୧୬୦୦ ବୋତଲ କଫ ସିରପ ଜବତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ସାନ ଟଙ୍ଗାଶୋଳରୁ ଜବତ ହେଲା ନିଷିଦ୍ଧ କଫ୍ ସିରପ୍ ଏହି ଘଟଣାରେ ସାନ ଟଙ୍ଗାଶୋଳ ଗ୍ରାମର ଶ୍ରବଣ କୁମାର ମାଝୀଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ଅଧିକ ତଦନ୍ତ ଜାରି ଜାରି ରହିଛି । ସୂଚନାନୁସାରେ,ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ସକାଳୁ କୁଳିଅଣା ପୋଲିସ ଓ ବାରିପଦା ସଦର ଅବକାରୀ ବିଭାଗ ମିଳିତ ସାନ ଟଙ୍ଗାଶୋଳ ଗ୍ରାମର ଶ୍ରବଣ କୁମାର ମାଝୀଙ୍କ ଘରେ […]

୧୬୦୦ ବୋତଲ କଫ ସିରପ ଜବତ
୧୬୦୦ ବୋତଲ କଫ ସିରପ ଜବତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ସାନ ଟଙ୍ଗାଶୋଳରୁ ଜବତ ହେଲା ନିଷିଦ୍ଧ କଫ୍ ସିରପ୍ ଏହି ଘଟଣାରେ ସାନ ଟଙ୍ଗାଶୋଳ ଗ୍ରାମର ଶ୍ରବଣ କୁମାର ମାଝୀଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ଅଧିକ ତଦନ୍ତ ଜାରି ଜାରି ରହିଛି ।

ସୂଚନାନୁସାରେ,ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ସକାଳୁ କୁଳିଅଣା ପୋଲିସ ଓ ବାରିପଦା ସଦର ଅବକାରୀ ବିଭାଗ ମିଳିତ ସାନ ଟଙ୍ଗାଶୋଳ ଗ୍ରାମର ଶ୍ରବଣ କୁମାର ମାଝୀଙ୍କ ଘରେ ଚଢାଉ କରିଥିଲେ । ଏହି ସମୟରେ ତାଙ୍କ ଘରୁ ୧୬୦୦ ବୋତଲ କୋଡେନ କୋରେକ୍ସ କଫ୍ ସିରପ୍ ଜବତ କରାଯାଇଛି । ପ୍ରତି ବୋତଲରେ ୧୦୦ ମିଲି ଗ୍ରାମ ହିସାବରେ ମୋଟ୍ ୧୬୦ ଲିଟର କଫ୍ ସିରପ୍ ଥିବାର ସୂଚନା ଦେଇଛନ୍ତି ।

ପୂର୍ବରୁ ମଧ୍ୟ ଶ୍ରବଣ କୁମାର ଏହି କଫ୍ ସିରପ୍ ମାମଲାରେ ସଂପୃକ୍ତ ଥିବା ବାରିପଦା ସଦର ଅବକାରୀ ନିରୀକ୍ଷକ କହିଛନ୍ତି । ଏ ବାବଦରେ କୁଳିଅଣା ଅବକାରୀ ଥାନାରେ ୧୧୭/୨୪ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।