲିସ ନିଲମ୍ବିତ
ନୂଆଦିଲ୍ଲୀ : ରାସ୍ତାରେ ନମାଜ ପାଠ କରୁଥିବା ଜଣେ ମୁସଲିମ ବ୍ୟକ୍ତିଙ୍କୁ ଗୋଇଠା ମାରି ଜଣେ ଦିଲ୍ଲୀ ପୁଲିସ ନିଲମ୍ବିତ ହୋଇଛନ୍ତି। ଆଜି ସକାଳେ ଦିଲ୍ଲୀର ଇନ୍ଦରଲୋକ ଅଞ୍ଚଳରେ ବ୍ୟାପକ ଜନସମାଗମ ହୋଇଥିଲା। ପ୍ରବଳ ଭିଡ଼ ହେବା ଫଳରେ ଅଧିକାଂଶ ଲୋକ ରାସ୍ତା ଉପରେ ନମାଜ ପାଠ କରିଥିଲେ। ଏହି ସମୟରେ କିଛି ପୁଲିସ ଅଫିସର ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଲୋକଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। […]

ନୂଆଦିଲ୍ଲୀ : ରାସ୍ତାରେ ନମାଜ ପାଠ କରୁଥିବା ଜଣେ ମୁସଲିମ ବ୍ୟକ୍ତିଙ୍କୁ ଗୋଇଠା ମାରି ଜଣେ ଦିଲ୍ଲୀ ପୁଲିସ ନିଲମ୍ବିତ ହୋଇଛନ୍ତି। ଆଜି ସକାଳେ ଦିଲ୍ଲୀର ଇନ୍ଦରଲୋକ ଅଞ୍ଚଳରେ ବ୍ୟାପକ ଜନସମାଗମ ହୋଇଥିଲା। ପ୍ରବଳ ଭିଡ଼ ହେବା ଫଳରେ ଅଧିକାଂଶ ଲୋକ ରାସ୍ତା ଉପରେ ନମାଜ ପାଠ କରିଥିଲେ। ଏହି ସମୟରେ କିଛି ପୁଲିସ ଅଫିସର ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଲୋକଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ ଜଣେ ପୁଲିସ ନମାଜ ପାଠ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗୋଇଠା ମାରୁଛନ୍ତି। ଏହାକୁ ତୀବ୍ର ବିରୋଧ କରାଯାଇଛି। ଉକ୍ତ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବାପରେ ସମ୍ପୃକ୍ତ ପୁଲିସ ନିଲମ୍ବିତ ହୋଇଛନ୍ତି। କଂଗ୍ରେସ ରାଜ୍ୟସଭା ସାଂସଦ ଉକ୍ତ ଘଟଣାର ଏକ ଭିଡିଓ ସେୟାର କରିଛନ୍ତି। ଏଭଳି କାମ କରିଥିବା ଦିଲ୍ଲୀ ପୁଲିସଙ୍କ ବିରୋଧରେ ମାମଲା ରୁଜୁ କରିବାପାଇଁ ସେ ଦିଲ୍ଲୀ ପୁଲିସକୁ ଅନୁରୋଧ କରିଛନ୍ତି। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଡିସିପି ଏମ୍କେ ମିନା କହିଛନ୍ତି, ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ଏବଂ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଡିସିପି କହିଛନ୍ତି। ଇତି ମଧ୍ୟରେ ଉକ୍ତ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।