ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ କଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ I ଭୁବନେଶ୍ବର ସରକାରୀ ବାସଭବନ ଉପରକୁ ଟମାଟୋ ମାରିଲେ ଆନ୍ଦୋଳନକାରୀ । ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ଛାତ୍ର ସଂଗଠନ ପକ୍ଷରୁ ଟମାଟୋ ମାଡ଼ କରାଯାଇଛି । ହାଇଟେକ୍ ହସ୍ପିଟାଲ ଏସି ବିସ୍ଫୋରଣ ଘଟଣାକୁ ବିରୋଧ କରି ଟମାଟୋ ମାଡ଼ କରିଛି ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ । ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନର ସଦସ୍ୟ ମାନେ ବାଇକ୍ ରାଲିରେ ଆସି ନାରାବାଜି କରିଥିଲେ […]

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ କଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ କଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ I ଭୁବନେଶ୍ବର ସରକାରୀ ବାସଭବନ ଉପରକୁ ଟମାଟୋ ମାରିଲେ ଆନ୍ଦୋଳନକାରୀ । ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ଛାତ୍ର ସଂଗଠନ ପକ୍ଷରୁ ଟମାଟୋ ମାଡ଼ କରାଯାଇଛି । ହାଇଟେକ୍ ହସ୍ପିଟାଲ ଏସି ବିସ୍ଫୋରଣ ଘଟଣାକୁ ବିରୋଧ କରି ଟମାଟୋ ମାଡ଼ କରିଛି ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ । ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନର ସଦସ୍ୟ ମାନେ ବାଇକ୍ ରାଲିରେ ଆସି ନାରାବାଜି କରିଥିଲେ । ୩ ଜଣଙ୍କ ଜୀବନ ନେଇଥିବା ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଘେରାଉ କରିଥିଲେ ଆନ୍ଦୋଳନକାରୀ । ହାଇଟେକ୍ ହସ୍ପିଟାଲ ଲାଇସେନ୍ସ ରଦ୍ଦ ସହ ମାଲିକଙ୍କୁ ଗିରଫ ଦାବି କରିଛନ୍ତି ଆନ୍ଦୋଳନକାରୀ । ପୁଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି । ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିଲା ।