ସଂକ୍ରମିତ ଅଞ୍ଚଳରେ ୩ ମାସ ଯାଏଁ କୁକୁଡା ଚାଷ ବନ୍ଦ
ଭୁବନେଶ୍ୱର : ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ମାସ ବନ୍ଦ ରହିବ କୁକୁଡା ଚାଷ। ବାର୍ଡ ଫ୍ଲୁ ବ୍ୟାପୁଥିବାରୁ କୁକୁଡା ଚାଷ ଉପରେ କଟକଣା ଲଗାଇଛି ପୁରୀ ପ୍ରଶାସନ। ପିପିଲି, ଡେଲାଙ୍ଗ, ନିମାପଡା, ସତ୍ୟବାଦୀରେ କୁକୁଡା ଚାଷ ବନ୍ଦ ରହିବ। ସଂକ୍ରମିତ ଅଞ୍ଚଳର ୧କି.ମି ପରିସର ଭିତରେ କୁକୁଡା ଚାଷ ହୋଇପାରିବ ନାହିଁ। ୧ରୁ ୧୦ କି.ମି ପରିସରରେ କୁକୁଡା ବାହାରକୁ ପଠାଯାଇପାରିବ ନାହିଁ। ଏହାସହିତ ୧୫ଦିନରେ ଥରେ କୁକୁଡାମାନଙ୍କର ନମୁନା ପରୀକ୍ଷା କରାଯିବ। ୪ଥର ନମୁନା […]

ଭୁବନେଶ୍ୱର : ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ମାସ ବନ୍ଦ ରହିବ କୁକୁଡା ଚାଷ। ବାର୍ଡ ଫ୍ଲୁ ବ୍ୟାପୁଥିବାରୁ କୁକୁଡା ଚାଷ ଉପରେ କଟକଣା ଲଗାଇଛି ପୁରୀ ପ୍ରଶାସନ। ପିପିଲି, ଡେଲାଙ୍ଗ, ନିମାପଡା, ସତ୍ୟବାଦୀରେ କୁକୁଡା ଚାଷ ବନ୍ଦ ରହିବ। ସଂକ୍ରମିତ ଅଞ୍ଚଳର ୧କି.ମି ପରିସର ଭିତରେ କୁକୁଡା ଚାଷ ହୋଇପାରିବ ନାହିଁ। ୧ରୁ ୧୦ କି.ମି ପରିସରରେ କୁକୁଡା ବାହାରକୁ ପଠାଯାଇପାରିବ ନାହିଁ। ଏହାସହିତ ୧୫ଦିନରେ ଥରେ କୁକୁଡାମାନଙ୍କର ନମୁନା ପରୀକ୍ଷା କରାଯିବ। ୪ଥର ନମୁନା ପରୀକ୍ଷା ପରେ ଯଦି ରିପୋର୍ଟ ନେଗେଟିଭ ଆସିବ ତେବେ ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପିପିଲି ବ୍ଲକର ୮୬୧ଟି କୁକୁଡ଼ା ଫାର୍ମରୁ ୫୫ଟି ଫାର୍ମ, ଡେଲାଙ୍ଗ ବ୍ଲକର ୩୪୪ ଟି ଫାର୍ମରୁ ୬୪ଟି ଓ ସତ୍ୟବାଦୀରେ ୨୨ ଟି କୁକୁଡ଼ା ଫାର୍ମକୁ ବିଶୋଧନ କରି ସିଲ୍ କରିଛି ପ୍ରାଣୀ ସମ୍ପଦ ବିଭାଗ।
ଏହି ସବୁ ଫାର୍ମରେ କୌଣସି କୁକୁଡ଼ା ଚିଆଁ ଛାଡ଼ିପାରିବେନି କୁକୁଡ଼ା ଚାଷୀ। ସେପଟେ କ୍ଷତିପୂରଣରୁ ବଞ୍ଚିତ ଥିବା ପିପିଲି, ସତ୍ୟବାଦୀ, ଡେଲାଙ୍ଗ, ନିମାପଡ଼ାର ହଜାର ହଜାର କୁକୁଡ଼ା ଚାଷୀ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି। ସାତ ଦିନରେ କ୍ଷତି ପୂରଣ ନ ମିଳିଲେ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି କୁକୁଡ଼ା ଚାଷୀ ଚେତାବନୀ ଦେଇଛନ୍ତି।